Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

India vs Pakistan Match / ଟି-୨୦ ବିଶ୍ବକପ୍‌ ପାଇଁ ଘୋଷଣା ହେଲା କାର୍ଯ୍ୟସୂଚୀ, ଫେବ୍ରୁଆରୀ ୧୫ରେ ଭାରତ-ପାକିସ୍ତାନ ମହାମୁକାବିଲା

Santosh Kumar Sahoo
Browse all articles by Santosh Kumar Sahoo
·7 months ago·2 min read
ଟି-୨୦ ବିଶ୍ବକପ୍‌ ପାଇଁ ଘୋଷଣା ହେଲା କାର୍ଯ୍ୟସୂଚୀ, ଫେବ୍ରୁଆରୀ ୧୫ରେ ଭାରତ-ପାକିସ୍ତାନ ମହାମୁକାବିଲା

Key Points

୨୦୨୬ ଟି-୨୦ ବିଶ୍ବକପ୍‌ ପାଇଁ ପ୍ରକାଶ ପାଇଲା କାର୍ଯ୍ୟସୂଚୀ । ଫେବ୍ରୁଆରୀ ୧୫ରେ ଭାରତ-ପାକିସ୍ତାନ ମହାମୁକାବିଲା । ମୋଦି ଷ୍ଟାଡିୟମରେ ଖେଳାଯିବ ଫାଇନାଲ ମ୍ୟାଚ୍‌ ।
୨୦୨୬ରେ ହେବାକୁ ଥିବା ଟି-୨୦ ବିଶ୍ବକପ୍ ପାଇଁ ଘୋଷଣା ହେଲା କାର୍ଯ୍ୟସୂଚୀ । ଫେବ୍ରୁଆରୀ ୭ରୁ ମାର୍ଚ୍ଚ ୮ ପର୍ଯ୍ୟନ୍ତ ଚାଲିବ ଫଟାଫଟ୍‌ କ୍ରିକେଟ୍‌ର ମହାକୁମ୍ଭ । ତେବେ ୨୦୨୬ ଟି-୨୦ ବିଶ୍ବକପ୍‌ ଭାରତ ଓ ଶ୍ରୀଲଙ୍କା ମିଳିତ ଭାବେ ଆୟୋଜନ କରିବାକୁ ଯାଉଛି । ଏହି ମେଗା ଟୁର୍ଣ୍ଣାମେଣ୍ଟରେ ଭାରତ ତା'ର ପ୍ରଥମ ମ୍ୟାଚ୍‌ ଆମେରିକା ବିପକ୍ଷରେ ଖେଳିବ । ସେହିପରି ଫେବୃଆରୀ ୧୫ରେ ଭାରତ-ପାକିସ୍ତାନ ମଧ୍ୟ ମହାମୁକାବିଲା ହେବ ।

ତେବେ ଆଗାମୀ ଟି-୨୦ ବିଶ୍ବକପ୍‌ରେ ୨୦ ଟିମ୍ ସାମିଲ ହେବେ । ତେବେ ଆଗାମୀ ଟି-୨୦ ବିଶ୍ବକପ୍‌ ପାଇଁ ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ରୋହିତ ଶର୍ମାଙ୍କୁ ଆଇସିସି ବ୍ରାଣ୍ଡ ଆମ୍ବାସାଡାର କରିଛି ।


ଏହି ମେଗା ଟୁର୍ଣ୍ଣାମେଣ୍ଟ ଭାରତର ୫ଟି ଓ ଶ୍ରୀଲଙ୍କାର ୩ଟି ଷ୍ଟାଡିୟମରେ ଖେଳାଯିବ । ଭାରତର ଅରୁଣ ଜେଟଲୀ ଷ୍ଟାଡିୟମ, ନରେନ୍ଦ୍ର ମୋଦି ଷ୍ଟାଡିୟମ, ଓ୍ବାଙ୍ଖେଡେ ଷ୍ଟାଡିୟମ, ଇଡେନ୍‌ ଗାର୍ଡେନ୍ସ ଓ ଏମ୍‌ ଏମ୍‌ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯିବ ।

ତେବେ ଆଗାମୀ ଟି-୨୦ ବିଶ୍ବକପ୍‌ରେ ପାକିସ୍ତାନ ତା'ର ସମସ୍ତ ମ୍ୟାଚ୍‌ ଶ୍ରୀଲଙ୍କାରେ ଖେଳିବ । ସେହିପରି ପ୍ରଥମ ସେମିଫାଇନାଲ ମ୍ୟାଚ୍‌ ୪ ମାର୍ଚ୍ଚରେ କୋଲକାତାର ଇଡେନ୍‌ ଗାର୍ଡେନ୍ସରେ ଖେଳାଯିବ । ଯଦି ପାକିସ୍ତାନ ସେମିଫାଇନାଲରେ ସ୍ଥାନ ପକ୍କା କରେ ତେବେ ପ୍ରଥମ ସେମିଫାଇନାଲ ମ୍ୟାଚ୍‌ କଲମ୍ବୋରେ ଖେଳାଯିବ । ସେହିପରି ଦ୍ବିତୀୟ ସେମିଫାଇନାଲ ମ୍ୟାଚ୍‌ ୫ ମାର୍ଚ୍ଚରେ ମୁମ୍ବାଇର ଓ୍ବାଙ୍ଖେଡେ ଷ୍ଟାଡିୟମରେ ଖେଳାଯିବ । ସେହିପରି ଫାଇନାଲ ମ୍ୟାଚ୍‌ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମାର୍ଚ୍ଚ ୮ରେ ଖେଳାଯିବ ।

ଗ୍ରୁପ୍‌ - A

ଭାରତ
ପାକିସ୍ତାନ
USA
ନେଦରଲାଣ୍ଡ
ନାମ୍ବିଆ

ଗ୍ରୁପ୍‌-B

ଅଷ୍ଟ୍ରେଲିଆ
ଶ୍ରୀଲଙ୍କା
ଆର୍ୟାଲାଣ୍ଡ
ଜିମ୍ବାମ୍ବେ
ଓମାନ

ଗ୍ରୁପ୍‌- C

ଇଂଲଣ୍ଡ
ଓ୍ବେଷ୍ଟଇଣ୍ଡିଜ୍‌
ବାଂଲାଦେଶ
ନେପାଳ
ଇଟାଲୀ

ଗ୍ରୁପ୍‌-D

ନ୍ୟୁଜିଲାଣ୍ଡ
ଦକ୍ଷିଣ ଆଫ୍ରିକା
ଆଫଗାନିସ୍ତାନ
କାନାଡା
UAE

ଟି-୨୦ ବିଶ୍ବକପ୍‌ରେ ଭାରତର କାର୍ଯ୍ୟସୂଚୀ

ଫେବ୍ରୁଆରୀ ୭ - ଭାରତ ବନାମ USA
ଫେବ୍ରୁଆରୀ ୧୨ - ଭାରତ ବନାମ ନାମ୍ବିଆ
ଫେବ୍ରୁଆରୀ ୧୫ - ଭାରତ ବନାମ ପାକିସ୍ତାନ
ଫେବ୍ରୁଆରୀ ୧୮ - ଭାରତ ବନାମ ନେଦରଲାଣ୍ଡ 
  
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
T20 World Cup 2026 Schedule Out: India–Pakistan Blockbuster Clash on February 15 | Argus News