Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

WorldCup Latest News / ଟି-୨୦ ବିଶ୍ୱକପ ଟ୍ରଫି ଜିତିବାପରେ ବଡ଼ ଘୋଷଣା କଲେ ସୂର୍ଯ୍ୟକୁମାର: କ୍ରିକେଟ ଜଗତରେ ହଇଚଇ

Ritu Das
Browse all articles by Ritu Das
·4 months ago·2 min read
ଟି-୨୦ ବିଶ୍ୱକପ ଟ୍ରଫି ଜିତିବାପରେ ବଡ଼ ଘୋଷଣା କଲେ ସୂର୍ଯ୍ୟକୁମାର: କ୍ରିକେଟ ଜଗତରେ ହଇଚଇ
India

Key Points

ବିଶ୍ବକପ ଟ୍ରଫି ପାଇବା ପରେ ସୂର୍ଯ୍ୟାଙ୍କ ବଡ଼ ଘୋଷଣା
ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ନ୍ୟୁଜିଲ୍ୟାଣ୍ଡକୁ 96 ରନରେ ପରାସ୍ତ କରି ଟି-20 ବିଶ୍ୱକପରେ ବିଶ୍ୱ ଚାମ୍ପିଅନ ହେବା ପରେ, ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ପୁରା ବିଶ୍ବକପରେ ପ୍ରଦର୍ଶନ ଖରାପ ଥିଲା। ସେଥିପାଇଁ ଚାରିଆଡ଼ୁ ତାଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଛି। କେହି କେହି କହୁଛନ୍ତି ସୂର୍ଯ୍ୟ ଟି-୨୦ କ୍ୟାରିୟରରୁ ଅବସର ନେଇପାରନ୍ତି। କିନ୍ତୁ ଏନେଇ ମୁହଁ ଖୋଲିଛନ୍ତି ଭାରତର କ୍ୟାପଟେନ Mr. 360.

ମହେନ୍ଦ୍ର ସିଂହ ଧୋନି ଏବଂ ରୋହିତ ଶର୍ମାଙ୍କ ପରେ ଆଇସିସି ଟି-20 ବିଶ୍ୱକପ ଜିତିଥିବା ତୃତୀୟ ଭାରତୀୟ ଅଧିନାୟକ ହୋଇଥିବା ସୂର୍ଯ୍ୟ ଟ୍ରଫି ହାତରେ ଆସିବା ମାତ୍ରେ ତାଙ୍କର ପରବର୍ତ୍ତୀ ଦୁଇଟି ବିଷୟରେ ବଡ଼ ଘୋଷଣା କରିଛନ୍ତି। ସେ ପ୍ରଶଂସକମାନଙ୍କୁ ସ୍ପଷ୍ଟ କରିଛନ୍ତି ଯେ ମୁଁ ଏଯାଏ ଅବସର ବିଷୟରେ ଭାବିନି। କି ମୋର ଅବସର ଏବେ ନେବାର ନାହିଁ। ମୋର ଏବେ ବହୁତ କ୍ରିକେଟ ବାକି ଅଛି।



୨୦୨୮ ଅଲିମ୍ପିକ୍ସ ଏବଂ ବିଶ୍ୱକପ୍ ଉପରେ ନଜର

ମ୍ୟାଚ୍ ପରେ ଗଣମାଧ୍ୟମ ସହିତ କଥାବାର୍ତ୍ତା କରି ସୂର୍ଯ୍ୟ ତାଙ୍କ ଭବିଷ୍ୟତ ବିଷୟରେ ହେଉଥିବା କଳ୍ପନାଜଳ୍ପନାକୁ ଖାରଜ କରିଛନ୍ତି। ସେ କହିଛନ୍ତି, "ମୋର ପରବର୍ତ୍ତୀ ଲକ୍ଷ୍ୟ ହେଉଛି ୨୦୨୮ ଲସ୍ ଆଞ୍ଜେଲସ୍ ଅଲିମ୍ପିକ୍ସରେ ସ୍ୱର୍ଣ୍ଣପଦକ ଜିତିବା। ଆମକୁ ସେହି ବର୍ଷ ଆମର T20 ବିଶ୍ୱକପ୍ ଟାଇଟଲକୁ ମଧ୍ୟ ରକ୍ଷା କରିବାକୁ ପଡିବ। ତାହା ଆମ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ। ସୂର୍ଯ୍ୟଙ୍କ ବୟାନ ସ୍ପଷ୍ଟ କରିଦେଲା ଯେ ସେ ଟିମ୍ ଇଣ୍ଡିଆର ନେତୃତ୍ୱ ନେବାକୁ ଏବଂ ଆଗାମୀ ବର୍ଷ ପାଇଁ ନିଜର ପ୍ରାଧାନ୍ୟ ବଜାୟ ରଖିବାକୁ ପ୍ରସ୍ତୁତ।

ଏଥିସହ ପଢ଼ନ୍ତୁ: ଟି-୨୦ ବିଶ୍ୱକପ୍ ବିଜୟ ପରେ କୋଚ୍ ଗୌତମ ଗମ୍ଭୀରଙ୍କୁ ନେଇ ଏମିତି ଲେଖିଲେ ଧୋନି...

ସେହି ୨୦୨୪ କ୍ୟାଚ୍ ସୂର୍ଯ୍ୟକୁମାରଙ୍କ ଜୀବନ ବଦଳାଇ ଦେଇଥିଲା
ସୂର୍ଯ୍ୟ, ଇମୋସନାଲ ହୋଇ ୨୦୨୪ ବିଶ୍ୱକପ୍ ଫାଇନାଲରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ନେଇଥିବା ଐତିହାସିକ କ୍ୟାଚକୁ ମନେ ପକାଇଲେ। ସେ କହିଲେ, "ସେହି କ୍ୟାଚ୍ ମୋ ଜୀବନକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଥିଲା। ଏହା ପରେ, ଯେତେବେଳେ ମୁଁ ଏହି ଚମତ୍କାର ଦଳର ନେତୃତ୍ୱ ନେବାର ସୁଯୋଗ ପାଇଲି, ମୁଁ ଜାଣିଥିଲି ଯେ ଦୁଇ ବର୍ଷ ମଧ୍ୟରେ ଭାରତରେ ବିଶ୍ୱକପ୍ ଅନୁଷ୍ଠିତ ହେବ। ଭାରତରେ ବିଶ୍ୱକପ୍ ଖେଳିବାର ଏକ ଭିନ୍ନ ଇମୋସନ ଅଛି, ଏବଂ ମୁଁ ଖୁସି ଯେ ଆମେ ଘରୋଇ ମାଟିରେ ଦେଶବାସୀଙ୍କ ସାମ୍ନାରେ ଇତିହାସ ରଚିଛୁ।"

ଆଇସିସି ଟୁର୍ଣ୍ଣାମେଣ୍ଟରେ ଭାରତର ରାଜ୍‌

ଭାରତୀୟ ଅଧିନାୟକ ଦଳର ସ୍ଥିରତା ଉପରେ ଗୁରୁତ୍ୱାରୋପ କରି କହିଥିଲେ ଯେ ଭାରତ ଏବେ ବିଶ୍ୱ କ୍ରିକେଟରେ ନିଜର ପ୍ରାଧାନ୍ୟ ବଜାୟ ରଖିବାକୁ ଚାହୁଁଛି। ସୂର୍ଯ୍ୟ କହିଥିଲେ, "ଆମେ ୨୦୨୫ରେ ଆଇସିସି ଚାମ୍ପିଅନ୍ସ ଟ୍ରଫି ଏବଂ ଏବେ ୨୦୨୬ରେ ବିଶ୍ୱକପ୍ ଜିତିଛୁ। ଆମେ ଚାହୁଁଛୁ ଯେ ଏହି ଧାରା ୨୦୨୭, ୨୦୨୮ ଏବଂ ୨୦୨୯ରେ ଜାରି ରହୁ। ଆମେ ବନ୍ଦ ହେବାକୁ ଚାହୁଁନାହୁଁ।" ନ୍ୟୁଜିଲାଣ୍ଡ ବିପକ୍ଷରେ ଫାଇନାଲରେ ଭାରତର ବିଶାଳ 255/5 ଏବଂ ପରବର୍ତ୍ତୀ ସମୟରେ 96 ରନର ବିଜୟ ବିଷୟରେ କହିବାକୁ ଗଲେ, ସୂର୍ଯ୍ୟ କହିଛନ୍ତି ଯେ ବିଜୟର ଭାବନା ମନରେ ପଶିବାକୁ କିଛି ସମୟ ଲାଗିବ। ସେ ସ୍ୱୀକାର କରିଛନ୍ତି ଯେ ଟୁର୍ଣ୍ଣାମେଣ୍ଟ ସେପରି ଆରମ୍ଭ ହୋଇ ନ ଥିଲା, କିନ୍ତୁ ଶେଷରେ ଦଳର ଅଟଳ ଦୃଢ଼ତା ସମସ୍ତଙ୍କ ସାମ୍ନାରେ ଥିଲା। ଆଉ ଯେଉଁଥିପାଇଁ ଆମେ ବିଶ୍ବକପ ବି ଜିତିଲୁ ପୁଣି ନିଜ ହୋମ ଗ୍ରାଉଣ୍ଡରେ।
ପଢନ୍ତୁ ଏହି ଖବର: ଟିମ୍ ଇଣ୍ଡିଆର ବିଜୟ ପରେ ହାର୍ଦ୍ଦିକ କହିଲେ ''ମାହିକା ମୋ ସ୍ତ୍ରୀ ତାଙ୍କ ପାଇଁ ମୋ ଭାଗ୍ୟ ବଦଳିଛି''
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Suryakumar Yadav Makes Big Announcement After T20 World Cup Triumph, Shocks Cricket World | Argus News