Suryakumar Yadav ODI Career / ଦିନିକିଆରେ କାହିଁକି ଆଗକୁ ବଢ଼ିପାରିଲେନି ସୂର୍ଯ୍ୟକୁମାର, ନିଜକୁ ଦାୟୀ କଲେ SKY
·30 mins ago·2 min read

Key Points
ଟି-୨୦ରେ ଧମାକା, ODIରେ ଫେଲ୍
ସୂର୍ଯ୍ୟା କଲେ ବଡ଼ ଖୁଲାସା
‘ମୁଁ ଏହି ଫର୍ମାଟ୍ର ସମାଧାନ ବାହାର କରିପାରିଲିନି’

ଟିମ୍ ଇଣ୍ଡିଆକୁ ଜିତାଇଥିବା ଅଧିନାୟକ, ଟି-୨୦ରେ ଧମାକା କରିଥିବା ବ୍ୟାଟ୍ସମ୍ୟାନ୍...କିନ୍ତୁ ଆଜି ନା ଅଛି ଅଧିନାୟକ ପଦ, ନା ଅଛି ଟିମ୍ ଇଣ୍ଡିଆରେ ସ୍ଥାନ । ଭାରତୀୟ କ୍ରିକେଟ୍ରେ ନିଜର ଆକ୍ରମଣାତ୍ମକ ବ୍ୟାଟିଂ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ସୂର୍ଯ୍ୟକୁମାର ଯାଦବଙ୍କ ଦିନିକିଆ କ୍ୟାରିୟର୍ ଏବେ ଚର୍ଚ୍ଚାରେ। ଟି-୨୦ ଫର୍ମାଟ୍ରେ ଅନେକ ସଫଳତା ପାଇଥିବା ସୂର୍ଯ୍ୟା ଦିନିକିଆରେ ଆଶାନୁରୂପ ପ୍ରଦର୍ଶନ କରିପାରିନଥିଲେ। ଆଉ ଏବେ ନିଜ ଦିନିକିଆ କ୍ୟାରିୟର୍ ଆଗକୁ ବଢ଼ିପାରିନଥିବା ପାଇଁ ନିଜକୁ ହିଁ ଦାୟୀ କରିଛନ୍ତି ସେ।
ସୂର୍ଯ୍ୟକୁମାର ଯାଦବ ଶେଷଥର ପାଇଁ ୨୦୨୩ରେ ଦିନିକିଆ ମ୍ୟାଚ୍ ଖେଳିଥିଲେ । ୨୦୨୩ ଦିନିକିଆ ବିଶ୍ୱକପ୍ ଫାଇନାଲରେ ସେ ୭ ନମ୍ବରରେ ବ୍ୟାଟିଂ କରି ମାତ୍ର ୧୮ ରନ୍ କରିଥିଲେ । ଏହା ପରେ ତାଙ୍କୁ ଆଉ ଦିନିକିଆ ଦଳରେ ସ୍ଥାନ ମିଳିନାହିଁ । ଟି-୨୦ରେ ମଧ୍ୟ ତାଙ୍କ ଅଧିନାୟକ ପଦ ଚାଲିଯାଇଥିବା ବେଳେ ଦଳରୁ ମଧ୍ୟ ବାଦ୍ ପଡ଼ିଛନ୍ତି ।
ଦିନିକିଆରେ କାହିଁକି ସଫଳ ହୋଇପାରିଲେନି ?
୩୦ ବର୍ଷ ବୟସରେ ଭାରତ ପାଇଁ ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ ସୂର୍ଯ୍ୟକୁମାର । ତାଙ୍କ କହିବା ଅନୁସାରେ, ଯଦି ସେ ୨୦୧୬ରେ ଭାରତୀୟ ଦଳରେ ପ୍ରବେଶ କରିଥାନ୍ତେ, ତେବେ ହୁଏତ ଅଧିକ ଟେଷ୍ଟ ଖେଳିବା ସହ ଦିନିକିଆରେ ମଧ୍ୟ ଭଲ କରିପାରିଥାନ୍ତେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଟେଷ୍ଟ କ୍ରିକେଟ୍ରେ ମଧ୍ୟ ତାଙ୍କୁ ବେଶୀ ସୁଯୋଗ ମିଳିନଥିଲା । ଅଷ୍ଟ୍ରେଲିଆ ବିପକ୍ଷରେ ୨୦୨୩ରେ ସେ ମାତ୍ର ଗୋଟିଏ ଟେଷ୍ଟ ମ୍ୟାଚ୍ର ଗୋଟିଏ ଇନିଂସ ଖେଳିଥିଲେ ଏବଂ ସେଥିରେ ମାତ୍ର ୮ ରନ୍ କରିଥିଲେ । ଏହା ପରେ ଅନ୍ୟ ଖେଳାଳିମାନେ ଦଳରେ ନିଜ ସ୍ଥାନ ପୁଣି ମଜବୁତ କରିନେଇଥିଲେ । ଅନ୍ୟପକ୍ଷରେ ସୂର୍ଯ୍ୟା ନିଜ ସ୍ଥାନ ସୁରକ୍ଷିତ କରିପାରିନଥିଲେ ।
‘ମୁଁ ହିଁ ଏଥିପାଇଁ ଦାୟୀ’
ନିଜ ଦିନିକିଆ କ୍ୟାରିୟର୍କୁ ନେଇ ଖୋଲାଖୋଲି ଭାବେ ମତ ରଖିଛନ୍ତି ସୂର୍ଯ୍ୟକୁମାର । ସେ ସ୍ୱୀକାର କରିଛନ୍ତି ଯେ ଦିନିକିଆ ଫର୍ମାଟ୍ ପାଇଁ ଯେତିକି ପରିଶ୍ରମ କରିବାର ଆବଶ୍ୟକତା ଥିଲା, ସେତିକି ସେ କରିନଥିଲେ ।
ସୂର୍ଯ୍ୟକୁମାର କହିଛନ୍ତି, “ମୁଁ ବ୍ୟକ୍ତିଗତ ଭାବେ ସ୍ୱୀକାର କରୁଛି ଯେ ଦିନିକିଆ ଫର୍ମାଟ୍ରେ ମୋତେ ଯେତିକି ପରିଶ୍ରମ କରିବାର ଥିଲା, ମୁଁ ସେତିକି କରିନଥିଲି । ମୁଁ ଏହି ଫର୍ମାଟ୍ର ସମାଧାନ ବାହାର କରିପାରିଲି ନାହିଁ ।”
ସେ ଆହୁରି କହିଛନ୍ତି ଯେ ତାଙ୍କୁ ଜଣାଥିଲା ଦିନିକିଆରେ ୫ କିମ୍ବା ୬ ନମ୍ବରରେ ବ୍ୟାଟିଂ କରିବାକୁ ପଡ଼ିବ । ତଥାପି ଏହି ଫର୍ମାଟ୍କୁ ଭଲ ଭାବେ ବୁଝିବା ଓ ଏଥିପାଇଁ ନିଜ ଖେଳକୁ ଖାପ ଖୁଆଇବା ଦିଗରେ ସେ ଅଧିକ ପ୍ରୟାସ କରିନଥିଲେ । ଏହି କାରଣରୁ ଦିନିକିଆ କ୍ୟାରିୟର୍ ଆଗକୁ ବଢ଼ିପାରିନଥିବା ସେ ମାନିଛନ୍ତି ।
ଦିନିକିଆରେ ୩୭ ମ୍ୟାଚ୍, ୭୭୩ ରନ୍
ସୂର୍ଯ୍ୟକୁମାର ଯାଦବ ନିଜ ଅନ୍ତର୍ଜାତୀୟ କ୍ୟାରିୟର୍ରେ ୩୭ଟି ଦିନିକିଆ ମ୍ୟାଚ୍ ଖେଳି ୭୭୩ ରନ୍ କରିଛନ୍ତି । ଦିନିକିଆରେ ତାଙ୍କ ସର୍ବାଧିକ ସ୍କୋର ୭୨ ରନ୍ । ଅନ୍ୟପକ୍ଷରେ ଟି-୨୦ ଫର୍ମାଟ୍ରେ ସେ ୧୧୩ଟି ମ୍ୟାଚ୍ ଖେଳି ୩୨୭୨ ରନ୍ କରିଛନ୍ତି । ଅନ୍ତର୍ଜାତୀୟ କ୍ୟାରିୟର୍ର ତାଙ୍କର ସମସ୍ତ ୪ଟି ଶତକ ଟି-୨୦ ଫର୍ମାଟ୍ରେ ଆସିଛି ।

Related Topics
Explore more stories