India Pakistan Players Together / ଟି-୨୦ ବିଶ୍ବକପ୍ରେ ଗୋଟିଏ ଦଳରେ ଖେଳିବେ ଭାରତ-ପାକିସ୍ତାନ ଖେଳାଳି
·5 months ago·2 min read

Key Points
ବିଶ୍ୱକପ୍ରେ ନୂଆ କାହାଣୀ
USA T20 ଦଳରେ ୯ ଭାରତୀୟ, ୩ ପାକିସ୍ତାନୀ
ଆମେରିକା ଦଳରେ ନାହାନ୍ତି କୌଣସି ଆମେରିକୀୟ
USA T20 ଦଳରେ ୯ ଭାରତୀୟ, ୩ ପାକିସ୍ତାନୀ
ଆମେରିକା ଦଳରେ ନାହାନ୍ତି କୌଣସି ଆମେରିକୀୟ
ଫେବ୍ରୁଆରୀ ୭ରୁ ଆରମ୍ଭ ହେବାକୁ ଯାଉଛି ଟି-୨୦ ବିଶ୍ବକପ୍ । ଚଳିତ ବିଶ୍ବକପ୍ରେ ମୋଟ୍ ୧୬ଟି ଟିମ୍ ଭାଗ ନେବେ । ବିଶ୍ବକପ୍ ପାଇଁ ପ୍ରାୟ ସମସ୍ତ ଦଳ ସେମାନଙ୍କ ଟିମ୍ ଘୋଷଣା କରିସାରିଛନ୍ତି । ୨୦୨୬ ଟି-୨୦ ବିଶ୍ୱକପ୍ ପାଇଁ ଆମେରିକୀୟ ଦଳ ଘୋଷଣା କରାଯାଇଛି । ଗୁଜରାଟର ଆନନ୍ଦରେ ଜନ୍ମିତ ୩୨ ବର୍ଷୀୟ ଖେଳାଳି ମୋନାଙ୍କ ପଟେଲ ଦଳର ଅଧିନାୟକ ଭାବେ ଦାୟିତ୍ବ ତୁଲାଇବେ । ସେ ୨୦୨୪ ଟି-୨୦ ବିଶ୍ୱକପରେ ମଧ୍ୟ ଦଳର ଅଧିନାୟକ ଥିଲେ । ସବୁଠୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ବିଶ୍ବକପ୍ ପାଇଁ ଘୋଷଣା ହୋଇଥିବା ଏହି ଆମେରିକୀୟ ଦଳରେ ଅନେକ ଖେଳାଳି ଭାରତୀୟ ଏବଂ ପାକିସ୍ତାନୀ ବଂଶୋଦ୍ଭବ ରହିଛନ୍ତି ।
ଘୋଷଣା ହୋଇଥିବା ଆମେରିକୀୟ ଦଳରେ ୨୦୨୪ ଟି୨୦ ବିଶ୍ୱକପ୍ ଖେଳିଥିବା ୧୦ ଜଣ ଖେଳାଳିଙ୍କୁ ମଧ୍ୟ ରିପିଟ୍ କରାଯାଇଛି । ଏହା ବ୍ୟତୀତ ଶ୍ରୀଲଙ୍କା ପାଇଁ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିଥିବା ଶେହାନ ଜୟସୁରିଆ ମଧ୍ୟ ଦଳରେ ରହିଛନ୍ତି । ୩୪ ବର୍ଷୀୟ ଜୟସୁରିଆ ଶ୍ରୀଲଙ୍କା ପାଇଁ ୧୨ଟି ଦିନିକିଆ ଏବଂ ୧୮ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି ।
ମୋନାଙ୍କ ପଟେଲ, ଜେସି ସିଂହ, ମିଲିନ୍ଦ କୁମାର, ସୈତୀଜା ମୁକ୍କାମାଲା, ସଞ୍ଜୟ କୃଷ୍ଣମୂର୍ତ୍ତି, ହରମିତ୍ ସିଂହ, ନୋସ୍ତୁଶ୍ କେଞ୍ଜିଗେ, ସୌରଭ ନେତ୍ରଭାଲକର ଏବଂ ଶୁଭମ୍ ରଞ୍ଜନ ଅଧିକାଂଶ ଭାରତୀୟ ବଂଶୋଦ୍ଭବ ।
ସେହିପରି ଦଳରେ ପାକିସ୍ତାନୀ ବଂଶୋଦ୍ଭବ ତିନି ଜଣ ଖେଳାଳି ମଧ୍ୟ ଅଛନ୍ତି: ଶାୟାନ ଜାହାଙ୍ଗୀର, ଅଲି ଖାନ ଏବଂ ମହମ୍ମଦ ମୋହସିନ । ସେମାନେ ପାକିସ୍ତାନରୁ ଆସିଥିବା ପ୍ରବାସୀ ଏବଂ ଦଳର ଦ୍ରୁତ ବୋଲିଂ ଏବଂ ବ୍ୟାଟିଂରେ ଅବଦାନ ରଖନ୍ତି । ଦଳରେ ଦକ୍ଷିଣ ଆଫ୍ରିକୀୟ ବଂଶୋଦ୍ଭବ ଆଣ୍ଡ୍ରିସ୍ ଗୌସ୍ ଏବଂ ଶାଡଲି ଭାନ୍ ଶାଲକୱିକ୍ ମଧ୍ୟ ଅଛନ୍ତି ।
ଏହାର ଅର୍ଥ ହେଉଛି ଏହି ଆମେରିକୀୟ ଦଳରେ ଭାରତୀୟ ବଂଶୋଦ୍ଭବ ନଅ ଜଣ, ପାକିସ୍ତାନୀ ବଂଶୋଦ୍ଭବ ତିନି ଜଣ, ଶ୍ରୀଲଙ୍କା ବଂଶୋଦ୍ଭବ ଜଣେ ଏବଂ ଦକ୍ଷିଣ ଆଫ୍ରିକୀୟ ବଂଶୋଦ୍ଭବ ଦୁଇଜଣ ଖେଳାଳି ଅଛନ୍ତି । ସବୁଠୁ ବଡ଼ କଥା ହେଉଛି ଏହି ଦଳରେ କୌଣସି ଆମେରିକୀୟ ଖେଳାଳି ନାହାନ୍ତି ।
୨୦୨୬ ଟି-୨୦ ବିଶ୍ୱକପ୍ ପାଇଁ ଆମେରିକାର ଗ୍ରୁପ୍ ପର୍ଯ୍ୟାୟ ସୂଚୀ
୭ ଫେବୃଆରୀ, ୨୦୨୬: ଭାରତ ବନାମ ଆମେରିକା, ମୁମ୍ବାଇ
୧୦ ଫେବୃଆରୀ, ୨୦୨୬: ପାକିସ୍ତାନ ବନାମ ଆମେରିକା, କଲମ୍ବୋ
୧୩ ଫେବୃଆରୀ, ୨୦୨୬: ନେଦରଲ୍ୟାଣ୍ଡ ବନାମ ଆମେରିକା, ଚେନ୍ନାଇ
୧୫ ଫେବୃଆରୀ, ୨୦୨୬: ନ୍ୟୁଜିଲ୍ୟାଣ୍ଡ ବନାମ ଆମେରିକା, ଚେନ୍ନାଇ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories