Prays for Shreyas / ଶ୍ରେୟସଙ୍କ ଆରୋଗ୍ୟ କାମନା କରି ଛଠି ମା'ଙ୍କୁ ପୂଜା କଲେ ସୂର୍ଯ୍ୟଙ୍କ ମା': ଭିଡିଓ ଭାଇରାଲ
·8 months ago·3 min read

Key Points
ସିଡନୀରେ ଅଷ୍ଟ୍ରେଲିଆ ବିପକ୍ଷରେ ତୃତୀୟ ଦିନିକିଆ ଖେଳାଯାଇଥିବାବେଳେ ଭାରତୀୟ ଟିମର ସରପଞ୍ଚ ବାବୁ ମାନେ ଶ୍ରେୟସ ଆୟର ଗୁରୁତର ଆହତ ହୋଇଥିଲେ।
ସିଡନୀରେ ଅଷ୍ଟ୍ରେଲିଆ ବିପକ୍ଷରେ ତୃତୀୟ ଦିନିକିଆ ଖେଳାଯାଇଥିବାବେଳେ ଭାରତୀୟ ଟିମର ସରପଞ୍ଚ ବାବୁ ମାନେ ଶ୍ରେୟସ ଆୟର ଗୁରୁତର ଆହତ ହୋଇଥିଲେ। କ୍ୟାଚ ଧରିବାରେ ସିନା ସଫଳ ହେଲେ କିନ୍ତୁ ଡାଇଭ ମାରିବାରୁ ପଞ୍ଜରାରେ ଗୁରୁତର ଆଘାତ ଲାଗିଥିଲା। ସେଥିପାଇଁ ତାଙ୍କୁ ତୁରନ୍ତ ସିଡନୀ ହସ୍ପିଟାଲରେ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଜୀବନ ପ୍ରତି ବିପଦ ମଧ୍ୟ ରହିଥିଲା। ଏହାପରେ ଫ୍ୟାନ୍ସ ମାନେ ଚିନ୍ତିତ ହୋଇପଡ଼ିଥିଲେ। ଏବେ ପୁରା ଦେଶ ସେ ଶୀଘ୍ର ସୁସ୍ଥ ହୋଇ ଫେରନ୍ତୁ ବୋଲି କାମନା କରୁଛନ୍ତି।
ଏହାସହ ପଢ଼ନ୍ତୁ: ହସ୍ପିଟାଲରୁ ଆସିଲା ଶ୍ରେୟସ ଆୟରଙ୍କର ପ୍ରଥମ ଫଟୋ , ବିସିସିଆଇ ଜାରି କଲା ଦ୍ୱିତୀୟ ମେଡିକାଲ ଅପଡେଟ
ବିସିସିଆଇ ଅକ୍ଟୋବର ୨୮ ତାରିଖରେ ତାଙ୍କ ସ୍ବାସ୍ଥ୍ୟକୁ ନେଇ ଏକ ସୂଚନା ଦେଇଥିଲା ଯେ, ଆୟରଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ଧୀରେ ଧୀରେ ସୁଧୁରୁଛି। ମଙ୍ଗଳବାର ସନ୍ଧ୍ୟାରେ ଇଣ୍ଡିଆ ଟିମର ଟି-୨୦ କ୍ୟାପଟେନ ସୂର୍ଯ୍ୟ କୁମାର ଯାଦବ ଶ୍ରେୟସଙ୍କୁ ନେଇ ଚିନ୍ତିତ ନ ହେବାକୁ ଫ୍ୟାନ୍ସଙ୍କୁ କହିଥିଲେ। ସେ ଶୀଘ୍ର ସୁସ୍ଥ ହେଉଛନ୍ତି। ଖୁବଶୀଘ୍ର ପଡ଼ିଆରେ ନଜର ଆସିବେ ବୋଲି କହିଥିଲେ।
ଅନ୍ୟପକ୍ଷେ ସୂର୍ଯ୍ୟାଙ୍କ ମା' ଆୟରଙ୍କ ପାଇଁ ପୂଜାର୍ଚ୍ଚନା କରିଛନ୍ତି। ସୂର୍ଯ୍ୟଙ୍କ ମା'ଙ୍କର ଏହି ପୂଜା ଭିଡିଓସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ସୂର୍ଯ୍ୟାଙ୍କ ମା' ଆୟରଙ୍କ ପାଇଁ ପୂଜାର୍ଚ୍ଚନା କରିଛନ୍ତି
ସୋସିଆଲ ମିଡିଆରେ ଏକ ଭିଡିଓ ଦ୍ରୂତ ଗତିରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦେଖାଯାଉଛି କି ସୂର୍ଯ୍ୟାଙ୍କ ମା' ଛଟ୍ ପୂଜା କରୁଛନ୍ତି। ସ୍କାଏଙ୍କ ମା' ନିଜେ ତ ପୂଜା କରୁଛନ୍ତି ଆଉ ସେଠାରେ ଉପସ୍ଥିତ ଥିବା ସବୁ ଲୋକଙ୍କୁ ଶ୍ରେୟସଙ୍କ ପାଇଁ କାମନା କରିବାକୁ ନିବେଦନ କରିଛନ୍ତି।
ଭାରତୀୟ ଟି-୨୦ କ୍ୟାପଟେନଙ୍କ ମା' କହିଛନ୍ତି ଯେ, ଆପଣ ଯେଉଁମାନେ ବି ଏହି ଛଟ୍ ପୂଜାରେ ଉପସ୍ଥିତ ଅଛନ୍ତି ସେମାନେ ଟିକେ ଶ୍ରେୟସଙ୍କ ପାଇଁ ଠାକୁରଙ୍କୁ ଡାକନ୍ତୁ। ଯେମିତି ପୁଅଟି ଶୀଘ୍ର ସୁସ୍ଥ ହୋଇ ଘରକୁ ଫେରୁ। ମୁଁ କାଲି ଶୁଣିଲି ଯେ, ଶ୍ରେୟସର ସ୍ବାସ୍ଥ୍ୟାବସ୍ଥା ଆଦୌ ଭଲ ନାହିଁ। ମୋତେ ଆଦୌ ଭଲ ଲାଗିଲାନି। ଆୟରଙ୍କ ଆରୋଗ୍ୟ କାମନା କରି ସୂର୍ଯ୍ୟାଙ୍କ ମା' ଛଠି ମା'ଙ୍କ ନାଁ ନେଇ ପାଣିରେ ବୁଡ଼ ଦେଇଥିଲେ।
ଏହାସହ ପଢ଼ନ୍ତୁ: କ୍ୟାଚ୍ ପଡ଼ିଲା ଭାରି: ଶ୍ରେୟସ ଆୟରଙ୍କୁ Spleen Laceration....ଚାଲନ୍ତୁ ଜାଣିବା ଏହି ରୋଗ ବିଷୟରେ...
ଭାରତୀୟ ODI ଦଳର ଉପ-ଅଧିନାୟକ ଶ୍ରେୟସ ଆୟରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅଷ୍ଟ୍ରେଲିଆ ବିପକ୍ଷରେ ସିଡନୀ କ୍ରିକେଟ୍ ଗ୍ରାଉଣ୍ଡରେ ଏକ କ୍ୟାଚ୍ ନେବା ସମୟରେ, ଶ୍ରେୟସ ଆୟର ପଡ଼ିଗଲେ ଏବଂ ଏହା ପରେ ତାଙ୍କୁ ପଡ଼ିଆରୁ ବାହାରକୁ ନିଆଗଲା। ତା’ପରେ ତାଙ୍କୁ ହସ୍ପିଟାଲର ICU ରେ ରଖାଯାଇଥିଲା। ଯଦିଓ, ତାଙ୍କୁ ବର୍ତ୍ତମାନ ICU ରୁ ବାହାରକୁ ଅଣାଯାଇଛି। cricbuzz.com ର ଏକ ରିପୋର୍ଟ ଅନୁଯାୟୀ, ଏକ ସିଟି ସ୍କାନରୁ ଜଣାପଡ଼ିଲା ଯେ ଆୟରଙ୍କୁ Spleen Laceration ହୋଇଛି, ଯାହା ପାଇଁ ତାଙ୍କୁ ତୁରନ୍ତ ICU ରେ ଭର୍ତ୍ତି କରାଯାଇଥିଲା। ସେ ଏବେ ସୁସ୍ଥ ହେଉଛନ୍ତି।
Spleen Laceration କ’ଣ? ଏହା କିପରି ହୁଏ, ସୁସ୍ଥ ହେବା ପାଇଁ କେତେ ସମୟ ଲାଗେ, ଏବଂ ଏହି ଆଘାତ ଖେଳାଳିଙ୍କ ପାଇଁ ଭବିଷ୍ୟତରେ କୌଣସି ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରେ କି? ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଦେବା ପାଇଁ ଆମେ ବିଶେଷଜ୍ଞଙ୍କ ସହ କଥା ହୋଇଥିଲୁ।
ଦିଲ୍ଲୀର ଆପୋଲୋ ହସ୍ପିଟାଲର କ୍ରୀଡା ଏବଂ ମେରୁଦଣ୍ଡ ଅର୍ଥୋପେଡିକ୍ସ ବିଭାଗର ବରିଷ୍ଠ ସର୍ଜନ ଡାକ୍ତର ୟଶ ଗୁଲାଟି କହିଛନ୍ତି ଯେ Spleen Laceration ହେଉଛି ପ୍ଳୀହାରେ ଆଘାତ। ଏହାକୁ ପ୍ଳୀହା ଫାଟିବା କିମ୍ବା ସେଥିରେ ସାମାନ୍ୟ ଫାଟ ଭାବରେ ମଧ୍ୟ ବର୍ଣ୍ଣନା କରାଯାଇପାରେ। ଏହି ଆଘାତ ସାମାନ୍ୟ କିମ୍ବା ବଡ଼ ହୋଇପାରେ। ଯଦି କ୍ଷତ ଗଭୀର ହୋଇଥାଏ, ତେବେ ଏହା ଆଭ୍ୟନ୍ତରୀଣ ରକ୍ତସ୍ରାବ ସୃଷ୍ଟି କରିପାରେ, ଯାହା ଅତ୍ୟନ୍ତ ବିପଜ୍ଜନକ। ଏପରି ପରିସ୍ଥିତିରେ, ରୋଗୀଙ୍କୁ ICUରେ ଭର୍ତ୍ତି କରାଯିବା ଆବଶ୍ୟକ।

Suryakumar Yadav's Mother praying for Shreyas Iyer's speedy Recovery. 🥺❤️ pic.twitter.com/U6eHM2YOLS
— Johns. (@CricCrazyJohns) October 29, 2025

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories