|
logo
Live
Argus News App
GET APP

Argus News - ବିଶ୍ଵକପ୍ ବିଜେତା ଟିମକୁ କେତେ ମିଳିବ ପୁରସ୍କାର ରାଶି ? ଦେଖନ୍ତୁ ପୁରା ଆୱାର୍ଡ ଲିଷ୍ଟ

Sports

Champion Prize Money / ବିଶ୍ଵକପ୍ ବିଜେତା ଟିମକୁ କେତେ ମିଳିବ ପୁରସ୍କାର ରାଶି ? ଦେଖନ୍ତୁ ପୁରା ଆୱାର୍ଡ ଲିଷ୍ଟ

Debashree Debasmita Sahoo
Browse all articles by Debashree Debasmita Sahoo
·3 weeks ago·2 min read
ବିଶ୍ଵକପ୍ ବିଜେତା ଟିମକୁ କେତେ ମିଳିବ ପୁରସ୍କାର ରାଶି ? ଦେଖନ୍ତୁ ପୁରା ଆୱାର୍ଡ ଲିଷ୍ଟ
Champion Prize Money

Key Points

ସୁପର ସଣ୍ଡେରେ ସୁପର ମ୍ୟାଚ୍
ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଫାଇନାଲ ଟକ୍କର
ଚାମ୍ପିଅନ୍ ଟିମକୁ କେତେ ମିଳିବ ପୁରସ୍କାର ରାଶି ?
ଆଇସିସି କରିବ ଟଙ୍କା ବର୍ଷା
ଆଜି ୨୦୨୬ ଟି-୨୦ ବିଶ୍ୱକପ୍ ଫାଇନାଲ୍ ଟକ୍କର । ଆଉ କିଛି ସମୟ ମଧ୍ୟରେ ଗ୍ରାଉଣ୍ଡରେ ହେବ ଜୋରଦାର ଲଢେଇ । ସବୁ କ୍ରୀଡାପ୍ରେମୀଙ୍କ ମଧ୍ୟରେ ପ୍ରବଳ ଉତ୍କଣ୍ଠା । କିଏ ଜିତିବ ତାକୁ ନେଇ ଚାରିଆଡେ ତର୍କ ବିତର୍କ । ଏହାରି ମଧ୍ୟରେ ଆଇସିସି ପୁରସ୍କାର ରାଶିର ଖୁଲାସା କରିଛି । ଯିଏ ଜିତିବ ତା' ଉପରେ ହେବ ଟଙ୍କା ବର୍ଷା । କୋଟି କୋଟି ଟଙ୍କା ନେବ ଚାମ୍ପିଅନ୍ ଟିମ୍ । ଆଜି ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଫାଇନାଲ୍ ମ୍ୟାଚ୍ କେବଳ ଟ୍ରଫି ପାଇଁ ନୁହେଁ ବରଂ କୋଟି କୋଟି ଟଙ୍କାର ପୁରସ୍କାର ରାଶି ପାଇଁ ମଧ୍ୟ ଲଢ଼େଇ ହେବ ।

  • ଚାମ୍ପିଅନ୍ ଦଳ ଉପରେ ହେବ ଟଙ୍କା ବର୍ଷା
ଆଜି ରାତିରେ ଅହମ୍ମଦାବାଦରେ ଯେଉଁ ଦଳ ବିଜେତା ହେବ, ସେମାନଙ୍କୁ ICC ପକ୍ଷରୁ $୩ ନିୟୁତ ବା ପ୍ରାୟ ₹୨୭.୪୮ କୋଟି ପୁରସ୍କାର ରାଶି ମିଳିବ । ପରାଜିତ ଦଳ କିମ୍ବା ଉପବିଜେତା ଦଳ ମଧ୍ୟ ଖାଲି ହାତରେ ଫେରିବେ ନାହିଁ । ସେମାନଙ୍କୁ ₹୧.୬ ନିୟୁତ (ପ୍ରାୟ ₹୧୪.୬୫ କୋଟି) ପାଇବେ । ଚଳିତ ବର୍ଷ ମୋଟ ପୁରସ୍କାର ରାଶି ୨୦ ପ୍ରତିଶତ ବୃଦ୍ଧି କରି ୧୩.୫ ନିୟୁତ ଡଲାର (ପ୍ରାୟ ₹୧୨୦ କୋଟି) କରାଯାଇଛି । ଏହା ଟି-୨୦ ବିଶ୍ୱକପ୍ ଇତିହାସର ସର୍ବବୃହତ ପୁରସ୍କାର ରାଶି, ଯାହା ଫର୍ମାଟର ବୃଦ୍ଧି ପାଉଥିବା ଲୋକପ୍ରିୟତାକୁ ଦର୍ଶାଏ ।

  • ସେମିଫାଇନାଲ ଏବଂ ସୁପର-୮ ଦଳ ପାଇଁ କେତେ ?
ICC କେବଳ ଫାଇନାଲିଷ୍ଟଙ୍କ ପାଇଁ ନୁହେଁ ବରଂ ଟୁର୍ଣ୍ଣାମେଣ୍ଟର ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ସମସ୍ତ ଦଳ ପାଇଁ ପୁରସ୍କାର ରାଶି ରହିଛି । ଦୁଇଟି ସେମିଫାଇନାଲିଷ୍ଟ ପ୍ରାୟ ₹୭.୨୪ କୋଟି ଟଙ୍କା ପାଇବେ । ଏହା ସହିତ ସୁପର ୮ ପର୍ଯ୍ୟାୟକୁ ଯାଉଥିବା ପ୍ରତ୍ୟେକ ଦଳ ପ୍ରାୟ ₹୩.୪୮ କୋଟି ଟଙ୍କା ପାଇବେ । ଗ୍ରୁପ ପର୍ଯ୍ୟାୟରେ ବାଦ ପଡ଼ିଥିବା ୨୦ଟି ଦଳ ମଧ୍ୟ ପ୍ରାୟ ₹୨.୨୯ କୋଟି ଟଙ୍କା ପାଇବେ ।

ପଢନ୍ତୁ ଏହି ଖବର: ଆଜି ଫାଇନାଲ୍ ଟକ୍କର; କେମିତି ରହିବ ଅହମ୍ମଦାବାଦ ପିଚ୍‌, ହେବ କି ରନ୍ ବର୍ଷା ?

  • ଶ୍ରେଷ୍ଠ ଖେଳାଳି ଦୌଡ଼ରେ ସଞ୍ଜୁ
ବ୍ୟକ୍ତିଗତ ପ୍ରଦର୍ଶନ ଦୃଷ୍ଟିରୁ ସଞ୍ଜୁ ସାମସନ ହେଉଛନ୍ତି ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି ପାଇଁ ମନୋନୀତ ଏକମାତ୍ର ଭାରତୀୟ । ସେ ୪ଟି ମ୍ୟାଚ୍‌ରେ ୨୦୧ ଷ୍ଟ୍ରାଇକ୍ ରେଟ୍‌ରେ ୨୩୨ ରନ୍ କରିଛନ୍ତି । ତାଙ୍କୁ ପାକିସ୍ତାନର ସାହିବଜାଦା ଫରହାନ୍ (୩୮୩ ରନ୍) ଏବଂ ନ୍ୟୁଜିଲାଣ୍ଡର ରଚିନ୍ ରବିନ୍ଦ୍ର (୧୨୮ ରନ୍, ୧୧ ୱିକେଟ୍)ଠାରୁ କଡ଼ା ପ୍ରତିଯୋଗିତାର ସମ୍ମୁଖୀନ ହେବାକୁ ପଡ଼ିବ । ଏହି ପୁରସ୍କାରର ବିଜେତାଙ୍କୁ ଏକ ସ୍ୱତନ୍ତ୍ର ଟ୍ରଫି ଏବଂ ପ୍ରାୟୋଜକଙ୍କଠାରୁ ଏକ ବିଳାସପୂର୍ଣ୍ଣ କାର ପୁରସ୍କାର ଦିଆଯିବ ।

ଏହାସହିତ ଆଜି ଫାଇନାଲ୍ ମ୍ୟାଚରେ ଯିଏ ପ୍ଲେୟାର ଅଫ୍ ଦି ମ୍ୟାଚ୍ ହେବ ତାକୁ ସ୍ଵତନ୍ତ୍ର ଭାବେ ସମ୍ମାନିତ କରାଯିବ । ବିଜେତାଙ୍କୁ ଆଇସିସି ପକ୍ଷରୁ ଖାସ୍ ମେଡାଲ ଓ ସ୍ମରଣୀୟ ଟ୍ରଫି ସହିତ ଗ୍ଲୋବାଲ୍ ସ୍ପନ୍ସର୍ସଙ୍କ ପକ୍ଷରୁ ବିଶେଷ ଉପହାର ଦିଆଯିବ ।

ଅଧିକ ଖବର ପଢନ୍ତୁ...




Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Champion Prize Money: ବିଶ୍ଵକପ୍ ବିଜେତା ଟିମକୁ କେତେ ମିଳିବ ପୁରସ୍କାର ରାଶି ? ଦେଖନ୍ତୁ ପୁରା ଆୱାର୍ଡ ଲିଷ୍ଟ | Argus News