Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Suryakumar Yadav Record / ଇତିହାସ ରଚିଲେ କ୍ୟାପଟେନ୍ ସୂର୍ଯ୍ୟକୁମାର, ଟି-୨୦ରେ ପୂରଣ କଲେ ୩ ହଜାର ରନ୍‌

Santosh Kumar Sahoo
Browse all articles by Santosh Kumar Sahoo
·5 months ago·2 min read
ଇତିହାସ ରଚିଲେ କ୍ୟାପଟେନ୍ ସୂର୍ଯ୍ୟକୁମାର, ଟି-୨୦ରେ ପୂରଣ କଲେ ୩ ହଜାର ରନ୍‌
Suryakumar Yadav

Key Points

ସୂର୍ଯ୍ୟକୁମାର ଯାଦବ ଟି-୨୦ରେ ପୂରଣ କଲେ ୩,୦୦୦ ରନ୍
ଭାରତର ଇତିହାସ ରଚିଲେ କ୍ୟାପଟେନ୍!
ଜାଣନ୍ତୁ ଭାଙ୍ଗିଲେ କାହାର ରେକର୍ଡ
ଶନିବାର କେରଳର ଥିରୁଅନନ୍ତପୁରମରେ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ପଞ୍ଚମ ତଥା ଅନ୍ତିମ ଟି-୨୦ ମ୍ୟାଚ୍‌ ଖେଳାଯାଇଥିଲା । ଗ୍ରୀନଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଅନୁଷ୍ଠିତ ଏହି ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ, ଅର୍ଥାତ୍ ନ୍ୟୁଜିଲାଣ୍ଡକୁ ପ୍ରଥମେ ବୋଲିଂ କରିଥିଲା ।

ଅଧିନାୟକ ସୂର୍ଯ୍ୟକୁମାର ଯାଦବ ନିଜେ ବ୍ୟାଟିଂରେ ଚମତ୍କାର ପ୍ରଦର୍ଶନ କରିଥିଲେ । ସେ ୩୦ ବଲ୍‌ରେ ୬୩ ରନ୍ କରିଥିଲେ, ଯେଉଁଥିରେ ଛଅଟି ଛକା ଏବଂ ଚାରିଟି ଚୌକା ସାମିଲ ଥିଲା । ଏହା ସୂର୍ଯ୍ୟଙ୍କ ଟି-୨୦ କ୍ୟାରିୟରର ୨୪ତମ ଅର୍ଦ୍ଧଶତକ ଥିଲା । ସୂର୍ଯ୍ୟଙ୍କୁ ମିଚେଲ ସାଣ୍ଟନରଙ୍କ ବଲ୍‌ରେ ଷ୍ଟମ୍ପିଂ ହୋଇଥିଲେ ।

ଏହି ଇନିଂସ୍ ମଧ୍ୟରେ ସୂର୍ଯ୍ୟକୁମାର ଯାଦବ ଟି-୨୦ରେ ୩,୦୦୦ ରନ୍ ମଧ୍ୟ ପୂରଣ କରିଥିଲେ । ବଲ୍ ଦୃଷ୍ଟିରୁ ସେ ୩,୦୦୦ ଟି-୨୦ ରନ୍ କରିବାରେ ଦ୍ରୁତତମ ବ୍ୟାଟ୍ସମ୍ୟାନ୍ । ସୂର୍ଯ୍ୟ ୧୮୨୨ ବଲ୍‌ରେ ୩,୦୦୦ ରନ୍ କରିଥିଲେ । ସୂର୍ଯ୍ୟ ୟୁଏଇ ବ୍ୟାଟ୍ସମ୍ୟାନ୍ ମହମ୍ମଦ ୱାସିମଙ୍କ ରେକର୍ଡ ଭାଙ୍ଗିଥିଲେ । ୱାସିମ ୧୯୪୭ ବଲ୍ ନେଇ ୩,୦୦୦ ରନ୍ କରିଥିଲେ । ଏହି କ୍ଷେତ୍ରରେ ଜସ୍ ବଟଲର୍, ଆରୋନ୍ ଫିଞ୍ଚ୍, ଡେଭିଡ୍ ୱାର୍ଣ୍ଣର୍, ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ପରି କିମ୍ବଦନ୍ତୀ ସୂର୍ଯ୍ୟଙ୍କଠାରୁ ବହୁତ ପଛରେ ଅଛନ୍ତି ।

ଟି-୨୦ରେ ସବୁଠାରୁ ଦ୍ରୁତତମ ୩,୦୦୦ ରନ୍ (ବଲ୍ ଆଧାରରେ)

୧୮୨୨ ସୂର୍ଯ୍ୟକୁମାର ଯାଦବ (ଭାରତ)
୧୯୪୭ ମହମ୍ମଦ ୱାସିମ୍ (ୟୁଏଇ)
୨୦୬୮ ଜସ୍ ବଟଲର୍ (ଇଂଲଣ୍ଡ)
୨୦୭୭ ଆରୋନ୍ ଫିଞ୍ଚ୍ (ଅଷ୍ଟ୍ରେଲିଆ)
୨୧୧୩ ଡେଭିଡ୍ ୱାର୍ଣ୍ଣର୍ (ଅଷ୍ଟ୍ରେଲିଆ)
୨୧୪୯ ରୋହିତ ଶର୍ମା (ଭାରତ)
୨୧୬୯ ବିରାଟ କୋହଲି (ଭାରତ)

ସୂର୍ଯ୍ୟକୁମାର ଯାଦବ, ଇଶାନ୍ କିଶାନଙ୍କ ସହ ଏହି ମ୍ୟାଚରେ ତୃତୀୟ ୱିକେଟ୍ ପାଇଁ ୧୩୭ ରନ୍‌ର ପାର୍ଟନରସିପ୍ କରିଥିଲେ। ଏହା ନ୍ୟୁଜିଲାଣ୍ଡ ବିପକ୍ଷରେ ଟି-୨୦ରେ ଭାରତର ଦ୍ୱିତୀୟ ସର୍ବାଧିକ ପାର୍ଟନରସିପ୍ ଥିଲା । ଏହି କ୍ଷେତ୍ରରେ ରୋହିତ ଶର୍ମା ଏବଂ ଶିଖର ଧାୱନ୍ ପ୍ରଥମ ସ୍ଥାନରେ ଅଛନ୍ତି। ରୋହିତ-ଧାୱନ୍ ୨୦୧୭ରେ ଦିଲ୍ଲୀ ଟି-୨୦ରେ ଏହି ଦଳ ବିପକ୍ଷରେ ୧୫୮ ରନ୍‌ର ପ୍ରାରମ୍ଭିକ ପାର୍ଟନରସିପ୍ କରିଥିଲେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
History Created by Captain Suryakumar Yadav, Fastest to Complete 3,000 T20 Runs | Argus News