Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Suryakumar Yadav statement / ଟି-୨୦ ବିଶ୍ବକପ୍ ଫାଇନାଲରେ କେଉଁ ଦଳକୁ ହରାଇବାକୁ ଚାହେଁ ଭାରତ, ସୂର୍ଯ୍ୟକୁମାର କହିଲେ...

Santosh Kumar Sahoo
Browse all articles by Santosh Kumar Sahoo
·7 months ago·2 min read
ଟି-୨୦ ବିଶ୍ବକପ୍ ଫାଇନାଲରେ କେଉଁ ଦଳକୁ ହରାଇବାକୁ ଚାହେଁ ଭାରତ, ସୂର୍ଯ୍ୟକୁମାର କହିଲେ...

Key Points

ସୂର୍ଯ୍ୟକୁମାରଙ୍କ ବଡ଼ ଭବିଷ୍ୟବାଣୀ । ଟି–୨୦ ବିଶ୍ବକପ୍‌ ଫାଇନାଲରେ ଅଷ୍ଟ୍ରେଲିଆକୁ ହରାଇବାକୁ ଚାହେଁ ଭାରତ !
ଆସନ୍ତା ବର୍ଷ ଫେବ୍ରୁଆରୀରେ ଆରମ୍ଭ ହେବାକୁ ଯାଉଛି ଟି-୨୦ ବିଶ୍ବକପ୍‌ । ଏଥିପାଇଁ ନଭେମ୍ବର ୨୫ ତାରିଖରେ ଆଗାମୀ ଟି-୨୦ ବିଶ୍ବକପ୍‌ ପାଇଁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି । ଟିମ୍ ଇଣ୍ଡିଆ ଗ୍ରୁପ୍ Aରେ ରହିଛି । ଏହି ଗ୍ରୁପ୍‌ରେ ଭାରତ ବ୍ୟତୀତ ପାକିସ୍ତାନ, ଆମେରିକା, ନେଦରଲାଣ୍ଡ ଓ ନାମ୍ବିଆ ରହିଛି । ଭାରତ ତା'ର ପ୍ରଥମ ମ୍ୟାଚ୍‌ ଫେବ୍ରୁଆରୀ ୭ ତାରିଖରେ ଆମେରିକା ବିପକ୍ଷରେ ଖେଳିବ । ତେବେ କାର୍ଯ୍ୟସୂଚୀ ଘୋଷଣା ପରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଫାଇନାଲକୁ ନେଇ ଏକ ବଡ଼ ଭବିଷ୍ୟବାଣୀ କରିଛନ୍ତି ।

ଟି-୨୦ ବିଶ୍ୱକପ୍ କାର୍ଯ୍ୟସୂଚୀ ଘୋଷଣା ପାଇଁ ଏକ ବିଶେଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ଭାରତୀୟ ଟି-୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ଫାଇନାଲକୁ ନେଇ ଏକ ପ୍ରଶ୍ନ ପଚରା ଯାଇଥିଲା । ଆଉ ଉତ୍ତରରେ ସୂର୍ଯ୍ୟକୁମାର କହିଥିଲେ ଯେ ଫାଇନାଲ ମ୍ୟାଚ୍ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଅନୁଷ୍ଠିତ ହେବ ଏବଂ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଏହି ମ୍ୟାଚ୍‌ ଖେଳାଯିବ । ସୂଚନା ଅନୁସାରେ ମାର୍ଚ୍ଚ ୮ ତାରିଖରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଫାଇନାଲ ମ୍ୟାଚ୍‌ ଖେଳାଯିବ ।

ଅଧିକ ପଢ଼ନ୍ତୁ: ଗୌତମ ଗମ୍ଭୀରଙ୍କ ନିଷ୍ପତ୍ତିକୁ ନେଇ ଏମିତି କହିଲେ କୋହଲି, ସୋସିଆଲ ମିଡିଆରେ ଭାଇରାଲ ହେଲା ପୋଷ୍ଟ

ଯେତେବେଳେ ୨୦୨୪ ଟି-୨୦ ବିଶ୍ୱକପରେ ଭାରତର ନେତୃତ୍ବ ନେଇଥିବା ଅଧିନାୟକ ରୋହିତ ଶର୍ମାଙ୍କୁ ସମାନ ପ୍ରଶ୍ନ ପଚରା ଯାଇଥିଲା, ସେ କହିଥିଲେ କିଏ ଫାଇନାଲରେ ପହଞ୍ଚିବ ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ, ସେ କେବଳ ଭାରତୀୟ ଦଳକୁ କପ୍ ଉଠାଇବା ଦେଖିବାକୁ ଚାହାଁନ୍ତି ।

ସୂଚନା ଅନୁସାରେ, ୨୦୨୩ ଦିନିକିଆ ବିଶ୍ବକପ୍‌ରେ ରୋହିତ ଶର୍ମାଙ୍କ ନେତୃତ୍ବରେ ଭାରତ ଲଗାତର ୧୦ଟି ମ୍ୟାଚ୍‌ ଜିତି ଫାଇନାଲରେ ପ୍ରବେଶ କରିଥିଲା । ଆଉ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଫାଇନାଲ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ସହ ମୁହାଁମୁହିଁ ହୋଇଥିଲା । ଏହି ମ୍ୟାଚ୍‌ରେ ଭାରତକୁ ଅଷ୍ଟ୍ରେଲିଆ ପରାସ୍ତ କରି ବିଶ୍ବକପ୍‌ ହାତେଇଥିଲା । ଆଉ ସେହି ପରାଜୟର ବଦଲା ନେବା ଲକ୍ଷ୍ୟରେ ରହିଛନ୍ତି ସୂର୍ଯ୍ୟବାହିନୀ । ସେହି ଷ୍ଟାଡିୟମରେ ଅଷ୍ଟ୍ରେଲିଆକୁ ହରାଇ ବିଶ୍ବକପ୍‌ ଟ୍ରଫି ହାତେଇବା ଲକ୍ଷ୍ୟରେ ରହିଛି ଭାରତ ।

୨୦୨୬ ଟି-୨୦ ବିଶ୍ୱକପରେ ମୋଟ୍‌ ୨୦ଟି ଦଳ ଅଂଶଗ୍ରହଣ କରିବେ । ସେମାନଙ୍କୁ ୪ଟି ଗ୍ରୁପ୍‌ରେ ବିଭକ୍ତ କରାଯାଇଛି । ପ୍ରତ୍ୟେକ ଗ୍ରୁପ୍‌ର ଶ୍ରେଷ୍ଠ ଦୁଇଟି ଦଳ ସୁପର ୮ ପର୍ଯ୍ୟାୟକୁ ଯିବେ । ସୁପର ୮ ପର୍ଯ୍ୟାୟର ଶ୍ରେଷ୍ଠ ଚାରିଟି ଦଳ ସେମିଫାଇନାଲ୍ ଖେଳିବେ, ତା’ପରେ ମାର୍ଚ୍ଚ ୮ରେ ଫାଇନାଲ୍ ଖେଳାଯିବ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Suryakumar Yadav Reveals Which Team India Wants to Beat in T20 World Cup Final | Argus News