SRH vs PBKS / ଆଜିର ମ୍ୟାଚ୍ରେ କିଏ ମାରିବ ବାଜି ? SRH vs PBKS ଟକ୍କର

Key Points
ଆଜିର ମ୍ୟାଚ୍ରେ କିଏ ମାରିବ ବାଜି ? SRH vs PBKS ଟକ୍କର
ସଂଧ୍ୟାରେ ହାଇଭେଲଟେଜ୍ ମ୍ୟାଚ୍... ଆଇପିଏଲର ୪୯ତମ ଲିଗ୍ ମୁକାବିଲାରେ ମୁହାଁମୁହିଁ ହେବେ ହାଇଦ୍ରାବାଦ ଏବଂ ପଞ୍ଜାବ । ଏସଆରଏଚ୍ ନିଜ ଘରୋଇ ଗ୍ରାଉଣ୍ଡରେ ପଞ୍ଜାବ କିଙ୍ଗସକୁ ଭେଟିବ । ଏହି ମ୍ୟାଚ ଜରିଆରେ ଦଳ ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ ଚେଷ୍ଟା କରିବ । ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନ ମଧ୍ୟ ହାଇଦ୍ରାବାଦକୁ ଅପେକ୍ଷା କରିଛି ।
ଗତ ମାସ ୧୧ ତାରିଖରେ ଉଭୟ ଦଳ ପରସ୍ପରକୁ ଭେଟିଥିଲେ । ପଞ୍ଜାବ ୬ ୱିକେଟରେ ଉକ୍ତ ମ୍ୟାଚ ଜିତିଥିଲା । ସନରାଇଜର୍ସ ୬/୨୧୯ ରନ କରି ମଧ୍ୟ ବିଜୟ ହାସଲ କରିପାରି ନଥିଲା । ଏଥର ନିଜ ଘରୋଇ ଗ୍ରାଉଣ୍ଡ ଓ ସମର୍ଥକଙ୍କ ଗହଣରେ ଖେଳୁଥିବାରୁ ହାଇଦ୍ରାବାଦ ଦଳ ପାଇଁ ବିଜୟ ସହଜ ହୋଇ ପାରିବ ।
ପଞ୍ଜାବ ପ୍ରଥମ ୭ଟି ମ୍ୟାଚ ଅପରାଜେୟ ରହିବା ପରେ ପରବର୍ତ୍ତୀ ୨ଟି ମ୍ୟାଚରେ ଲୟ ହରାଇ ଯଥାକ୍ରମେ ରାଜସ୍ଥାନ ଓ ଗୁଜରାଟ ଠାରୁ ପରାଜିତ ହୋଇଛି । ଗତ ସିଜନ ଭଳି ଉପଲ ଗ୍ରାଉଣ୍ଡରେ ଆଧିପତ୍ୟ ଜାରି ରଖି ପଞ୍ଜାବ ବିଜୟକୁ ଫେରିବାକୁ ପ୍ରୟାସ କରିବ । ପଞ୍ଜାବର ବ୍ୟାଟିଂ ବିଭାଗ ସୁଦୃଢ଼ ରହିଥିଲେ ହେଁ ବୋଲିଂ ବିଭାଗ ଲାଇନଚ୍ୟୁତ ହୋଇଛି ।
ଅର୍ଶଦୀପ ସିଂହ, ମାର୍କୋ ଜାନସେନ ଓ ୟୁଝବେନ୍ଦ୍ର ଚହଲ ୱିକେଟ ନେଉଥିଲେ ହେଁ ପୂର୍ବ ଭଳି ଘାତକ ସାବ୍ୟସ୍ତ ହୋଇପାରୁ ନାହାନ୍ତି । ହାଇଦ୍ରାବାଦ ଉଭୟ ବିଭାଗରେ ଶୃଙ୍ଖଳିତ ପ୍ରଦର୍ଶନ କରୁଥିଲେ ହେଁ କୋଲକାତା ବିପକ୍ଷ ପରାଜୟ ଅନେକ ତ୍ରୁଟିକୁ ନଜରକୁ ଆଣିଛି ।
ଏଥିସହ ପଢ଼ନ୍ତୁ: ୧୮ ବର୍ଷ ପରେ RCB ଛାଡିଲେ ...ଡ୍ରେସିଂ ରୁମରେ ସମସ୍ତଙ୍କ ଆଖିରେ ଲୁହ...
ବୁଧବାର ହାଇଦ୍ରାବାଦ ଏକାଦଶରେ ପରିବର୍ତ୍ତନ ହେବା ସମ୍ଭାବନା ରହିଛି । ଅସୁସ୍ଥତା ଯୋଗୁଁ କୋଲକାତା ବିପକ୍ଷ ମ୍ୟାଚ ଖେଳି ନଥିବା ନୀତିଶ କୁମାର ରେଡ୍ଡୀ ଫିଟ୍ ହୋଇ ଅଭ୍ୟାସ ଜାରି ରଖିଛନ୍ତି । ସେ ଆଜି ଖେଳିବା ଏକ ପ୍ରକାର ନିଶ୍ଚିତ । ଫଳରେ ଆର. ସ୍ମରଣ ଏକାଦଶରୁ ବାଦ ପଡ଼ିବେ ।
ପଞ୍ଜାବ ମଧ୍ୟ ଏକାଦଶରେ ପରିବର୍ତ୍ତନ କରିବ । ଶଶାଙ୍କ ସିଂହ ଫିଟ୍ ହୋଇଥିବାରୁ ଏକାଦଶକୁ ଫେରିବେ । ତାଙ୍କ ଅନୁପସ୍ଥିତିରେ ଖେଳିଥିବା ସୂର୍ୟାଂଶ ସେଡଗେ ଗତ ଗୁଜରାଟ ବିପକ୍ଷ ମ୍ୟାଚରେ ଅର୍ଦ୍ଧଶତକ ଅର୍ଜନ କରିଥିବାରୁ ଏକାଦଶରେ ସ୍ଥାନ ବଜାୟ ରଖିବେ । କିନ୍ତୁ ଲୟରେ ନଥିବା ନେହାଲ ୱଧେରା ବାଦ ପଡ଼ିବା ଆଶା କରାଯାଉଛି ।
ଏହି ମ୍ୟାଚ ପାଇଁ ପ୍ରସ୍ତୁତ କରାଯାଇଥିବା ପିଚ୍ ବ୍ୟାଟିଂ ପାଇଁ ଅନୁକୂଳ ରହିବ । ରାତ୍ରିରେ କାକର ପଡ଼ୁଥିବାରୁ ଦ୍ୱିତୀୟ ଭାଗରେ ବ୍ୟାଟିଂ ସହଜ ହେବ । ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ । ତଥାପି ପ୍ରଥମେ ବ୍ୟାଟିଂ କରି ବିଶାଳ ସ୍କୋର ସଂଗ୍ରହ କରିପାରିଲେ ବିଜୟ କଷ୍ଟକର ହେବ ନାହିଁ ।
📱 Get Argus News App
✨Related Topics
Explore more stories