Videos
|
Sports

ଆସିଲା ୨୦୨୬ ଟି-୨୦ ବିଶ୍ବକପ୍ ତାରିଖ, ଅହମ୍ମଦାବାଦରେ ଖେଳାଯିବ ଫାଇନାଲ୍ ମ୍ୟାଚ୍ !

Santosh Kumar Sahoo
Browse all articles by Santosh Kumar Sahoo
·1 year ago·2 min read
ଆସିଲା ୨୦୨୬ ଟି-୨୦ ବିଶ୍ବକପ୍ ତାରିଖ, ଅହମ୍ମଦାବାଦରେ ଖେଳାଯିବ ଫାଇନାଲ୍ ମ୍ୟାଚ୍ !

Key Points

ଫେବ୍ରୁଆରୀ ୭ରୁ ଆରମ୍ଭ ହୋଇପାରେ ୨୦୨୬ ଟି-ବିଶ୍ବକପ୍ । ଭାରତ-ଶ୍ରୀଲଙ୍କାରେ ଖେଳାଯିବ ଏହି ଟୁର୍ଣ୍ଣାମେଣ୍ଟ । ଅହମ୍ମଦାବାଦରେ ଖେଳାଯିବ ଫାଇନାଲ୍ ମ୍ୟାଚ୍ !

ସେପ୍ଟେମ୍ବର ୯ରୁ ଆରମ୍ଭ ହୋଇଛି ଏସିଆ କପ୍-୨୦୨୫ । ଏହାରି ମଧ୍ୟ କ୍ରିକେଟ ପ୍ରେମୀଙ୍କ ପାଇଁ ଆଉ ଏକ ଖୁସି ଖବର । ଫେବ୍ରୁଆରୀ ୭ରୁ ମାର୍ଚ୍ଚ ୮ ପର୍ଯ୍ୟନ୍ତ ଖେଳାଯାଇପାରେ ୨୦୨୬ ଟି-୨୦ ବିଶ୍ବକପ୍ । ଏନେଇ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି । ଏହି ବିଶ୍ବକପ୍ ଭାରତ ଓ ଶ୍ରୀଲଙ୍କା ମିଳିତ ଭାବେ ଆୟୋଜନ କରିବାକୁ ଯାଉଛନ୍ତି ।


ଜାତୀୟ ଗଣମାଧ୍ୟମର ଏକ ରିପୋର୍ଟ ଅନୁଯାୟୀ, ୨୦୨୬ ଟି୨୦ ବିଶ୍ୱକପର ପ୍ରଥମ ମ୍ୟାଚ୍ ଫେବୃଆରୀ ୭ରେ ଖେଳାଯିବ । ସେହିପରି ଫାଇନାଲ୍ ମ୍ୟାଚ୍ ମାର୍ଚ୍ଚ ୮ରେ ଅନୁଷ୍ଠିତ ହୋଇପାରେ। ବିଶ୍ୱକପର ଫାଇନାଲ୍ ମ୍ୟାଚ୍ ଅହମ୍ମଦାବାଦ କିମ୍ବା କଲମ୍ବୋରେ ଖେଳାଯାଇପାରେ । ଯଦି ପାକିସ୍ତାନ ଦଳ ଫାଇନାଲରେ ପ୍ରବେଶ କରେ ତେବେ ଏହି ମ୍ୟାଚ୍ କଲମ୍ବୋରେ ଖେଳାଯିବ ନଚେତ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ ।


୨୦୨୪ ଟି-୨୦ ବିଶ୍ୱକପ୍ ପରି, ପରବର୍ତ୍ତୀ ବିଶ୍ୱକପରେ ୨୦ ଦଳ ଅଂଶଗ୍ରହଣ କରିବେ, ଯାହାକୁ ପାଞ୍ଚଟି ଦଳର ୪ଟି ଗ୍ରୁପରେ ବିଭକ୍ତ କରାଯିବ । ରିପୋର୍ଟରୁ ଜଣାପଡିଛି ଯେ ଏପର୍ଯ୍ୟନ୍ତ କାର୍ଯ୍ୟସୂଚୀ ପ୍ରସ୍ତୁତ ହୋଇନାହିଁ । କିନ୍ତୁ ICC ସମସ୍ତ ଅଂଶଗ୍ରହଣକାରୀ ଦେଶକୁ ଟୁର୍ଣ୍ଣାମେଣ୍ଟ ଆରମ୍ଭ ଏବଂ ଫାଇନାଲ ତାରିଖ ବିଷୟରେ ସୂଚନା ଦେଇଛି ।
ଭାରତ ୨୦୨୬ ଟି-୨୦ ବିଶ୍ୱକପରେ ଡିଫେଣ୍ଡିଂ ଚାମ୍ପିଅନ ଭାବରେ ପ୍ରବେଶ କରିବ। ଗତବର୍ଷ ଫାଇନାଲରେ ଏକ ରୋମାଞ୍ଚକର ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୭ ରନରେ ପରାସ୍ତ କରି ଟ୍ରଫି ଜିତିଥିଲା। ଗତ ଥର ପରି, ଦଳଗୁଡ଼ିକ ପ୍ରଥମେ ସୁପର-୮ ପର୍ଯ୍ୟାୟ ପାଇଁ ଯୋଗ୍ୟତା ଅର୍ଜନ କରିବେ, ଯାହା ପରେ ସେମିଫାଇନାଲ ଏବଂ ଫାଇନାଲ ଖେଳାଯିବ।


୧୫ଟି ଦଳ ଯୋଗ୍ୟତା ଅର୍ଜନ କରିଛନ୍ତି

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


୨୦୨୬ ଟି-୨୦ ବିଶ୍ୱକପ ପାଇଁ ଏପର୍ଯ୍ୟନ୍ତ ୧୫ଟି ଦଳ ଯୋଗ୍ୟତା ଅର୍ଜନ କରିଛନ୍ତି, ପାଞ୍ଚଟି ସ୍ଥାନ ଖାଲି ଅଛି। ଭାରତ, ପାକିସ୍ତାନ, ଶ୍ରୀଲଙ୍କା, ଆଫଗାନିସ୍ତାନ, ଅଷ୍ଟ୍ରେଲିଆ, ବାଂଲାଦେଶ, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ନ୍ୟୁଜିଲ୍ୟାଣ୍ଡ, ଆମେରିକା, ୱେଷ୍ଟଇଣ୍ଡିଜ୍, ଆୟର୍ଲାଣ୍ଡ, କାନାଡା, ନେଦରଲ୍ୟାଣ୍ଡ ଏବଂ ଇଟାଲୀ ଏପର୍ଯ୍ୟନ୍ତ ବିଶ୍ୱକପରେ ସ୍ଥାନ ପାଇଛନ୍ତି।