Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Cricket News / ଟି-୨୦ ସିରିଜ୍ ଜିତିବା ଲକ୍ଷ୍ୟରେ ସୂର୍ଯ୍ୟ ବାହିନୀ, ରିଙ୍କୁ-ନୀତିଶଙ୍କୁ ମିଳିପାରେ ସୁଯୋଗ

Ritu Das
Browse all articles by Ritu Das
·8 months ago·2 min read
ଟି-୨୦ ସିରିଜ୍ ଜିତିବା ଲକ୍ଷ୍ୟରେ ସୂର୍ଯ୍ୟ ବାହିନୀ, ରିଙ୍କୁ-ନୀତିଶଙ୍କୁ ମିଳିପାରେ ସୁଯୋଗ

Key Points

ଅଷ୍ଟ୍ରେଲିଆ ବିପକ୍ଷ ଟି୨୦ ସିରିଜ୍ ଜିତିବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ । ଶନିବାର ଖେଳାଯିବାକୁ ଥିବା ଶେଷ ଟି୨୦ ମୁକାବିଲା ଜିତିବା ପାଇଁ ଯୋଜନା କରୁଛି ଟିମ୍ ଇଣ୍ଡିଆ । ଯାହା ପ୍ରସିଦ୍ଧ ଗାବ୍ବା ଷ୍ଟାଡିୟମରେ ଖେଳାଯିବ ।

ଅଷ୍ଟ୍ରେଲିଆ ବିପକ୍ଷ ଟି୨୦ ସିରିଜ୍ ଜିତିବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ । ଶନିବାର ଖେଳାଯିବାକୁ ଥିବା ଶେଷ ଟି୨୦ ମୁକାବିଲା ଜିତିବା ପାଇଁ ଯୋଜନା କରୁଛି ଟିମ୍ ଇଣ୍ଡିଆ । ଯାହା ପ୍ରସିଦ୍ଧ ଗାବ୍ବା ଷ୍ଟାଡିୟମରେ ଖେଳାଯିବ । ୨-୧ରେ ଆଗୁଆ ଥିବା ଟିମ୍ ଇଣ୍ଡିଆ ଗାବ୍ବାରେ ମଧ୍ୟ କଙ୍ଗାରୁ ଟିମର ପରାଜୟ ପାଇଁ ଗେମ୍ ପ୍ଲାନ୍ ପ୍ରସ୍ତୁତ କରିଛି । ସେପଟେ ଅଷ୍ଟ୍ରେଲିଆ ମଧ୍ୟ ମ୍ୟାଚ୍ ଜିତି ସିରିଜକୁ ବରାବର କରିବା ପାଇଁ ଚେଷ୍ଟା କରିବ।

ଏହାସହ ପଢ଼ନ୍ତୁ: ପୁଣି ଫେରିଲା ନୋ-ହ୍ୟାଣ୍ଡସେକ୍ ବିବାଦ, ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଶାଇଲେନି ଭାରତୀୟ ଖେଳାଳି

ମୁକାବିଲା ପୂର୍ବରୁ ଚୂଡାନ୍ତ ଏକାଦଶ ଉପରେ ଫ୍ୟାନଙ୍କ ନଜର ରହିଛି । କାରଣ ସିରିଜରେ ରିଙ୍କୁ ସିଂ ଏବଂ ନୀତିଶ କୁମାର ରେଡ୍ଡିଙ୍କୁ ଗୋଟିଏ ହେଲେ ମ୍ୟାଚ୍ ଖେଳିବାକୁ ସୁଯୋଗ ମିଳିନି । ତେଣୁ ଟିମରେ ସୂର୍ଯ୍ୟ କୁମାର ଯାଦବ କିଛି ପରିବର୍ତ୍ତନ କରୁଛନ୍ତି ନା ନାହିଁ ତାହା ଦେଖିବାକୁ ହେବ । କୁହାଯାଉଛି ଯେ, ଯେଉଁ ଭଳି ପିଚ୍ ହେଲେ ବି ସମାନ ଟିମ୍ ସହ ପଡିଆକୁ ଓହ୍ଲାଇବେ ସୂର୍ଯ୍ୟ । ଯେଉଁ ଟିମ୍ ଗତ ଦୁଇଟି ମୁକାବିଲାରେ ଦଳକୁ ବିଜୟୀ କରାଇଥିଲା।

ଏହାସହ ପଢ଼ନ୍ତୁ: ସୁପ୍ରିମକୋର୍ଟ ଗଲେ ଶାମିଙ୍କ ପତ୍ନୀ, ୪ ଲକ୍ଷ ନୁହେଁ...ଭରଣପୋଷଣ ପାଇଁ ଦାବି କଲେ ୧୦ ଲକ୍ଷ


ଅନ୍ୟ ଦିଗରେ କଙ୍ଗାରୁ ଟିମ୍ ମଧ୍ୟ ଚୂଡାନ୍ତ ଏକାଦଶରେ କିଛି ପରିବର୍ତ୍ତନ କରିପାରେ । ଜୋସ ଫିଲିପ୍ ଗତ ମୁକାବିଲାରେ ୫ ନମ୍ବର ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିଲେ । କେବଳ ୧୦ ରନ୍ କରିପାରିଥିଲେ । ତାଙ୍କ ଜାଗାରେ ମିଚେଲ୍ ଓଭାନଙ୍କୁ ସାମିଲ କରାଯାଇପାରେ । ଅନ୍ୟଦିଗରେ ୨୦ ବର୍ଷୀୟ ଦ୍ରୁତ ବୋଲର ମହଲୀ ବିୟର୍ଡମ୍ୟାନ୍ ଅନ୍ତର୍ଜାତୀୟ ମୁକାବିଲାରେ ପଦାର୍ପଣ କରିପାରନ୍ତି। 

ଏହାସହ ପଢ଼ନ୍ତୁ: ପିଏମ ମୋଦିଙ୍କ ସ୍କିନ କେୟାରକୁ ନେଇ ଚର୍ଚ୍ଚା: ହରଲିନଙ୍କ ପ୍ରଶ୍ନର ଉତ୍ତର ରଖିଲେ ପ୍ରଧାନମନ୍ତ୍ରୀ

ବୋଲରଙ୍କୁ ସୁହାଇବ ଗାବ୍ବା ପିଚ୍

ବ୍ରିସବେନରେ ବର୍ତ୍ତମାନ ସନ୍ଧ୍ୟା ସମୟରେ ଝଡ ତୋଫାନ ଆସୁଛି । ବର୍ଷା ମଧ୍ୟ ହୋଇପାରେ । ତେଣୁ ଏହି ପିଚ୍ ସାଧାରଣ ଭାବେ ବୋଲରଙ୍କୁ ସୁହାଇବ । ଏଥିରେ ବୋଲରଙ୍କୁ ଉଭୟ ପେସ୍ ଏବଂ ବାଉନ୍ସ ମିଳିଥାଏ । ବ୍ୟାଟରଙ୍କୁ ମଧ୍ୟ ରନ୍ କରିବା ପାଇଁ ସୁଯୋଗ ମିଳିଥାଏ । ତେଣୁ ବିବିଏଲର ଅଧିକାଂଶ ମ୍ୟାଚ୍ ଏଥିରେ ଖେଳାଯାଏ ଫଳରେ ବଡ ସ୍କୋର ହୋଇଥାଏ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Surya Kumar Yadav Eyes T20 Series Win; Rinku, Nitish May Play | Argus News