India vs Pakistan / ଭାରତ-ପାକିସ୍ତାନ ମ୍ୟାଚ୍କୁ ନେଇ ବଡ଼ ବୟାନ ଦେଲେ ସୂର୍ଯ୍ୟକୁମାର, କହିଲେ...
·7 months ago·2 min read

Key Points
ଟି-୨୦ ବିଶ୍ବକପ୍ ପାଇଁ କାର୍ଯ୍ୟସୂଚୀ ଘୋଷଣା । ଫେବ୍ରୁଆରୀ ୧୫ରେ ଭାରତ-ପାକିସ୍ତାନ ମହାମୁକାବିଲା । ଏହା ପୂର୍ବରୁ ସୂର୍ଯ୍ୟକୁମାର ଦେଲେ ବଡ଼ ବୟାନ ।
୨୦୨୬ ଟି-୨୦ ବିଶ୍ବକପ୍ ପାଇଁ ନଭେମ୍ବର ୨୫ରେ କାର୍ଯ୍ୟସୂଚୀ ଘୋଷଣା ହୋଇଛି । ଏହି ମେଗା ଟୁର୍ଣ୍ଣାମେଣ୍ଟରେ ଫେବ୍ରୁଆରୀ ୧୫ରେ ମହାମୁକାବିଲା ଖେଳାଯିବ । ମୁହାଁମୁହିଁ ହେବେ ଦୁଇ ପାରମ୍ପାରିକ ପ୍ରତିଦ୍ବନ୍ଦୀ ଭାରତ-ପାକିସ୍ତାନ । କଲମ୍ବୋରେ ଖେଳାଯିବ ଏହି ମ୍ୟାଚ୍ ।
ତେବେ ଆଗାମୀ ଟି-୨୦ ବିଶ୍ବକପ୍ରେ ସୂର୍ଯ୍ୟକୁମାର ଯାଦବ ଭାରତୀୟ ଦଳର ଅଧିନାୟକ ହେବେ । ଟି-୨୦ ବିଶ୍ବକପ୍ରେ ଭାରତ-ପାକିସ୍ତାନ ସାତ ଥର ମୁହାଁମୁହିଁ ହୋଇଛନ୍ତି । ଯେଉଁଥିରେ ଭାରତ ୬ଟି ମ୍ୟାଚ୍ରେ ବିଜୟୀ ହୋଇଛି । ଯଦିଓ ଅଧିନାୟକ ସୂର୍ଯ୍ୟକୁମାର ଏସିଆ କପ୍ ସମୟରେ ସ୍ପଷ୍ଟ ଭାବରେ କହିଥିଲେ ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଆଉ କୌଣସି ପ୍ରତିଦ୍ୱନ୍ଦ୍ୱିତା ନାହିଁ, ତଥାପି ସେ ଟି୨୦ ବିଶ୍ୱକପରେ ଆଗାମୀ ଭାରତ-ପାକିସ୍ତାନ ମ୍ୟାଚ୍କୁ ପ୍ରଶଂସକମାନଙ୍କ ପାଇଁ ଏକ ରୋମାଞ୍ଚକର ମ୍ୟାଚ୍ ଭାବରେ ବର୍ଣ୍ଣନା କରିଥିଲେ ।
ଟି-୨୦ ବିଶ୍ୱକପ୍ ୨୦୨୬ ସୂଚୀ ଘୋଷଣା କାର୍ଯ୍ୟକ୍ରମରେ ସୂର୍ଯ୍ୟକୁମାର ଯାଦବ କହିଛନ୍ତି, "ଆମର ଗ୍ରୁପ୍ ଭଲ ରହିଛି । ଯଦି ୧୫ ଫେବ୍ରୁଆରୀରେ ଭାରତ-ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମ୍ୟାଚ୍ ବିଷୟରେ କହିବା ତାହାଲେ, ଆମେ ନିକଟରେ ସେମାନଙ୍କ ବିପକ୍ଷରେ ଏସିଆ କପରେ ଖେଳିଛୁ । ସମସ୍ତେ କେବଳ କ୍ରିକେଟରେ ଧ୍ୟାନ ଦେଇଛନ୍ତି, ଅନ୍ୟ କିଛି ନୁହେଁ। ଯେପରି ଆପଣ ସମସ୍ତେ ଦେଖିଛନ୍ତି, ଏହା ଏକ ବଡ଼ ମ୍ୟାଚ୍ ହେବ । ଭାରତୀୟ ଖେଳାଳିମାନେ ସବୁବେଳେ ଭାରତ-ପାକିସ୍ତାନ ମ୍ୟାଚ୍ ପାଇଁ ଉତ୍ସାହିତ।"
ସୂଚନା ଅନୁସାରେ, ଆଗାମୀ ଟି-୨୦ ବିଶ୍ବକପ୍ ପାଇଁ ଭାରତକୁ ଗ୍ରୁପ୍-Aରେ ରଖାଯାଇଛି । ଏହି ଗ୍ରୁପ୍ରେ ପାକିସ୍ତାନ, ଆମେରିକ, ନାମ୍ବିଆ ଓ ନେଦରଲାଣ୍ଡ ରହିଛି । ଭାରତ-ପାକିସ୍ତାନ ମ୍ୟାଚ୍ ଫେବ୍ରୁଆରୀ ୧୫ ତାରିଖରେ କଲମ୍ବୋରେ ଖେଳାଯିବ । ଚାମ୍ପିଅନ୍ସ ଟ୍ରଫି ୨୦୨୫ ପୂର୍ବରୁ BCCI ଏବଂ PCB ନିରପେକ୍ଷ ସ୍ଥାନରେ ଭାରତ-ପାକିସ୍ତାନ ମ୍ୟାଚ୍ ଆୟୋଜନ କରିବାକୁ ରାଜି ହୋଇଥିଲେ ।
ଏସିଆ କପ୍ ସମୟରେ, ଅଧିନାୟକ ସୂର୍ଯ୍ୟକୁମାର ଯାଦବ କହିଥିଲେ ଯେ ଭାରତ ଲଗାତାର ପାକିସ୍ତାନକୁ ପରାସ୍ତ କରିଛି । ତେଣୁ ସେମାନଙ୍କ ମଧ୍ୟରେ ଆଉ କୌଣସି ପ୍ରତିଦ୍ୱନ୍ଦ୍ୱିତା ନାହିଁ । ତେବେ ଏଭଳି ସ୍ଥିତିରେ ଆଗାମୀ ଟି-୨୦ ବିଶ୍ବକପ୍ରେ ଭାରତ-ପାକିସ୍ତାନ ମ୍ୟାଚ୍ ବେଶ୍ ରୋଚକ ହେବ ।
ଗ୍ରୁପ୍ - A
ଭାରତ
ପାକିସ୍ତାନ
USA
ନେଦରଲାଣ୍ଡ
ନାମ୍ବିଆ
ଗ୍ରୁପ୍-B
ଅଷ୍ଟ୍ରେଲିଆ
ଶ୍ରୀଲଙ୍କା
ଆର୍ୟାଲାଣ୍ଡ
ଜିମ୍ବାମ୍ବେ
ଓମାନ
ଗ୍ରୁପ୍- C
ଇଂଲଣ୍ଡ
ଓ୍ବେଷ୍ଟଇଣ୍ଡିଜ୍
ବାଂଲାଦେଶ
ନେପାଳ
ଇଟାଲୀ
ଗ୍ରୁପ୍-D
ନ୍ୟୁଜିଲାଣ୍ଡ
ଦକ୍ଷିଣ ଆଫ୍ରିକା
ଆଫଗାନିସ୍ତାନ
କାନାଡା
UAE
ଟି-୨୦ ବିଶ୍ବକପ୍ରେ ଭାରତର କାର୍ଯ୍ୟସୂଚୀ
ଫେବ୍ରୁଆରୀ ୭ - ଭାରତ ବନାମ USA
ଫେବ୍ରୁଆରୀ ୧୨ - ଭାରତ ବନାମ ନାମ୍ବିଆ
ଫେବ୍ରୁଆରୀ ୧୫ - ଭାରତ ବନାମ ପାକିସ୍ତାନ
ଫେବ୍ରୁଆରୀ ୧୮ - ଭାରତ ବନାମ ନେଦରଲାଣ୍ଡ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories