|
logo
Live

Argus News - ଇତିହାସ ରଚିଲା ସନରାଇଜର୍ସ ହାଇଦ୍ରାବାଦ

Sports

ଇତିହାସ ରଚିଲା ସନରାଇଜର୍ସ ହାଇଦ୍ରାବାଦ

Jitendra Dash
Browse all articles by Jitendra Dash
·1 year ago·1 min read
ଇତିହାସ ରଚିଲା ସନରାଇଜର୍ସ ହାଇଦ୍ରାବାଦ

ଅର୍ଗସ ବ୍ୟୁରୋ : ଆଇପିଏଲ୍ ୨୦୨୪ ର ୫୭ ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ସହିତ ମୁହାଁମୁହିଁ ହୋଇଥିଲେ । ଏହି ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଇଥିଲା । ପ୍ରଥମେ ଟସ୍ ଜିତି ବ୍ୟାଟିଂ କରିବା ପାଇଁ ନିଷ୍ପତି ନେଇଥିଲା ଲକ୍ଷ୍ନୌ । 20 ଓଭରରେ ଚାରି ୱିକେଟ୍ ହରାଇ 165 ରନ୍ ସଂଗ୍ରହ କରିଥିଲେ । ଏହାର ଜବାବରେ ହାଇଦ୍ରାବାଦ 9.4 ଓଭରରେ 10 ୱିକେଟ୍ ନେଇ ଲକ୍ଷ୍ୟ ହାସଲ କରିଛି । 

କେଏଲ ରାହୁଲଙ୍କ ଦଳ ଦ୍ବାରା ଧାର୍ଯ୍ୟ ୧୬୫ ରନର ବିଜୟ ଲକ୍ଷ୍ୟକୁ ପିଛା କରି ହାଇଦ୍ରାବାଦ ମାତ୍ର ୫୮ ବଲରେ ବିନା ୱିକେଟ୍‌ରେ ବିଜୟୀ ହୋଇଛି । ଟ୍ରାଫିସ ହେଡ୍ ୮୫ ଅଭିଷେକ ଶର୍ମା ୭୫ ରନ କରିଥିଲେ । ସପ୍ତମ ବିଜୟ ସହ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନକୁ ଉଠିଛି ହାଇଦ୍ରାବାଦ । ଅନ୍ୟପଟେ ଲକ୍ଷ୍ନୌ ଷଷ୍ଠ ପରାଜୟ ସହ ଷଷ୍ଠ ସ୍ଥାନକୁ ଖସିଆସିଛି ।

ଅଧିକ ପଢନ୍ତୁ ଖେଳ ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

୬୨ ଟି ବଲ ବାକି ରହି ହାଇଦ୍ରାବାଦ ମ୍ୟାଚ ଜିତିଥିଲା । ଟ୍ରାଭିସ୍ ହେଡ୍ ଆଠଟି ଚୌକା ଓ ୮ ଟି ଛକା ସହାୟତାରେ ୩୦ ବଲରେ ୮୯ ରନ୍ ସଂଗ୍ରହ କରିଥିଲେ ଏବଂ ଅଭିଷେକ ଶର୍ମା ୨୮ ଟି ବଲରେ ୭୫ ରନ୍ ଅପରାଜିତ ଇନିଂସ ଖେଳି ଚାରି ଚୌକା ଓ ଛଅ ଛକା ସହାୟତାରେ କରିଥିଲେ । ଅଭିଷେକ ଛକା ମାରି ମ୍ୟାଚ ଶେଷ କରିଥିଲେ।

Sponsored
ଇତିହାସ ରଚିଲା ସନରାଇଜର୍ସ ହାଇଦ୍ରାବାଦ | Argus News