Videos
|
Sports

Suryakumar Yadav statement / ସୂର୍ଯ୍ୟକୁମାରଙ୍କ ବଡ଼ ବୟାନ, ଆମେ ଖେଳିବାକୁ ମନା କରିନୁ...ସେମାନେ ମନା କଲେ

Santosh Kumar Sahoo
Browse all articles by Santosh Kumar Sahoo
·7 months ago·3 min read
ସୂର୍ଯ୍ୟକୁମାରଙ୍କ ବଡ଼ ବୟାନ, ଆମେ ଖେଳିବାକୁ ମନା କରିନୁ...ସେମାନେ ମନା କଲେ
Suryakumar Yadav

Key Points

ଭାରତ–ପାକ୍ ମ୍ୟାଚ୍ ବିବାଦ
ସୂର୍ଯ୍ୟକୁମାରଙ୍କ ବଡ଼ ଖୁଲାସା
ଆମେ କେବେ ମନା କରିନୁ
ପାକିସ୍ତାନ ହିଁ ମନା କଲା
ଫେବ୍ରୁଆରୀ ୭ରୁ ଆରମ୍ଭ ହେବାକୁ ଯାଉଛି ଟି-୨୦ ବିଶ୍ବକପ୍ । କିନ୍ତୁ ଏବେ ବି ବିବାଦ ଥମିବାରେ ନାଁ ନେଉନି । ପ୍ରଥମେ ବାଂଲାଦେଶ ଟି-୨୦ ବିଶ୍ବକପ୍‌ରୁ ବାଦ୍‌ ପଡ଼ିଥିଲା । ଆଉ ଏବେ ପାକିସ୍ତାନ ଫେବ୍ରୁଆରୀ ୧୫ରେ ହେବାକୁ ଥିବା ଭାରତ ବିପକ୍ଷ ମ୍ୟାଚ୍‌ ଖେଳିବାକୁ ମନା କରିଦେଇଛି ।
ଆଉ ଏବେ ଭାରତୀୟ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟି-୨୦ ବିଶ୍ୱକପରେ ପାକିସ୍ତାନର ଅଂଶଗ୍ରହଣକୁ ନେଇ ଚାଲିଥିବା ଅନିଶ୍ଚିତତା ସମ୍ପର୍କରେ ଏକ ବଡ଼ ବୟାନ ଦେଇଛନ୍ତି । ଗୁରୁବାର ମୁମ୍ବାଇରେ ଟି-୨୦ ବିଶ୍ୱକପ୍ ଅଧିନାୟକଙ୍କ ସାମ୍ବାଦିକ ସମ୍ମିଳନୀରେ ସୂର୍ଯ୍ୟକୁମାର କହିଛନ୍ତି ଯେ ଭାରତର ମତ ସମ୍ପୂର୍ଣ୍ଣ ସ୍ପଷ୍ଟ ଏବଂ ଦଳ କେବେ ପାକିସ୍ତାନ ବିପକ୍ଷରେ ଖେଳିବାକୁ ମନା କରିନାହିଁ ।

ସୂର୍ଯ୍ୟକୁମାର ଯାଦବ କହିଛନ୍ତି, "ପାକିସ୍ତାନ ସମ୍ପର୍କରେ ଆମର ମାନସିକତା ସମ୍ପୂର୍ଣ୍ଣ ସ୍ପଷ୍ଟ । ଆମେ କେବେ ସେମାନଙ୍କ ବିପକ୍ଷରେ ଖେଳିବାକୁ ମନା କରିନାହୁଁ । ସେମାନେ ହିଁ ଖେଳିବାକୁ ମନା କରିଥିଲେ । ଆମର ବିମାନ ବୁକ୍ ହୋଇଛି, ଆମେ ଯାଉଛୁ । ଆମର ସୂଚୀ ପ୍ରସ୍ତୁତ । ଆମେ ପ୍ରଥମେ ଆମେରିକା ସହିତ ଖେଳିବୁ, ତା'ପରେ କାନାଡ଼ା, ତା'ପରେ ଆମେ କଲମ୍ବୋ ଯିବୁ ।"

ସୂର୍ଯ୍ୟଙ୍କ ଏହି ବୟାନ ଏପରି ସମୟରେ ଆସିଛି ଯେତେବେଳେ ପାକିସ୍ତାନର ଅଂଶଗ୍ରହଣକୁ ନେଇ ବିଭିନ୍ନ କଳ୍ପନାଜଳ୍ପନା ପ୍ରକାଶ ପାଇଛି । ଭାରତୀୟ ଅଧିନାୟକଙ୍କ ବୟାନ ସ୍ପଷ୍ଟ କରିଛି ଯେ ଟିମ୍ ଇଣ୍ଡିଆ କୌଣସି ଅନିଶ୍ଚିତତା ଦ୍ୱାରା ପ୍ରଭାବିତ ନୁହେଁ ଏବଂ ପୂର୍ଣ୍ଣ ପ୍ରସ୍ତୁତି ସହିତ ଆଗକୁ ବଢ଼ୁଛି ।
ଆଫଗାନିସ୍ତାନ ଅଧିନାୟକ ରସିଦ ଖାନ କହିଛନ୍ତି ଯେ ଭାରତରେ ଆଇପିଏଲ୍ ଖେଳିବା ଦ୍ୱାରା କେବଳ ଆଫଗାନିସ୍ତାନ ଖେଳାଳିମାନେ ନୁହଁନ୍ତି ବରଂ ସମସ୍ତ ଦଳକୁ ଲାଭ ହୋଇଛି । ସେ କହିଛନ୍ତି, "ସମସ୍ତ ଦଳର ଖେଳାଳିମାନେ ଆଇପିଏଲରେ ଖେଳୁଛନ୍ତି, ତେଣୁ ଏହି ସୁବିଧା କେବଳ ଆଫଗାନିସ୍ତାନ ପର୍ଯ୍ୟନ୍ତ ସୀମିତ ନୁହେଁ ।" ସାମ୍ବାଦିକ ସମ୍ମିଳନୀରେ ରଶିଦ ଏହା ମଧ୍ୟ କହିଥିଲେ ଯେ ଆଫଗାନିସ୍ତାନଠାରୁ ଏବେ ପୂର୍ବ ଅପେକ୍ଷା ଅଧିକ ଆଶା କରାଯାଉଛି ଏବଂ ପ୍ରତ୍ୟେକ ଦଳରେ ୪-୫ ମ୍ୟାଚ୍ ବିଜୟୀ ଖେଳାଳି ଅଛନ୍ତି।

ନେପାଳ ଅଧିନାୟକ ରୋହିତ ପାଉଡେଲ ଏହି ବିଶ୍ୱକପ୍‌କୁ ତାଙ୍କ ଦଳ ପାଇଁ ଐତିହାସିକ ବୋଲି ବର୍ଣ୍ଣନା କରିଥିଲେ। ସେ କହିଥିଲେ, "ଆମେ ୨୦ ବର୍ଷରୁ ଅଧିକ ସମୟ ପରେ ବିଶ୍ୱକପ୍ ଖେଳୁଛୁ। ଏହା ଆମ ପାଇଁ ଏକ ବଡ଼ ସୁଯୋଗ। ପରବର୍ତ୍ତୀ ପିଢ଼ି ଏଥିରୁ ଅନୁପ୍ରାଣିତ ହେବ ଏବଂ ଆଶା କରୁଛି, ଆମେ ସେମାନଙ୍କୁ କିଛି ସ୍ୱତନ୍ତ୍ର ଦେଇପାରିବୁ।" ରୋହିତ ଏହା ମଧ୍ୟ କହିଥିଲେ ଯେ ନେପାଳ ସମ୍ପ୍ରତି ବଡ଼ ଦଳଗୁଡ଼ିକୁ କଠିନ ପ୍ରତିଯୋଗିତା ଦେଇ ଆସୁଛି ଏବଂ ୱେଷ୍ଟଇଣ୍ଡିଜ୍ ବିପକ୍ଷ ବିଜୟ ଦଳର ଆତ୍ମବିଶ୍ୱାସକୁ ବୃଦ୍ଧି କରିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଇଂଲଣ୍ଡ ଅଧିନାୟକ ହ୍ୟାରି ବ୍ରୁକ୍ ଅନିଶ୍ଚିତ ପରିସ୍ଥିତିରେ ଅଧିକ ପ୍ରତିକ୍ରିୟା ଦେବାରୁ ନିବୃତ୍ତ ରହି କହିଛନ୍ତି ଯେ ଦଳ ପ୍ରକ୍ରିୟା ଉପରେ ଧ୍ୟାନ ଦେଉଛି । ସେ କହିଛନ୍ତି, "ଆମକୁ ଏହି ମୁହୂର୍ତ୍ତରେ ରହିବାକୁ ପଡିବ ଏବଂ ଆଗାମୀ କିଛି ସପ୍ତାହରେ ଆମେ କେଉଁଠି ପହଞ୍ଚିବୁ ତାହା ଦେଖିବାକୁ ପଡିବ । ଆମର ପ୍ରୟାସ କେବଳ ପ୍ରକ୍ରିୟାରେ ଲାଗି ରହିବା ।" ଇଂଲଣ୍ଡ ଅଧିନାୟକ ଏହା ମଧ୍ୟ ସ୍ୱୀକାର କରିଛନ୍ତି ଯେ ଭାରତୀୟ ପିଚ୍‌ରେ ଉଚ୍ଚ ସ୍କୋର କରାଯାଇପାରିବ । ସେ କହିଛନ୍ତି, "ଭାରତରେ ଏପରି ଅନେକ ପଡ଼ିଆ ଅଛି ଯେଉଁଠାରେ ୩୦୦ ରନ୍ କରାଯାଇପାରିବ । ଜଣେ ଅଧିନାୟକ ଭାବରେ, ଖେଳକୁ ଧୀର କରିବା ଏବଂ ଶାନ୍ତ ରହିବା ଗୁରୁତ୍ୱପୂର୍ଣ୍ଣ। କାକର ମଧ୍ୟ ଏକ କାରଣ ହୋଇପାରେ।"

ସ୍କଟଲ୍ୟାଣ୍ଡ ଅଧିନାୟକ ରିଚି ବେରିଙ୍ଗଟନ୍ କହିଛନ୍ତି ଯେ ବର୍ତ୍ତମାନର କ୍ରିକେଟରେ ପ୍ରତ୍ୟେକ ଦଳ ବିପଜ୍ଜନକ ଏବଂ କାହାକୁ ହାଲୁକା ଭାବରେ ନିଆଯାଇପାରିବ ନାହିଁ। ସେ କହିଛନ୍ତି, "ପ୍ରତ୍ୟେକ ଦଳରେ ଏପରି ଖେଳାଳି ଅଛନ୍ତି ଯେଉଁମାନେ ଏକାକୀ ମ୍ୟାଚ୍ ଜିତାଇ ପାରିବେ । କୌଣସି ଗୋଟିଏ ଦଳକୁ ବାଛିବା କଷ୍ଟକର ।"

Related Topics

Explore more stories