Videos
|
Sports

Cricket News / IND vs SA: ଗମ୍ଭୀରଙ୍କ ଉପରେ ରାଗିଥିବା ଲୋକଙ୍କୁ ସୁନୀଲ ଗାଭାସ୍କର ଆଇନା ଦେଖାଇଲେ

Ritu Das
Browse all articles by Ritu Das
·9 months ago·2 min read
IND vs SA: ଗମ୍ଭୀରଙ୍କ ଉପରେ ରାଗିଥିବା ଲୋକଙ୍କୁ ସୁନୀଲ ଗାଭାସ୍କର ଆଇନା ଦେଖାଇଲେ

Key Points

ଭାରତୀୟ ଦଳ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ଦକ୍ଷିଣ ଆଫ୍ରିକା ହାତରୁ 2-0 ରେ ପରାଜୟ ବରଣ କରିଥିଲା। ଗୌହାଟୀରେ ଦଳର ବ୍ୟାଟିଂଲାଇନ ତାସ ଘର ପରି ଭାଙ୍ଗି ଯାଇଥିଲା। 
ଭାରତୀୟ ଦଳ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ଦକ୍ଷିଣ ଆଫ୍ରିକା ହାତରୁ 2-0 ରେ ପରାଜୟ ବରଣ କରିଥିଲା। ଗୌହାଟୀରେ ଦଳର ବ୍ୟାଟିଂ କ୍ରମ ତାସ ଘର ପରି ଭାଙ୍ଗି ଯାଇଥିଲା।  25 ବର୍ଷ ପରେ ଦକ୍ଷିଣଆଫ୍ରିକା ଟିମ ଭାରତୀୟ ମାଟିରେ ଏକ ଟେଷ୍ଟ ସିରିଜ ଜିତିବାରେ ସଫଳ ହୋଇଥିଲା। ଏହି ପରାଜୟ ଭାରତୀୟ କ୍ରିକେଟରେ ହଇଚଇ ସୃଷ୍ଟି କରିଛି। ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ସମାଲୋଚନାର ଶିକାର ହୋଇଛନ୍ତି, ଏବଂ ତାଙ୍କୁ ବହିଷ୍କାର ପାଇଁ ଦାବି ହେଉଛି।

ଏହାସହ ପଢ଼ନ୍ତୁ: ଟିମ୍ ଇଣ୍ଡିଆ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀରଙ୍କ ରିପୋର୍ଟ କାର୍ଡ, ODIରେ ପାସ୍‌...ଟେଷ୍ଟରେ ଫେଲ୍‌

ଏତେସବୁ ପରେ ବି ପୂର୍ବତନ ଭାରତୀୟ ଅଧିନାୟକ ସୁନୀଲ ଗାଭାସ୍କର ଗମ୍ଭୀରଙ୍କ ସମର୍ଥନରେ ବାହାରିଛନ୍ତି। ଗାଭାସ୍କର ପ୍ରଶ୍ନ କରିଛନ୍ତି ଯେ ଗମ୍ଭୀରଙ୍କୁ ଚାମ୍ପିଅନ୍ସ ଟ୍ରଫି କିମ୍ବା ଏସିଆ କପ୍ ଜିତିବାର ଶ୍ରେୟ ଦିଆଯାଇଥିଲା କି ନାହିଁ, ଏବଂ ପରାଜୟ ପାଇଁ ତାଙ୍କୁ କାହିଁକି ସମ୍ପୂର୍ଣ୍ଣ ଦାୟୀ କରାଯାଉଛି।

ଗାଭାସ୍କର ଆଉ କହିଛନ୍ତି ଯେ, ଗମ୍ଭୀରଙ୍କ ନେତୃତ୍ୱରେ ଭାରତ ଚାମ୍ପିଅନ୍ସ ଟ୍ରଫି ଜିତିଛି । ଏସିଆ କପରେ ଦମଦାର ବିଜୟ ହାସଲ କରିଛି । ଏଥିପାଇଁ ତାଙ୍କୁ କେହି ପ୍ରଶଂସା କରୁ ନାହାନ୍ତି । କେବଳ ଘରୋଇ ମାଟିରେ ଟେଷ୍ଟ୍ ସିରିଜ୍ ପରାଜୟ ପାଇଁ ଗମ୍ଭୀରକୁ ଦାୟୀ କରାଯିବା ଠିକ୍ ନୁହେଁ ।
ସେ ଆହୁରି କହିଛନ୍ତି ଯେ, ଗୌତମ ଜଣେ କୋଚ୍ । ଯିଏକି ଦଳକୁ ପ୍ରସ୍ତୁତ କରିଥାନ୍ତି । ଗମ୍ଭୀରଙ୍କ ପାଖରେ ଅଭିଜ୍ଞତା ରହିଛି । ଯେତେବେଳେ ଭାରତ ଚାମ୍ପିଅନ ହେଉଥିଲା ସେତେବେଳେ ଫ୍ୟାନ୍ସମାନେ କେଉଁଠି ଥିଲେ ବୋଲି ଗାଭାସ୍କର ପ୍ରଶ୍ନ କରିଛନ୍ତି । ଗମ୍ଭୀର କୋଚ୍ ହୋଇ ରହିବାରେ କିଛି ଅସୁବିଧା ନାହିଁ । ସେ ତିନୋଟି ଫର୍ମାଟରେ କୋଚ୍ ଦାୟିତ୍ୱ ତୁଲାଇବେ । ଇଂଲଣ୍ଡ ଟିମ୍ ସେମିତି ଚାଲିଛି । ଦଳ ଭଲ ପ୍ରଦର୍ଶନ ମଧ୍ୟ କରୁଛି । ତେଣୁ ଗମ୍ଭୀରଙ୍କୁ ହଟାଇବା ଠିକ୍ ନୁହେଁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହାସହ ପଢ଼ନ୍ତୁ: 'BCCI ନେବ ମୋ ଭବିଷ୍ୟତ ନିଷ୍ପତ୍ତି, କିନ୍ତୁ ମୁଁ...', ଭାରତର ବଡ଼ ପରାଜୟ ପରେ ମୁହଁ ଖୋଲିଲେ ଗମ୍ଭୀର

ସୂଚନାଯୋଗ୍ୟ, ଗମ୍ଭୀର ଭାରତୀୟ ଦଳର କୋଚ୍ ହେଲା ପରେ ଟେଷ୍ଟରେ ଦଳର ପ୍ରଦର୍ଶନ ଅତି ଖରାପ ରହିଛି । ଦଳ ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଶୋଚନୀୟ ପରାସ୍ତ ହୋଇଛି । ଯାହାକୁ ନେଇ ଅନେକ କ୍ରିକେଟରଙ୍କ ସହ ଫ୍ୟାନ୍ସମାନେ ପ୍ରଶ୍ନ କରିଛନ୍ତି । ତାଙ୍କୁ ହଟାଇବା ପାଇଁ ମଧ୍ୟ ସୋସିଆଲ ମିଡିଆରେ ଦାବି ହେଉଛି।

ଟିମ୍ ଇଣ୍ଡିଆର ସବୁଠାରୁ ବଡ଼ ପରାଜୟ:

ଭାରତୀୟ କ୍ରିକେଟ୍ ଇତିହାସରେ ଏହା ପ୍ରଥମ ଥର ଯେ ଟିମ୍ ଇଣ୍ଡିଆ ୩୫୦ରୁ ଅଧିକ ରନ୍ ବ୍ୟବଧାନରେ କୌଣସି ଟେଷ୍ଟ ମ୍ୟାଚ୍ ହାରିଛି। ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟେଷ୍ଟରେ ଭାରତୀୟ ଦଳକୁ ୪୦୮ ରନରେ ପରାସ୍ତ କରିଛି। ଏହି ରନ୍ ଦୃଷ୍ଟିରୁ ଭାରତୀୟ ଦଳର ସବୁଠାରୁ ବଡ଼ ପରାଜୟ।
୨୦ ବର୍ଷ ମଧ୍ୟରେ ଏହା ପ୍ରଥମ ଥର ଯେ ଟିମ୍ ଇଣ୍ଡିଆର କୌଣସି ବ୍ୟାଟ୍ସମ୍ୟାନ୍ ସମ୍ପୂର୍ଣ୍ଣ ଟେଷ୍ଟ ସିରିଜରେ ଶତକ ହାସଲ କରିନାହାଁନ୍ତି। ଭାରତୀୟ ବ୍ୟାଟ୍ସମ୍ୟାନ୍ ସିରିଜରେ ଖରାପ ପ୍ରଦର୍ଶନ କରିଥିଲେ, ଯାହା ଟିମ୍ ଇଣ୍ଡିଆକୁ ମହଙ୍ଗା ପଡ଼ିଥିଲା। ଲଗାତାର ଦୁଇଟି ଟେଷ୍ଟ ପରାଜୟ ସହିତ, ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲରେ ଭାରତୀୟ ଦଳର ପଥ କ୍ରମଶଃ କଷ୍ଟକର ହୋଇପଡୁଛି।

Related Topics

Explore more stories

IND vs SA: Sunil Gavaskar Hits Back at Gambhir Critics | Argus News