Videos
|
Sports

Viral Sri Lankan Cricketer / କ୍ରିକେଟ ପଡ଼ିଆରେ ନଜର ଆସିଲେ 'ଜଟାଧାରୀ' ବ୍ୟାଟସମ୍ୟାନ୍; ଲମ୍ବା ଚୁଟି ଦେଖି ତାଜୁବ ହୋଇଗଲେ ଦର୍ଶକ

Subhramjit Ray
Browse all articles by Subhramjit Ray
·1 hour ago·2 min read
କ୍ରିକେଟ ପଡ଼ିଆରେ ନଜର ଆସିଲେ 'ଜଟାଧାରୀ' ବ୍ୟାଟସମ୍ୟାନ୍; ଲମ୍ବା ଚୁଟି ଦେଖି ତାଜୁବ ହୋଇଗଲେ ଦର୍ଶକ
Sri Lankan Cricketer Long Hair

Key Points

ଶ୍ରୀଲଙ୍କାର ଏକ ସ୍ଥାନୀୟ କ୍ରିକେଟ୍ ଲିଗର ଏକ ଭିଡିଓ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେଉଛି। ତଥାପି, ଏହା କୌଣସି ପ୍ରଭାବଶାଳୀ ବ୍ୟାଟିଂ କିମ୍ବା ବୋଲିଂ ପାଇଁ ନୁହେଁ, ବରଂ ଜଣେ କ୍ରିକେଟରଙ୍କ ଅତ୍ୟନ୍ତ ଲମ୍ବା ଏବଂ କୁଞ୍ଚିତ କେଶ ପାଇଁ ଏବେ ଏହା ଚର୍ଚ୍ଚାର ବିଷୟ ପାଲଟିଛି।
ବେଳେ ବେଳେ କ୍ରିକେଟ ପଡ଼ିଆରୁ ଏପରି କିଛି ଫଟୋ ଆସିଥାଏ ଯାହା ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଥାଏ। କେତେକ ସମୟରେ ଏହାକୁ ବିଶ୍ୱାସ କରିବା ମଧ୍ୟ କଷ୍ଟକର ହୋଇପଡ଼େ। ସଦ୍ୟ ଏପରି ଏକ ଭିଡ଼ିଓ ଏବେ ପୁଣିଥରେ ସୋସିଆଲ ମିଡି଼ଆରେ ଭାଇରାଲ ହେଉଛି। ଯାହା ପ୍ରକୃତରେ ଆଶ୍ଚର୍ଯ୍ୟଜନକ। ଖେଳାଳିଙ୍କ ଲୁକ୍, ବିଶେଷକରି ସେମାନଙ୍କ ଚୁଟିର ଷ୍ଟାଇଲ୍ ପ୍ରଶଂସକଙ୍କୁ ଆକର୍ଷିତ କରେ। ଏହି ତାଲିକାରେ ସବୁଠାରୁ ପ୍ରମୁଖ ଏବଂ ଲୋକପ୍ରିୟ ନାମ ହେଉଛି ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି। ଯାହାଙ୍କ ଲମ୍ବା ଚୁଟି ସୀମା ପାର ପ୍ରଶଂସକଙ୍କ ଦ୍ୱାରା ପ୍ରଶଂସିତ ହୋଇଥିଲା।

ଏବେ ଆଉ ଜଣେ ଖେଳାଳି ତାଙ୍କର ଚୁଟି ପାଇଁ କ୍ରିକେଟ ଦୁନିଆରେ ଚର୍ଚ୍ଚାରେ ରହିଛନ୍ତି। ତାଙ୍କ ଚୁଟିର ଲମ୍ବ ବିଷୟରେ କହିବାକୁ ଗଲେ, ଏହା ବିଶ୍ୱାସ କରିବା ପ୍ରକୃତରେ କଷ୍ଟକର ହୋଇଯିବ। କାରଣ ଏହାକୁ ଅନେକ AI (Artificial Intelligence) ବୋଲି ଭାବୁଛନ୍ତି। କେହି କେହି କହୁଛନ୍ତି ଏହା ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ଼ ତାଲିକାରେ ସାମିଲ ହେବା ଯୋଗ୍ୟ।


ସଦ୍ୟ ଶ୍ରୀଲଙ୍କାରେ ଖେଳା ଯାଇଥିବା ଏକ ସ୍ଥାନୀୟ କ୍ରିକେଟ ଲିଗ୍ ର ଏକ ଭିଡି଼ଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ଖେଳାଳିଙ୍କ ପ୍ରଦର୍ଶନ ନୁହେଁ, ବରଂ ତାଙ୍କର ଲମ୍ବା କେଶ ଚର୍ଚ୍ଚାରେ ରହିଛି। ଜଣେ ପ୍ରଶଂସକ ଏମିତି ମଧ୍ୟ ଲେଖିଛନ୍ତି ଯେ ଯଦି ବଲ୍ ବ୍ୟାଟ୍ ରେ ବାଜେ ନାହେଁ, ତାହେଲେ ଏହା ତାଙ୍କ କେଶ ଦେଇ ବାଉଣ୍ଡ୍ରି ପାର କରିପାରେ।

ଶ୍ରୀଲଙ୍କା ଖେଳାଳିଙ୍କୁ ପଡ଼ିଆରେ ଦେଖି ପ୍ରଶଂସକଙ୍କ ଠାରୁ କ୍ୟାମେରା ପର୍ଯ୍ୟନ୍ତ ସମସ୍ତେ ଆଶ୍ଚର୍ଯ୍ୟ ଯାଇଛନ୍ତି। ଏହି ବ୍ୟାଟ୍ସମ୍ୟାନ୍ ଙ୍କ କୁଞ୍ଚିତ କେଶ ଦେଖି ଯେକେହି ତାଜୁବ ହୋଇ ଯାଉଛନ୍ତି। ସେହି ଶ୍ରୀଲଙ୍କା କ୍ରିକେଟର ଙ୍କ ଏପରି 'ଜଟାଧାରୀ' ଅବତାର ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ତାଙ୍କ ଲମ୍ବା କେଶ ସମଗ୍ର ଷ୍ଟାଡିୟମ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।

ଏହା ସହ ପଢନ୍ତୁ:  'ମୁଁ ହୁକା ପିଇକି ଆସୁଛି...' ଏମଏସ ଧୋନି ଏବଂ ରିଷଭ ପନ୍ତଙ୍କ ପାର୍ଟିର ଭିଡିଓ ଭାଇରାଲ….

ଏହି ଖେଳାଳିଙ୍କ ଲମ୍ବା କେଶକୁ ହେଉଥିବା ଆଲୋଚନା ଏତିକିରେ ଥମି ନଥିଲା। କାରଣ କ୍ରିକେଟ ପ୍ରଶଂସକ, କ୍ରିକେଟ ଖେଳାଳିଙ୍କ କେଶ ବିଷୟରେ ସବୁଠାରୁ ଅଧିକ ସଚେତନ। ଜଣେ ପ୍ରଶଂସକ ମଜା କରି ପଚାରିଥିଲେ, "ଆପଣ ଆପଣଙ୍କର କେଶରେ କେଉଁ ପ୍ରକାରର ତେଲ ବ୍ୟବହାର କରନ୍ତି?" ଅନେକ ପ୍ରଶଂସକ ସେହି ଶ୍ରୀଲାଙ୍କ ଖେଳାଳିଙ୍କ ଏପରି ଅନନ୍ୟ ଷ୍ଟାଇଲ୍ କୁ ମଧ୍ୟ ବେଶ ପ୍ରଶଂସା କରିଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: