Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Sanju Samson / ଟି-୨୦ ବିଶ୍ବକପ୍ ପୂର୍ବରୁ ଚିନ୍ତାରେ ଟିମ୍‌ ଇଣ୍ଡିଆ, ଲଗାତର ଫ୍ଲପ୍‌ ହେଉଛନ୍ତି ସଞ୍ଜୁ ସାମସନ୍‌

Santosh Kumar Sahoo
Browse all articles by Santosh Kumar Sahoo
·5 months ago·2 min read
ଟି-୨୦ ବିଶ୍ବକପ୍ ପୂର୍ବରୁ ଚିନ୍ତାରେ ଟିମ୍‌ ଇଣ୍ଡିଆ, ଲଗାତର ଫ୍ଲପ୍‌ ହେଉଛନ୍ତି ସଞ୍ଜୁ ସାମସନ୍‌
Sanju Samson

Key Points

ସଞ୍ଜୁ ସାମସନଙ୍କ ଖରାପ ଫର୍ମ
ଇଶାନ ଫର୍ମରେ, ତିଲକ ଫିଟ୍
ସଞ୍ଜୁ ସାମସନଙ୍କ ପାଇଁ ବଢ଼ୁଛି ଚାପ

ଫେବ୍ରୁଆରୀ ୭ରୁ ଆରମ୍ଭ ହେବାକୁ ଯାଉଛି ଟି-୨୦ ବିଶ୍ବକପ୍‌ । ଏଥିପାଇଁ ସମସ୍ତ ଦଳ ଜୋରଦାର ପ୍ରସ୍ତୁତି ଜାରି ରଖିଛନ୍ତି । କିନ୍ତୁ ବିଶ୍ବକପ୍‌ ଯେତିକି ପାଖେଉଛି ଟିମ୍‌ ଇଣ୍ଡିଆରେ ସଞ୍ଜୁ ସାମସନଙ୍କୁ ନେଇ ସମସ୍ୟା ସେତିକି ବଢ଼ିବାରେ ଲାଗୁଛି । କାହିଁକି ନା ଆଇସିସି ବିଶ୍ବକପ୍‌ ପୂର୍ବରୁ ଲଗାତର ଫ୍ଲପ୍‌ ହେଉଛନ୍ତି ଟିମ୍‌ ଇଣ୍ଡିଆର ଓପନର ସଞ୍ଜୁ ସାମସନ୍‌ ।

ଦକ୍ଷିଣ ଆଫ୍ରିକା ସିରିଜ୍‌ରେ ଶୁବମନ ଗିଲ୍‌ ବାରମ୍ବାର ଫେଲ୍‌ ହେବା ପରେ ତାଙ୍କୁ ନ୍ୟୁଜିଲାଣ୍ଡ ଓ ଟି-୨୦ ବିଶ୍ବକପ୍ ପାଇଁ ଘୋଷଣା ହୋଇଥିବା ଦଳରୁ ଗିଲ୍‌ଙ୍କୁ ବାଦ୍ ଦିଆଯାଇଥିଲା । ଶୁବମନଙ୍କୁ ବାଦ୍‌ ଦେବା ପରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଇଥିବା ୫ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ରେ ସଞ୍ଜୁଙ୍କୁ ସୁଯୋଗ ମିଳିଥିଲା । କିନ୍ତୁ ୫ଟି ମ୍ୟାଚ୍‌ରେ କିଛି ବଡ଼ ସ୍କୋର କରିପାରିନଥିଲେ ସଞ୍ଜୁ । ସେ ଏହି ସିରିଜ୍‌ରେ ମାତ୍ର ୪୬ ରନ୍‌ କରିବାରେ ସଫଳ ହୋଇଥିଲେ । ସେହିପରି ଯଦି ୨୦୨୫ରୁ ଏପର୍ଯ୍ୟନ୍ତ କଥା କହିବା ତାହାଲେ ସଞ୍ଜୁ ୧୪ଟି ଇନିଂସରୁ ୧୦ଟି ଇନିଂସରେ ପାଓ୍ବାର ପ୍ଲେ ମଧ୍ୟରେ ଆଉଟ ହୋଇଛନ୍ତି । ଯାହା ସଞ୍ଜୁଙ୍କ ଖରାପ ଫର୍ମ ଦର୍ଶାଉଛି ।

ସେପଟେ ଟି-୨୦ ବିଶ୍ବକପ୍‌ ପୂର୍ବରୁ ଦଳକୁ ଆସିଥିବା ଇଶାନ କିଶାନ ଏବେ ଦମଦାର ଫର୍ମରେ ଅଛନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷରେ ବିସ୍ଫୋରକ ବ୍ୟାଟିଂ କରି ନିଜ ସ୍ଥାନ ଦଳରେ ମଜବୁତ କରିଛନ୍ତି । ସେହିପରି ଆହାତ ସମସ୍ୟା ପାଇଁ ଦଳରୁ ବାଦ୍‌ ପଡ଼ିଥିବା ତିଲକ ବର୍ମା ଏବେ ସୁସ୍ଥ ହୋଇଛନ୍ତି । ସେ ବାଙ୍ଗାଲୋରସ୍ଥିତ ବିସିସିଆଇର ସେଣ୍ଟର ଅଫ୍‌ ଏକ୍ସିଲେନ୍ସୀରେ ଅଭ୍ୟାସ ମଧ୍ୟ ଆରମ୍ଭ କରିଛନ୍ତି ।

ଏପରି ସ୍ଥିତିରେ ବିଶ୍ବକପ୍‌ରେ ଆଉ ସଞ୍ଜୁ ସାମସନ ଓପନିଂ କରୁଥିବା ଦେଖିବାକୁ ମିଳିନପାରେ । ସଞ୍ଜୁଙ୍କ ସ୍ଥାନରେ ଇଶାନ କିଶାନ ଅଭିଷେକ ଶର୍ମାଙ୍କ ସହ ଓପନିଂ କରିପାରନ୍ତି ଏବଂ ୩ ନମ୍ବରରେ ତିଲକ ବର୍ମାଙ୍କୁ ସୁଯୋଗ ମିଳିପାରେ । ତେବେ ଟିମ୍‌ ମ୍ୟାନେଜମେଣ୍ଟ ଓ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ସଞ୍ଜୁଙ୍କୁ ନେଇ ବିଶ୍ବକପ୍‌ରେ କି ନିଷ୍ପତ୍ତି ନେଉଛନ୍ତି ତାହା ଦେଖିବା ବେଶ୍‌ ରୋଚକ ହେବ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
T20 World Cup Worry for Team India as Sanju Samson Struggles with Poor Form | Argus News