Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Suryakumar Yadav / ଧମକାଇଲା ନ୍ୟୁଜିଲାଣ୍ଡ...ଜବାବ ଦେଲେ ସୂର୍ଯ୍ୟକୁମାର; କହିଲେ, ଏଥର କିଛି ନୂଆ କଥା କୁହନ୍ତୁ

Santosh Kumar Sahoo
Browse all articles by Santosh Kumar Sahoo
·4 months ago·1 min read
ଧମକାଇଲା ନ୍ୟୁଜିଲାଣ୍ଡ...ଜବାବ ଦେଲେ ସୂର୍ଯ୍ୟକୁମାର; କହିଲେ, ଏଥର କିଛି ନୂଆ କଥା କୁହନ୍ତୁ
Surya Kumar Yadav

Key Points

ଫାଇନାଲ୍ ପୂର୍ବରୁ ବାକ୍ ଯୁଦ୍ଧ
ସାଣ୍ଟେନରଙ୍କୁ ସୂର୍ଯ୍ୟଙ୍କ ପଲଟା ଆକ୍ରମଣ
କହିଲେ, ଏଥର କିଛି ନୂଆ କହନ୍ତୁ
ମଇଦାନ ଲଢ଼େଇ ପୂର୍ବରୁ ବାହାରେ ବାକ୍ ଯୁଦ୍ଧ । ଆସନ୍ତାକାଲି ଟି-୨୦ କ୍ରିକେଟ ବିଶ୍ବକପ୍ ଫାଇନାଲ୍ । ଗୁଜରାଟ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏହି ଫାଇନାଲ୍ ମ୍ୟାଚ୍‌ ଖେଳାଯିବ । ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ । ତେବେ ଏହି ହାଇଭୋଲଟେଜ୍‌ ଫାଇନାଲ୍ ମ୍ୟାଚ୍‌ ପୂର୍ବରୁ ଦୁଇ କ୍ୟାପଟେନଙ୍କ ମଧ୍ୟରେ ହୋଇଛି ବାକ୍ ଯୁଦ୍ଧ ।

ଫାଇନାଲ୍ ମ୍ୟାଚ୍‌ ପୂର୍ବରୁ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ଟିମ୍‌କୁ ବଡ଼ ଚ୍ୟାଲେଞ୍ଜ ଦେଇଥିଲେ ନ୍ୟୁଜିଲାଣ୍ଡ କ୍ୟାପଟେନ୍ ମିଚେଲ ସାଣ୍ଟେନର । ସେ କହିଥିଲେ ରବିବାର ଭାରତୀୟ ଦର୍ଶକଙ୍କୁ ଶାନ୍ତ କରାଇବାକୁ ଚେଷ୍ଟା କରିବ ତାଙ୍କ ଟିମ୍ । ଅର୍ଥାତ୍ ନ୍ୟୁଜିଲାଣ୍ଡ ଟିମ୍ ଇଣ୍ଡିଆକୁ ବ୍ୟାକଫୁଟକୁ ଠେଲିଦେବ ବୋଲି ସାଣ୍ଟେନର ଦୃଢ଼ୋକ୍ତି ପ୍ରକାଶ କରିଥିଲେ ।

ତେବେ ସାଣ୍ଟେନରଙ୍କ ଏହି କଥାର କଡ଼ା ଜବାବ ଦେଇଛନ୍ତି ଭାରତୀୟ ଟିମର କ୍ୟାପଟେନ୍ ସୂର୍ଯ୍ୟକୁମାର ଯାଦବ । ନ୍ୟୁଜିଲାଣ୍ଡ କ୍ୟାପଟେନଙ୍କ ଚେତାବନୀ ଉପରେ ସୂର୍ଯ୍ୟକୁମାର କହିଛନ୍ତି ବଡ଼ ମ୍ୟାଚ୍ ପୂର୍ବରୁ ସମସ୍ତେ ଏହି କଥା କୁହନ୍ତି, ଖେଳାଳି ଏବେ କିଛି ନୂଆ କଥା କହିବା ଉଚିତ ।

ବଡ଼ ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ପୂର୍ବରୁ ଏମିତି ବାକ୍ ଯୁଦ୍ଧ କିଛି ନୂଆ କଥା ନୁହେଁ । ଏହି ଟି-ଟ୍ବେଣ୍ଟି ବିଶ୍ବକପ୍‌ର ସେମିଫାଇନାଲ୍ ପୂର୍ବରୁ ମଧ୍ୟ ଏମିତି କିଛି କହିଥିଲେ ଇଂଲଣ୍ଡର ଅଲରାଉଣ୍ଡର ସାମ୍ କରନ୍ । ଭାରତ ବିପକ୍ଷରେ ସେମିଫାଇନାଲ୍ ଖେଳିଥିଲା ଇଂଲଣ୍ଡ । ସାମ୍ କରନ୍ କହିଥିଲେ ଭାରତୀୟ ଦର୍ଶକଙ୍କୁ ଚୁପ୍ କରାଇ ଦେବେ । କିନ୍ତୁ ଏହି ମ୍ୟାଚରେ ଇଂଲଣ୍ଡ ପରାଜିତ ହେବା ସହ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Suryakumar Hits Back at Santner Ahead of T20 World Cup Final Clash | Argus News