Suryakumar Yadav Dropped / ବିଶ୍ୱକପ୍ ଜିତିବା ପରେ ହଠାତ୍ କାହିଁକି ହେଲେ OUT ? ଦଳରୁ ବିଦା ପରେ ସୂର୍ଯ୍ୟକୁମାର କଲେ ବଡ଼ ଖୁଲାସା
·51 mins ago·2 min read

Key Points
କ୍ୟାପ୍ଟେନ୍ରୁ ସିଧା ଟିମ୍ରୁ ବାହାର
ଟିମ୍ରେ ନାଁ ନଥିବା ଦେଖି ହସିଥିଲେ ସୂର୍ଯ୍ୟ
ହେଲେ ମନ ଭିତରେ ଥିଲା ଏହି ପ୍ରଶ୍ନ
ଟିମ୍ରେ ନାଁ ନଥିବା ଦେଖି ହସିଥିଲେ ସୂର୍ଯ୍ୟ
ହେଲେ ମନ ଭିତରେ ଥିଲା ଏହି ପ୍ରଶ୍ନ
ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ବରେ ଭାରତ ୨୦୨୬ ଟି-୨୦ ବିଶ୍ବକପ୍ ଜିତିଥିଲା । ଆଉ ବିଶ୍ବକପ୍ ଟାଇଟଲ ଜିତାଇବାର କିଛି ସମୟ ପରେ ଟିମ୍ ଇଣ୍ଡିଆରୁ ବାଦ୍ ପଡ଼ିଥିଲେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ । ତାଙ୍କୁ କେବଳ ଦଳରୁ ବାଦ୍ ଦିଆଯାଇନଥିଲା, ବରଂ T20 ଅଧିନାୟକ ପଦରୁ ମଧ୍ୟ ବିଦା କରାଯାଇଥିଲା । ସୂର୍ଯ୍ୟକୁମାରଙ୍କ ସ୍ଥାନରେ ଶ୍ରେୟସ ଆୟରଙ୍କୁ ଅଧିନାୟକ କରାଯାଇଥିଲା । ଏହି ନିଷ୍ପତ୍ତି କ୍ରିକେଟ୍ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଏବେ ଦଳରୁ ବାଦ୍ ପଡ଼ିବା ଓ ଅଧିନାୟକ ପଦ ହରାଇବା ନେଇ ପ୍ରଥମଥର ପାଇଁ ନିଜ ମନର କଥା କହିଛନ୍ତି ସୂର୍ଯ୍ୟକୁମାର । ତାଙ୍କ କଥାରୁ ସ୍ପଷ୍ଟ ହୋଇଛି ଯେ ଏହି ନିଷ୍ପତ୍ତି ତାଙ୍କୁ ଭିତରୁ ଭାଙ୍ଗି ଦେଇଥିଲା ।
ଦଳରେ ନାଁ ନଥିବା ଦେଖି ହସିଥିଲେ ସୂର୍ଯ୍ୟ
ପୂର୍ବତନ ଭାରତୀୟ କ୍ରିକେଟର ଆକାଶ ଚୋପ୍ରାଙ୍କ ସହ ଆଲୋଚନା ବେଳେ ସୂର୍ଯ୍ୟକୁମାର କହିଛନ୍ତି ଯେ ଦଳ ଘୋଷଣା ସମୟରେ ତାଙ୍କ ନାଁ ନଥିବା ଦେଖି ସେ ପ୍ରଥମେ ହସିଥିଲେ । ତେବେ ଏହି ହସ ପଛରେ ଥିଲା ନିରାଶା ଓ ଆଶ୍ଚର୍ଯ୍ୟ ।
ସୂର୍ଯ୍ୟଙ୍କ କହିବା ଅନୁସାରେ, ଗତ ଦୁଇ ବର୍ଷରେ ଦଳ ତାଙ୍କ ଅଧିନାୟକତ୍ୱରେ କୌଣସି ଦ୍ୱିପାକ୍ଷିକ T20 ସିରିଜ୍ ହାରିନଥିଲା । ଏହା ସହ ଭାରତ ବିଶ୍ୱକପ୍ ଓ ଏସିଆ କପ୍ ଭଳି ବଡ଼ ଟାଇଟଲ୍ ମଧ୍ୟ ଜିତିଥିଲା । ତେଣୁ ହଠାତ୍ ପରିବର୍ତ୍ତନ କାହିଁକି ଆସିଲା, ସେହି ପ୍ରଶ୍ନ ତାଙ୍କ ମନରେ ବାରମ୍ବାର ଘୁରୁଥିଲା ।
‘ଏମିତି କେମିତି ହୋଇପାରେ?’
ସୂର୍ଯ୍ୟକୁମାର କହିଛନ୍ତି ଯେ ଦଳରୁ ବାଦ୍ ପଡ଼ିବା ପରେ ପ୍ରାୟ ଦେଢ଼ ମାସ ଘରେ ରହି ସେ ଏହି ଘଟଣା ବିଷୟରେ ଚିନ୍ତା କରୁଥିଲେ । ତାଙ୍କ ମନରେ ବାରମ୍ବାର ଗୋଟିଏ ପ୍ରଶ୍ନ ଆସୁଥିଲା—“ଏମିତି କେମିତି ହୋଇପାରେ ?” ବିଶ୍ୱକପ୍ ଜିତିବାର କିଛି ସମୟ ପରେ ହିଁ ଏଭଳି ନିଷ୍ପତ୍ତି ତାଙ୍କ ପାଇଁ ସହଜ ନଥିଲା । ତେବେ ପରିବାର ଓ ସାଙ୍ଗମାନେ ତାଙ୍କୁ ବୁଝାଇଥିଲେ ଯେ ଜୀବନରେ ଉତ୍ଥାନ-ପତନ ଲାଗି ରହିଥାଏ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଟିମ୍ ଘୋଷଣା ପୂର୍ବରୁ ଆସିଥିଲା ଫୋନ୍
ସୂର୍ଯ୍ୟକୁମାର ଆହୁରି ଏକ ବଡ଼ ଖୁଲାସା କରିଛନ୍ତି । ଦଳ ଘୋଷଣା ହେବାର ପ୍ରାୟ ୨ରୁ ୩ ଦିନ ପୂର୍ବରୁ ସିଲେକ୍ସନ କମିଟି ତାଙ୍କୁ ଫୋନ୍ କରି ନିଷ୍ପତ୍ତି ବିଷୟରେ ଜଣାଇଥିଲା । ତାଙ୍କୁ କୁହାଯାଇଥିଲା ଯେ ଆଗାମୀ ଇଂଲଣ୍ଡ ଓ ଆୟର୍ଲାଣ୍ଡ T20 ସିରିଜ୍ ପାଇଁ ଚୟନ ହେବାକୁ ଥିବା ଦଳରେ ତାଙ୍କ ନାଁ ରହିବ ନାହିଁ । ଶ୍ରେୟସ ଆୟରଙ୍କୁ ନୂଆ T20 ଅଧିନାୟକ ଭାବେ ଦାୟିତ୍ୱ ଦିଆଯିବା ନେଇ ମଧ୍ୟ ନିଷ୍ପତ୍ତି ହୋଇଥିଲା ।
ସୂର୍ଯ୍ୟ କହିଛନ୍ତି ଯେ ସେ ସେତେବେଳେ କୌଣସି ବିରୋଧ କରିନଥିଲେ। କାରଣ ଚୟନକର୍ତ୍ତାମାନେ ଦଳର ଭଲ ପାଇଁ ହିଁ ଏହି ନିଷ୍ପତ୍ତି ନେଇଥିବେ ବୋଲି ସେ ଭାବିଥିଲେ ।
ଜୁଲାଇ ୨୦୨୪ରେ ମିଳିଥିଲା ଅଧିନାୟକ ଦାୟିତ୍ୱ
ସୂର୍ଯ୍ୟକୁମାର ଯାଦବ ଜୁଲାଇ ୨୦୨୪ରେ ଭାରତୀୟ T20 ଦଳର ଅଧିନାୟକ ହୋଇଥିଲେ । ତାଙ୍କ ନେତୃତ୍ୱରେ ଭାରତ ଦ୍ୱିପାକ୍ଷିକ T20 ସିରିଜ୍ରେ ଅପରାଜିତ ରହିବା ସହ ବଡ଼ ଟୁର୍ଣ୍ଣାମେଣ୍ଟରେ ମଧ୍ୟ ସଫଳତା ପାଇଥିଲା । ତେବେ ୨୦୨୬ ଆଇପିଏଲ୍ରେ ସୂର୍ଯ୍ୟଙ୍କ ବ୍ୟାଟିଂ ଫର୍ମ ଆଶାନୁରୂପ ନଥିବା କଥା ଚୟନକୁ ନେଇ ଆଲୋଚନାରେ ଆସିଥିଲା । ଚୟନକର୍ତ୍ତାମାନେ ଦଳର ଆଗାମୀ ଭବିଷ୍ୟତକୁ ମଧ୍ୟ ଧ୍ୟାନରେ ରଖି ନୂଆ ନେତୃତ୍ୱ ଦିଗକୁ ଯିବାର ନିଷ୍ପତ୍ତି ନେଇଥିବା କହିଥିଲେ ।

Related Topics
Explore more stories