Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Gambhir Ready to Play / ଫାଇନାଲ୍ ପୂର୍ବରୁ ସୂର୍ଯ୍ୟକୁମାରଙ୍କ ବଡ଼ ବୟାନ, କହିଲେ—ଅନୁମତି ମିଳିଲେ ଗମ୍ଭୀର ମଧ୍ୟ ଖେଳିବେ !

Santosh Kumar Sahoo
Browse all articles by Santosh Kumar Sahoo
·4 months ago·2 min read
ଫାଇନାଲ୍ ପୂର୍ବରୁ ସୂର୍ଯ୍ୟକୁମାରଙ୍କ ବଡ଼ ବୟାନ, କହିଲେ—ଅନୁମତି ମିଳିଲେ ଗମ୍ଭୀର ମଧ୍ୟ ଖେଳିବେ !
Surya Kumar Yadav

Key Points

ଗମ୍ଭୀରଙ୍କୁ ନେଇ ସୂର୍ଯ୍ୟଙ୍କ ବଡ଼ ମତ
ଫାଇନାଲ୍ ପୂର୍ବରୁ ଟିମ୍‌ରେ ଉତ୍ସାହ
ଅନୁମତି ମିଳିଲେ ଗମ୍ଭୀର ଖେଳିବେ
ରବିବାର ଟି-୨୦ ବିଶ୍ବକପ୍‌ରେ ଖେଳାଯିବ ଫାଇନାଲ ମ୍ୟାଚ୍‌ । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏହି ମ୍ୟାଚ୍‌ ଖେଳାଯିବ । ମୁହାଁମୁହିଁ ହେବେ ଭାରତ-ନ୍ୟୁଜିଲାଣ୍ଡ । ଫାଇନାଲ ପୂର୍ବରୁ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ କହିଛନ୍ତି ଯେ ଯଦି କୋଚ୍‌ ଗୌତମ ଗମ୍ଭୀରଙ୍କୁ ଅନୁମତି ମିଳିବ ତେବେ ସେ ଫାଇନାଲ ମ୍ୟାଚ୍‌ ଖେଳିବାକୁ ପଡ଼ିଆ ଯିବେ । ଗମ୍ଭୀର ୨୦୦୭ ଟି-୨୦ ବିଶ୍ୱକପ୍ ଜିତିଥିବା ଭାରତୀୟ ଦଳର ଅଂଶ ଥିଲେ ଏବଂ ଫାଇନାଲରେ ୭୫ ରନର ଏକ ମୂଲ୍ୟବାନ ଇନିଂସ ଖେଳିଥିଲେ ।

ଫାଇନାଲ ପୂର୍ବରୁ ସାମ୍ବାଦିକ ସମ୍ମିଳନୀରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ କହିଛନ୍ତି, "ଯଦି ସବୁକିଛି ଗୌତମ ଗମ୍ଭୀରଙ୍କ ନିୟନ୍ତ୍ରଣରେ ଥାଆନ୍ତା, ତେବେ ସେ ପ୍ୟାଡ୍ ପିନ୍ଧି ବ୍ୟାଟିଂ କରିବାକୁ ଆସିଥାଆନ୍ତେ । ସେ ଏପରି ପରିସ୍ଥିତିରେ ଖେଳିଛନ୍ତି, ସେ ବିଶ୍ୱକପ୍ ଜିତିଛନ୍ତି ।"
ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କୁ ପ୍ରଶଂସା କରି ସୂର୍ଯ୍ୟକୁମାର ଯାଦବ କହିଛନ୍ତି ଯେ ସେ ଚାହାଁନ୍ତି ଯେ ଖେଳାଳିମାନେ ବ୍ୟାଟିଂ ସମୟରେ କେବଳ ସେମାନଙ୍କ କାମ ଉପରେ ଧ୍ୟାନ ଦିଅନ୍ତୁ । ସେ ଏହା ମଧ୍ୟ କହିଛନ୍ତି ଯେ ଗମ୍ଭୀର ଦଳ ମଧ୍ୟରେ ଏମିତି ଏକ ପରିବେଶ ସୃଷ୍ଟି କରିଛନ୍ତି ଯେଉଁଠାରେ ଖେଳାଳିମାନେ ବ୍ୟକ୍ତିଗତ ସଫଳତା ଅପେକ୍ଷା ଦଳର ସଫଳତା ଉପରେ ଧ୍ୟାନ ଦିଅନ୍ତି ।

ଫାଇନାଲରେ ଭାରତ ସାମ୍ନାରେ ନ୍ୟୁଜିଲାଣ୍ଡ ରହିଛି । ଯିଏକି ପ୍ରଥମ ସେମିଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ୯ ଓ୍ବିକେଟ୍‌ରେ ପରାସ୍ତ କରି ଫାଇନାଲକୁ ଆସିଛି । ଦକ୍ଷିଣ ଆଫ୍ରିକା ସମଗ୍ର ବିଶ୍ୱକପରେ ଗୋଟିଏ ବି ମ୍ୟାଚ୍ ହାରି ନଥିବା ବେଳେ ନ୍ୟୁଜିଲାଣ୍ଡ କିନ୍ତୁ ସେମିଫାଇନାଲ ମ୍ୟାଚ୍‌ରେ ୯ ଓ୍ବିକେଟ୍‌ରେ ଏକପାଖିଆ ବିଜୟ ହାସଲ କରିଥିଲା ।

ଗୌତମ ଗମ୍ଭୀର ଦୁଇଟି ବିଶ୍ୱକପ୍ ଜିତିଛନ୍ତି

ଗୌତମ ଗମ୍ଭୀର ତାଙ୍କ କ୍ୟାରିଅରରେ ଦୁଇଟି ବିଶ୍ୱକପ୍ ଜିତିଛନ୍ତି । ସେ ୨୦୦୭ ଟି-୨୦ ବିଶ୍ୱକପ୍ ଜିତିଥିବା ଭାରତୀୟ ଦଳର ଅଂଶ ଥିଲେ । ଫାଇନାଲରେ ସେ ପାକିସ୍ତାନ ବିପକ୍ଷରେ ୭୫ ରନର ଏକ ମ୍ୟାଚ୍ ବିଜୟୀ ଇନିଂସ ଖେଳିଥିଲେ । ସେହିପରି ସେ ୨୦୧୧ ଏକଦିବସୀୟ ବିଶ୍ୱକପ୍ ଜିତିଥିବା ଭାରତୀୟ ଦଳର ମଧ୍ୟ ଅଂଶ ଥିଲେ । ଦିନିକିଆ ବିଶ୍ବକପ୍‌ ଫାଇନାଲରେ ସେ ଶ୍ରୀଲଙ୍କା ବିପକ୍ଷରେ ଫାଇନାଲରେ ୯୭ ରନର ଏକ ଇନିଂସ ଖେଳିଥିଲେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Suryakumar’s Big Statement Before T20 World Cup Final, Says Gambhir Ready to Play if Allowed | Argus News