Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ସଣ୍ଡେରେ ଆଇପିଏଲର ସୁପର ଶୋ, ଆଜି ଫାଇନାଲ

Ritu Das
Browse all articles by Ritu Das
·2 years ago·1 min read
ସଣ୍ଡେରେ ଆଇପିଏଲର ସୁପର ଶୋ, ଆଜି ଫାଇନାଲ


ଅର୍ଗସ ବ୍ୟୁରୋ: ଆଜି ଆଇପିଏଲ ମହାଲଢେଇ, ଟ୍ରଫି ହାତେଇବା ପାଇଁ କ୍ରିକେଟ ମୈଦାନରେ ମୁହାଁମୁହିଁ ହେବେ କୋଲକାତା ନାଇଟ୍ ରାଇଡର୍ସ ଓ ସନରାଇଜର୍ସ ହାଇଦ୍ରାବାଦ । ୬୪ ଦିନର ଲଢେଇ ପରେ ଆଜି ଦୁଇ ଦଳଙ୍କ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯିବାକୁ ଯାଉଥିବା ବେଳେ ଦର୍ଶକଙ୍କ ମଧ୍ୟରେ ଉତ୍କଣ୍ଠା ବଢିଛି ।

ଦୁଇଟି ଯାକ ଦଳ ବୋଲିଂ, ବ୍ୟାଟି ଓ ଫିଲ୍ଡିଂ ବିଭାଗରେ ଶକ୍ତିଶାଳୀ ହୋଇଥିବା ବେଳେ ଫାଇନାଲ ମ୍ୟାଚ ସଂଘର୍ଷପୂର୍ଣ୍ଣ ହେବାର ସମ୍ଭାବନା ରହିଛି । ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଫାଇନାଲ ମ୍ୟାଚ ଖେଳାଯିବାକୁ ଯାଉଥିବା ବେଳେ ରବିବାର ଯୋଗୁ ଖଚାଖଚ ଭିଡ଼ ମଧ୍ୟ ଦେଖିବାକୁ ମିଳିପାରେ । ତେବେ ଫାଇନାଲ ମ୍ୟାଚରେ ଦୁଇ ଦଳଙ୍କ ମଧ୍ୟରେ ତୁଳନା କଲେ କୋଲକାତା ନାଇଟ ରାଇଡର୍ସର ପଲା ଭାରି ରହିଛି । ତୃତୀୟ ଥର ବିଜେତା ଲକ୍ଷ୍ୟରେ ରହିଥିବା କେକେଆର ଟେବୁଲ ଟପ୍ପର ହୋଇ କ୍ୱାଲିଫାୟାର ୱାନରେ ହାଇଦ୍ରାବାଦକୁ ହରାଇ ଫାଇନାଲକୁ ପ୍ରବେଶ କରିଥିଲା।

ଟି-୨୦ ବିଶ୍ବକପ ପାଇଁ ଯାତ୍ରା କଲେ ଟିମ ଇଣ୍ଡିଆର ପ୍ରଥମ ବ୍ୟାଚ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେପଟେ ଏଲିମିନେଟର ୨ରେ ରାଜସ୍ଥାନ ରୟାଲ୍ସକୁ ଚକମା ଦେଇ ଫାଇନାଲକୁ କମବ୍ୟାକ କରିଥିଲା ସନରାଇଜର୍ସ ହାଇଦ୍ରାବାଦ । ଫାଇନାଲ ପାଇଁ ଉଭୟ ଦଳ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛନ୍ତି । ଟ୍ରଫି ଉପରେ ନଜର ସହ କୋଲକାତା ଟିମର ମାର୍ଗଦର୍ଶକ ଗୌତମ ଗମ୍ଭୀର ଓ ହାଇଦ୍ରାବାଦର ବିଶ୍ୱବିଜୟୀ ଅଧିନାୟକ ପ୍ୟାଟ୍ କମିନ୍ସଙ୍କ ଦୃଢ ନେତୃତ୍ୱକୁ ନେଇ ଚର୍ଚ୍ଚା ଜୋର ଧରିଛି। 
 

Sponsored
Super show of IPL | Argus News