Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ODI ଏବଂ ଟି-୨୦ ସିରିଜ ପାଇଁ ଦଳ ଘୋଷଣା କଲା ସାଉଥଆଫ୍ରିକା

Sports

Cricket News / ODI ଏବଂ ଟି-୨୦ ସିରିଜ ପାଇଁ ଦଳ ଘୋଷଣା କଲା ସାଉଥଆଫ୍ରିକା

Ritu Das
Browse all articles by Ritu Das
·5 months ago·2 min read
ODI ଏବଂ ଟି-୨୦ ସିରିଜ ପାଇଁ ଦଳ ଘୋଷଣା କଲା ସାଉଥଆଫ୍ରିକା

Key Points

ଟେମ୍ବା ବଭୁମା ଦିନିକିଆ ଓ ଏଡେନ ମାରକ୍ରାମ ଟି୨୦ ଦଳର ନେତୃତ୍ୱ ନେବାକୁ ଥିବା ବେଳେ ଦଳର ପ୍ରିମିୟର ପେସର କାଗିସୋ ରାବାଡା ଇଞ୍ଜୁରିରୁ ରିକଭର କରିବା ଲାଗି ସ୍ବଦେଶ ଫେରିବେ।
ଆସନ୍ତା ୩୦ ତାରିଖରୁ ଭାରତ ବିପକ୍ଷରେ ଖେଳାଯିବାକୁ ଥିବା ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଓ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ ଲାଗି ଶୁକ୍ରବାର ଦକ୍ଷିଣ ଆଫ୍ରିକା ଦଳ ଘୋଷଣା କରାଯାଇଛି। ଟେମ୍ବା ବଭୁମା ଦିନିକିଆ ଓ ଏଡେନ ମାରକ୍ରାମ ଟି୨୦ ଦଳର ନେତୃତ୍ୱ ନେବାକୁ ଥିବା ବେଳେ ଦଳର ପ୍ରିମିୟର ପେସର କାଗିସୋ ରାବାଡା ଇଞ୍ଜୁରିରୁ ରିକଭର କରିବା ଲାଗି ସ୍ବଦେଶ ଫେରିବେ।

ଏହାସହ ପଢ଼ନ୍ତୁ: ଟି-୨୦ ମ୍ୟାଚ ପାଇଁ ସଜେଇ ହେଉଛି ବାରବାଟୀ: ସମସ୍ତ ଗ୍ୟାଲେରୀର ସ୍ଥିତି ସମୀକ୍ଷା କଲେ ବିଶେଷଜ୍ଞ ଟିମ

ନିକଟରେ ଦିନିକିଆ ଅବସରରୁ ପ୍ରତ୍ୟାବର୍ତ୍ତନ କରିଥିବା କ୍ୱିଣ୍ଟନ ଡି କକ୍‌ଙ୍କୁ ଦିନିକିଆ ଦଳରେ ସାମିଲ କରାଯାଇଛି। ଡି କକ୍‌ ପାକିସ୍ତାନ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ରେ ଏକ ଶତକ ଓ ଦୁଇ ଅର୍ଦ୍ଧଶତକ ସହ ୨୩୨ ରନ କରିଥିଲେ। କିନ୍ତୁ ସିରିଜ୍‌ରେ ଦ୍ୱିତୀୟ ସର୍ବାଧିକ ରନ କରିଥିବା ଲୁହାନ ଡି ପ୍ରେଟୋରିଅସଙ୍କୁ ଦଳରୁ ବାଦ୍‌ ଦିଆଯାଇଛି। ଏହି ସିରିଜ୍‌ର ପ୍ରଥମ ମ୍ୟାଚ୍‌ ରାଞ୍ଚିଠାରେ ହେବାକୁ ଥିବାବେଳେ ଅନ୍ତିମ ଦୁଇ ମ୍ୟାଚ୍‌ ୩ ଓ ୬ ତାରିଖରେ ରାୟପୁର ଓ ବିଶାଖାପାଟଣାରେ ଖେଳାଯିବ।



ଦକ୍ଷିଣ ଆଫ୍ରିକା ଟି୨୦ ଦଳକୁ ମାରକ୍ରାମ ଫେରିଛନ୍ତି। ତାଙ୍କୁ ଦିନିକିଆ ଦଳରେ ମଧ୍ୟ ସାମିଲ କରାଯାଇଛି। ତାଙ୍କୁ ପାକିସ୍ତାନ ବିପକ୍ଷ ଟି୨୦ ସିରିଜ୍‌ରେ ବିଶ୍ରାମ ଦିଆଯାଇଥିଲା। ଭେଟେରାନ ବାମହାତୀ ସ୍ପିନର କେଶବ ମହାରାଜ ଓ ଅନ୍ତିମ ଥର ଗତ ବର୍ଷ ଟି୨୦ ବିଶ୍ୱକପ୍‌ ଫାଇନାଲରେ ଖେଳିଥିବା ଅନରିଚ୍‌ ନର୍ଟଜେ ମଧ୍ୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଦୁଇ ଦଳ ମଧ୍ୟରେ ଡିସେମ୍ବର ୯ ତାରିଖରୁ ୫ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ ଖେଳାଯିବ। ସିରିଜ୍‌ର ପ୍ରଥମ ମ୍ୟାଚ୍‌ କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯିବ।

ଦକ୍ଷିଣ ଆଫ୍ରିକା ଦିନିକିଆ ଦଳ: ଟେମ୍ବା ବଭୁମା (ଅଧିନାୟକ), ଓଟିନେଲ ବାର୍ଟମାନ, ମାଥ୍ୟୁ ବ୍ରିଜକେ, ଡଓ୍ବୋଲ୍ଡ ବ୍ରେଭିସ, ନାନ୍ଦ୍ରେ ବର୍ଗର, କ୍ୱିଣ୍ଟନ ଡି କକ୍‌, ଟୋନି ଡି ଜର୍ଜି, ରୁବିନ ହର୍ମାନ, ମାର୍କୋ ଜାନସେନ, କେଶବ ମହାରାଜ, ଏଡେନ ମାରକ୍ରାମ, ଲୁଙ୍ଗି ଏନ୍‌ଗିଡି, ରିଆନ ରିକଲଟନ, ପ୍ରେନେଲାନ ସୁବ୍ରାୟେନ।

ଦକ୍ଷିଣ ଆଫ୍ରିକା ଟି୨୦ ଦଳ: ଏଡେନ ମାରକ୍ରାମ(ଅଧିନାୟକ), ଓଟିନେଲ ବାର୍ଟମାନ, କର୍ବିନ ବୋଶ୍ଚ, ଡଓ୍ବୋଲ୍ଡ ବ୍ରେଭିସ, କ୍ୱିଣ୍ଟନ ଡି କକ୍‌, ଟୋନି ଡି ଜର୍ଜି, ଡୋନୋଭାନ ଫେରେରିଆ, ରିଜା ହେଣ୍ଡ୍ରିକ୍ସ, ମାର୍କୋ ଜାନସେନ, ଜର୍ଜ ଲିଣ୍ଡେ, କେଶବ ମହାରାଜ, କ୍ୱେନା ମାଫାକା, ଡେଭିଡ୍‌ ମିଲର, ଲୁଙ୍ଗି ଏନ୍‌ଗିଡି, ଅନରିଚ ନର୍ଟଜେ, ଟ୍ରିଷ୍ଟାନ ଷ୍ଟବ୍ସ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
South Africa Announces Squad for ODI and T20 Series | Argus News