Vaibhav Sooryavanshi / '୧୦ରୁ ୪ ମ୍ୟାଚ୍ ଏକାକୀ ଜିତାଇପାରିବେ ବୈଭବ’, ସୂର୍ଯ୍ୟବଂଶୀଙ୍କୁ ନେଇ ଗାଭାସ୍କରଙ୍କ ବଡ଼ ବୟାନ
·55 mins ago·2 min read

Key Points
ବୈଭବଙ୍କୁ ନେଇ ଗାଭାସ୍କରଙ୍କ ଭବିଷ୍ୟବାଣୀ
‘୧୦ରୁ ୪ ମ୍ୟାଚ୍ ଏକାକୀ ଜିତାଇବେ’
‘ସୂର୍ଯ୍ୟବଂଶୀ ହେବେ ଭୟଙ୍କର ମ୍ୟାଚ୍ ୱିନର’
‘୧୦ରୁ ୪ ମ୍ୟାଚ୍ ଏକାକୀ ଜିତାଇବେ’
‘ସୂର୍ଯ୍ୟବଂଶୀ ହେବେ ଭୟଙ୍କର ମ୍ୟାଚ୍ ୱିନର’
୧୫ ବର୍ଷୀୟ ଯୁବ ବ୍ୟାଟ୍ସମ୍ୟାନ୍ ବୈଭବ ସୂର୍ଯ୍ୟବଂଶୀକୁ ନେଇ ଏବେ କ୍ରିକେଟ୍ ମହଲରେ ବେଶ୍ ଚର୍ଚ୍ଚା । ଆଇପିଏଲ ହେଉ କିମ୍ବା ଭାରତୀୟ ଟିମ୍ ସବୁଠୁ ବିସ୍ଫୋରକ ଇନିଂସ ଖେଳୁଛନ୍ତି ବୈଭବ । ଏବେ ଦୁଲୀପ ଟ୍ରଫିରେ ବ୍ୟାଟ୍ରେ ନିଜର ଦମ୍ ଦେଖାଉଥିବା ବୈଭବ ଆଗାମୀ ଦିନରେ ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜରେ ମଧ୍ୟ ରନ୍ର ବର୍ଷା କରିପାରନ୍ତି । ତେବେ ଏସବୁ ମଧ୍ୟରେ ଭାରତୀୟ କ୍ରିକେଟର ଲିଜେଣ୍ଡ ସୁନୀଲ ଗାଭାସ୍କର ବୈଭବଙ୍କ ସମର୍ଥନରେ ମୁହଁ ଖୋଲିଛନ୍ତି ।
ଗାଭାସ୍କରଙ୍କ ମତରେ, ବୈଭବଙ୍କ ପାଖରେ ଏକାକୀ ନିଜ ଦମ୍ରେ ମ୍ୟାଚ୍ର ମୋଡ଼ ବଦଳାଇବାର କ୍ଷମତା ରହିଛି । ତେଣୁ ଭାରତୀୟ ଦଳକୁ ତାଙ୍କ ଉପରେ ଭରସା ରଖିବା ଦରକାର ।
ମିଡ୍-ଡେ ପାଇଁ ଲେଖିଥିବା ନିଜ କଲମ୍ରେ ଗାଭାସ୍କର କହିଛନ୍ତି ଯେ ଟି-୨୦ କ୍ରିକେଟରେ ପ୍ରତ୍ୟେକ ମ୍ୟାଚ୍ରେ ବଡ଼ ସ୍କୋର କରିବା କୌଣସି ବ୍ୟାଟ୍ସମ୍ୟାନ୍ଙ୍କ ପାଇଁ ସହଜ ନୁହେଁ । କିନ୍ତୁ ବୈଭବ ଏଭଳି ଜଣେ ଖେଳାଳି, ଯିଏ ୧୦ଟି ମ୍ୟାଚ୍ରୁ ୩-୪ଟିରେ ବିସ୍ଫୋରକ ଇନିଂସ ଖେଳି ବିପକ୍ଷ ଦଳକୁ ମ୍ୟାଚ୍ରୁ ବାହାର କରିଦେଇପାରନ୍ତି ।
ବୈଭବ ବଡ଼ ଇନିଂସ ଖେଳିନପାରିଲେ ମଧ୍ୟ ତାଙ୍କ ଆକ୍ରମଣାତ୍ମକ ବ୍ୟାଟିଂ ଦଳ ପାଇଁ ବହୁତ ଉପଯୋଗୀ ହୋଇପାରେ । ମ୍ୟାଚ୍ର ପ୍ରଥମ ୨ ଓଭର ମଧ୍ୟରେ ସେ ୨୫-୩୦ ରନ୍ କରି ଦଳକୁ ଦ୍ରୁତ ଓ ମଜବୁତ ଆରମ୍ଭ ଦେଇପାରନ୍ତି ବୋଲି ଗାଭାସ୍କର କହିଛନ୍ତି ।
ଗାଭାସ୍କରଙ୍କ ଅନୁସାରେ, ବୈଭବଙ୍କ ସହ କଥା ହେଲେ ସେ ଜଣେ ବହୁତ ବୁଦ୍ଧିମାନ ଓ ଖେଳକୁ ବୁଝୁଥିବା ଖେଳାଳି ଭଳି ଲାଗେ । ଖୁବ୍ କମ୍ ସମୟ ମଧ୍ୟରେ ସେ ନିଜ ବ୍ୟାଟିଂରେ ଅନେକ ପରିବର୍ତ୍ତନ ଆଣିଛନ୍ତି । ପୂର୍ବରୁ ସେ ମୁଖ୍ୟତଃ ସିଧା ଓ ଅନ୍-ସାଇଡ୍ରେ ଶଟ୍ ଖେଳୁଥିଲେ । ଏବେ କିନ୍ତୁ ମଇଦାନର ପ୍ରାୟ ସବୁ କୋଣକୁ ଛକା ମାରିବାର କଳା ଶିଖିସାରିଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବୈଭବଙ୍କ ବୟସ ଏବେ ଖୁବ୍ କମ୍ । ଆଗାମୀ ଦିନରେ ଯେତେ ଅଧିକ ମ୍ୟାଚ୍ ଖେଳିବେ ଓ ଅନୁଭବ ହାସଲ କରିବେ, ସେତେ ଅଧିକ ଭୟଙ୍କର ବ୍ୟାଟ୍ସମ୍ୟାନ୍ ହୋଇପାରିବେ ବୋଲି ଗାଭାସ୍କର ମତ ଦେଇଛନ୍ତି । ଇଂଲଣ୍ଡ ଗସ୍ତ ପରେ ଜିମ୍ବାୱେରେ ଦୁଇଟି ଅର୍ଦ୍ଧଶତକ ହାସଲ କରି ବୈଭବ ନିଜର ଧୈର୍ଯ୍ୟ ଓ ରନ୍ କରିବାର କ୍ଷମତା ପ୍ରମାଣ କରିଥିବା ସେ କହିଛନ୍ତି ।
ଆଗାମୀ ଏସିଆନ୍ ଗେମ୍ସରେ ମଧ୍ୟ ବୈଭବ ଭାରତ ପାଇଁ ବଡ଼ ମ୍ୟାଚ୍ ୱିନର ହୋଇପାରନ୍ତି । ତେବେ ଏସିଆନ୍ ଗେମ୍ସରେ ଭାରତ ପାଇଁ ରାସ୍ତା ସହଜ ହେବ ନାହିଁ । ବାଂଲାଦେଶ, ଶ୍ରୀଲଙ୍କା, ଆଫଗାନିସ୍ତାନ ଓ ପାକିସ୍ତାନ ଭଳି ଶକ୍ତିଶାଳୀ ଦଳ ଭାରତକୁ କଡ଼ା ଚ୍ୟାଲେଞ୍ଜ ଦେଇପାରନ୍ତି ।
ଗାଭାସ୍କର ଭାରତୀୟ ଦଳର ଫିଲ୍ଡିଂ ନେଇ ମଧ୍ୟ ଚିନ୍ତା ପ୍ରକାଶ କରିଛନ୍ତି । ସମ୍ପ୍ରତି ୟୁକେ ଗସ୍ତରେ ଭାରତର ଫିଲ୍ଡିଂ ଆଶାନୁରୂପ ନଥିଲା । ଟି-୨୦ କ୍ରିକେଟରେ ଜିତ୍ ଓ ହାର୍ ମଧ୍ୟରେ ବ୍ୟବଧାନ ଖୁବ୍ କମ୍ ଥାଏ । ତେଣୁ ଏସିଆନ୍ ଗେମ୍ସ ପୂର୍ବରୁ ଭାରତକୁ ଫିଲ୍ଡିଂରେ ବହୁତ ସୁଧାର ଆଣିବାକୁ ପଡ଼ିବ ।

Related Topics
Explore more stories