Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଜର୍ସି ନମ୍ବର-୩ ବାଛିବାକୁ ବୈଭବ ସୂର୍ଯ୍ୟବଂଶୀଙ୍କୁ କିଏ ପରାମର୍ଶ ଦେଇଥିଲେ ? ଜାଣନ୍ତୁ

Sports

Vaibhav Jersey Number / ଜର୍ସି ନମ୍ବର-୩ ବାଛିବାକୁ ବୈଭବ ସୂର୍ଯ୍ୟବଂଶୀଙ୍କୁ କିଏ ପରାମର୍ଶ ଦେଇଥିଲେ ? ଜାଣନ୍ତୁ

Debashree Debasmita Sahoo
Browse all articles by Debashree Debasmita Sahoo
·1 day ago·3 min read
ଜର୍ସି ନମ୍ବର-୩ ବାଛିବାକୁ ବୈଭବ ସୂର୍ଯ୍ୟବଂଶୀଙ୍କୁ କିଏ ପରାମର୍ଶ ଦେଇଥିଲେ ? ଜାଣନ୍ତୁ
Vaibhav Sooryavanshi Jersey Number

Key Points

ଟିମ୍ ଇଣ୍ଡିଆ ୨୬ ଏବଂ ୨୮ ଜୁନରେ ଆୟରଲ୍ୟାଣ୍ଡକୁ ଭେଟିବ
ଉଭୟ ଦଳ ମଧ୍ୟରେ ଟି-୨୦ ମ୍ୟାଚ୍ ଖେଳାଯିବ
ସମସ୍ତଙ୍କ ନଜର ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ ରହିବ
ଭାରତୀୟ କ୍ରିକେଟର ଯୁବ ଷ୍ଟାର ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ ଖୁବଶୀଘ୍ର ଭାରତୀୟ ଦଳ ପାଇଁ ଖେଳିବେ । ଇଣ୍ଡିଆ ଟିମ ଆୟରଲ୍ୟାଣ୍ଡ ବିପକ୍ଷରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳିବ । ଦଳ ଆୟରଲ୍ୟାଣ୍ଡ-ଇଂଲଣ୍ଡ ଗସ୍ତ ପାଇଁ ମଧ୍ୟ ବାହାରି ସାରିଛି । ଏହା ପୂର୍ବରୁ ବୈଭବଙ୍କୁ ଭାରତୀୟ ଦଳର ଜର୍ସି ପ୍ରଦାନ କରାଯାଇଥିଲା, ଯାହାର ଏକ ଭିଡିଓ ବିସିସିଆଇ ସେୟାର ହୋଇଥିଲା । ଭିଡିଓରେ ବୈଭବ ତାଙ୍କ ଜର୍ସିକୁ ଧରି ବହୁତ ଭାବପ୍ରବଣ ହୋଇଥିବା ଦେଖିବାକୁ ମିଳିଥିଲା ।

ଭିଡିଓରେ ଦେଖାଯାଇଛି ଯେ, ଭାରତର ଥ୍ରୋ-ଡାଉନ୍ ବିଶେଷଜ୍ଞ ରଘୁ ବୈଭବଙ୍କ ପାଇଁ ଜର୍ସି ଆଣିଥିଲେ । ଦ୍ୱାର ପାଖରେ ଥ୍ରୋଡାଉନ୍ ବିଶେଷଜ୍ଞ ରଘୁଙ୍କୁ ଦେଖି ବୈଭବ ତାଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଥିଲେ । ତା’ପରେ ୧୫ ବର୍ଷୀୟ ବୈଭବ ବାକ୍ସରୁ ଟିମ୍ ଇଣ୍ଡିଆ ଜର୍ସି ବାହାର କଲେ । ଜର୍ସିରେ ନିଜ ନାମ ଦେଖି ବୈଭବ ଭାବପ୍ରବଣ ହୋଇଯାଇଥିଲେ । କିନ୍ତୁ ଗୋଟିଏ କଥା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ବୈଭବଙ୍କ ଟିମ୍ ଇଣ୍ଡିଆ ଜର୍ସି ନମ୍ବର-୩ ଥିଲା । ପ୍ରଶଂସକମାନେ ବୈଭବଙ୍କ ଜର୍ସି ଏବଂ ୩ ନମ୍ବର ମଧ୍ୟରେ ସମ୍ପର୍କ ଜାଣିବାକୁ ବେଶ ଇଚ୍ଛା ପ୍ରକାଶ କରିଛନ୍ତି ।


ବୈଭବ ଏବେ ଯେପରି ଭାବେ କ୍ରିକେଟ୍ ଖେଳୁଛନ୍ତି, ଆଗକୁ ସେ ଜଣେ କିମ୍ବଦନ୍ତୀ ଖେଳାଳି ଭାବେ ଇତିହାସ ରଚିବେ ବୋଲି କ୍ରୀଡା ବିଶେଷଜ୍ଞ କହୁଛନ୍ତି । ସେ ମଧ୍ୟ କପିଳ ଦେବ, ସଚିନ ତେନ୍ଦୁଲକର, ମହେନ୍ଦ୍ର ସିଂ ଧୋନି, ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ପରି କିମ୍ବଦନ୍ତୀମାନଙ୍କ ମଧ୍ୟରେ ସାମିଲ ହୋଇପାରନ୍ତି । ପ୍ରଶଂସକମାନେ ଏବେ ବି ଏହି ଖେଳାଳିଙ୍କ ଜର୍ସି ନମ୍ବର ମନେ ରଖିଛନ୍ତି । ସଚିନ ତେନ୍ଦୁଲକରଙ୍କ ନମ୍ବର ୧୦, ମହେନ୍ଦ୍ର ସିଂ ଧୋନିଙ୍କ ଜର୍ସି ନଂ ୭, ରୋହିତ ଶର୍ମାଙ୍କ ଜର୍ସି ନଂ ୪୫ ଏବଂ ବିରାଟଙ୍କ ନମ୍ବର ୧୮ ପରି, ବୈଭବଙ୍କ ନମ୍ବର ୩ ମଧ୍ୟ ପ୍ରଶଂସକମାନେ ମନେ ରଖିବେ ।

  • ବୈଭବଙ୍କ ଜର୍ସି ନମ୍ବର-୩ କାହିଁକି ?
ଯେତେବେଳେ ବୈଭବ ତାଙ୍କର ବୃତ୍ତିଗତ କ୍ୟାରିଅର ଆରମ୍ଭ କରିଥିଲେ, ତାଙ୍କର ଜର୍ସି ନମ୍ବର ୧୨ ଥିଲା । ରିପୋର୍ଟ ଅନୁସାରେ ବୈଭବଙ୍କ ମାଆ ପରାମର୍ଶ ଦେଇଥିଲେ ଯେ ୧୨ (୧ + ୨)ର ଅଙ୍କ ଯୋଡିଲେ ୩ ହୁଏ । ତେଣୁ ସେ ତାଙ୍କୁ ଏକକ ଅଙ୍କ ୩ ଥିବା ଜର୍ସି ପିନ୍ଧିବାକୁ ପରାମର୍ଶ ଦେଇଥିଲେ, ଯାହାକୁ ସେ ଗ୍ରହଣ କରି ତାଙ୍କର 'ଲକି ନମ୍ବର' କରିଥିଲେ । ରାଇଜିଂ ଷ୍ଟାର୍ସ ଏସିଆ କପ୍ ସମୟରେ ବୈଭବଙ୍କୁ ତାଙ୍କ ଜର୍ସି ନମ୍ବର ୩ ବିଷୟରେ ପଚରାଯିବାରୁ ସେ ହସିଥିଲେ ।

  • IPLରେ ପିନ୍ଧନ୍ତି ୧୨ ନମ୍ବର ଜର୍ସି
ବୈଭବ ରାଜସ୍ଥାନ ରୟାଲ୍ସ ପାଇଁ ୧୨ ନମ୍ବର ଜର୍ସି ପିନ୍ଧନ୍ତି, ଯାହା ମିଶାଇ ୩ ହୁଏ । ତେଣୁ, ଯେତେବେଳେ ଭାରତ ପାଇଁ ଜର୍ସି ପିନ୍ଧିବାର କଥା ଆସିଲା, ବୈଭବଙ୍କ ଜର୍ସିରେ ୩ ନମ୍ବର ଲେଖାଯାଇଥିଲା ।

ପଢନ୍ତୁ ଏହି ଖବର: ଶ୍ରୀଲଙ୍କା ଟିମର ମୁହଁ ବନ୍ଦ କଲେ ବୈଭବ ସୂର୍ଯ୍ୟବଂଶୀ; ଷ୍ଟାଡିୟମରେ ଛକା ବର୍ଷା, ଜିତିଲା ଭାରତ

  • ୧୮ ନମ୍ବର ଜର୍ସି ମଧ୍ୟ ପିନ୍ଧିଛନ୍ତି
୨୦୨୫ରେ ବୈଭବ ସୂର୍ଯ୍ୟବଂଶୀ ଭାରତର ୧୯ ବର୍ଷରୁ କମ୍ ଦଳ ସହିତ ଇଂଲଣ୍ଡ ଗସ୍ତ କରିଥିଲେ । ସେତେବେଳେ ଇଂଲଣ୍ଡ ଅଣ୍ଡର-୧୯ ଟିମ ବିପକ୍ଷ ଏକଦିବସୀୟ ମ୍ୟାଚରେ ବୈଭବ ୧୮ ନମ୍ବର ଜର୍ସି ପିନ୍ଧି ଭାରତ ୧୯ ବର୍ଷରୁ କମ୍ ପାଇଁ ଡେବ୍ୟୁ କରିଥିଲେ । ଏହା ବ୍ୟାପକ ଆଲୋଚନାର କାରଣ ହୋଇଥିଲା । ତାଙ୍କ ଜର୍ସିର ପଛରେ ୧୮ ନମ୍ବର ଲେଖାଯାଇଥିଲା । କୋହଲି ମଧ୍ୟ ୧୮ ନମ୍ବର ପିନ୍ଧନ୍ତି, ଯାହା କାରଣରୁ ଏହି ଆଲୋଚନା ଜୋର ଧରିଥିଲା । କିନ୍ତୁ ସେ ବିରାଟଙ୍କୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଏହି ଜର୍ସି ନମ୍ବର ୧୮ ପିନ୍ଧିଥିବା କହିଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Why Did Vaibhav Sooryavanshi Choose the No. 3 Jersey for Team India? | Argus News