Cricket / T20 ବିଶ୍ଵକପ୍ ଫାଇନାଲ୍ ପୂର୍ବରୁ ବଡ଼ ଖୁଲାସା; ଜଣାପଡ଼ିଲା କିଏ କାଟୁଛି କାହା ନାଁ...
·6 months ago·2 min read

Key Points
ଟି-ଟ୍ଵେଣ୍ଟି ବିଶ୍ଵକପ୍ର ଫାଇନାଲ୍ ମ୍ୟାଚ୍ ଠିକ୍ ପୂର୍ବରୁ ଭାରତୀୟ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ବଡ଼ ଖୁଲାସା କରିଛନ୍ତି । ଭାରତୀୟ ଦଳ ଚୟନକୁ ନେଇ ଖୋଲାଖୋଲି ସବୁ କହିଛନ୍ତି କ୍ୟାପଟେନ୍ ସୂର୍ଯ୍ୟକୁମାର ଯାଦବ ।
ମୁମ୍ବାଇ: ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ ଆଜି ଟି-ଟ୍ଵେଣ୍ଟି ବିଶ୍ଵକପ୍ର ଫାଇନାଲ୍ ମ୍ୟାଚ୍ ଖେଳା ଯାଉଛି । ମ୍ୟାଚ୍ର ଠିକ୍ ପୂର୍ବରୁ ଭାରତୀୟ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ବଡ଼ ଖୁଲାସା କରିଛନ୍ତି । ଭାରତୀୟ ଦଳ ଚୟନକୁ ନେଇ ଖୋଲାଖୋଲି ସବୁ କହିଛନ୍ତି କ୍ୟାପଟେନ୍ ସୂର୍ଯ୍ୟକୁମାର ଯାଦବ ।
ନ୍ୟୁଜିଲାଣ୍ଡ ସହ ଟ୍ରଫି ମୁକାବିଲା ପୂର୍ବରୁ ଭାରତୀୟ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ କହିଛନ୍ତି ଦଳରୁ କେଉଁ ଖେଳାଳିଙ୍କୁ ବାଦ୍ ଦିଆଯିବ, କାହାରିକୁ ସାମିଲ୍ କରାଯିବ ସେ ନିଷ୍ପତ୍ତି ସେ ନିଜେ ନିଅନ୍ତି ନା ମୁଖ୍ୟ କୋଚ ଗୌତମ ଗମ୍ଭୀରଙ୍କ ଉପରେ ଛାଡ଼ି ଦିଅନ୍ତି ।
ଏଥିସହ ପଢ଼ନ୍ତୁ: ଫାଇନାଲ୍ ପୂର୍ବରୁ ପ୍ଲେଇଂ-୧୧ ଉପରେ ବଡ଼ ବିତର୍କ, ଅଭିଷେକଙ୍କୁ ବାଦ ଦେବାକୁ ଗାଭାସ୍କରଙ୍କ ପରାମର୍ଶ
ଯାହା ଉପରେ ଖୁଲାସା କରି ସୂର୍ଯ୍ୟକୁମାର ଯାଦବ କହିଛନ୍ତି, "ଦଳ ପାଇଁ ଏଭଳି କଠିନ ପରିସ୍ଥିତିରେ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ମୁଁ ଓ ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ମିଳିତ ଭାବେ ମିଶି ନେଇଥାଉ ।"

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେ କହିଛନ୍ତି, "ଟୁର୍ଣ୍ଣାମେଣ୍ଟ ସମୟରେ ଅନେକ ଥର ଦଳ ପରିଚାଳନା ପାଇଁ ଅନେକ ରଣନୀତି କରିବାକୁ ପଡ଼େ । ଉକ୍ତ ନିଷ୍ପତ୍ତି ଦଳକୁ ଫାଇନାଲ୍ ପର୍ଯ୍ୟନ୍ତ ପହଞ୍ଚାଇବାରେ ଗୁରୁତ୍ଵ ବହନ କରେ ।" ଏବେ ଭାରତ ଟି-ଟ୍ଵେଣ୍ଟି ବିଶ୍ଵକପ୍ର ଫାଇନାଲ୍ରେ ନ୍ୟୁଜିଲାଣ୍ଡ ସହ ମୁହାଁମୁହିଁ ହେଉଛି ।
କାହିଁକି ବାଦ୍ ପଡ଼ିଲେ ଅକ୍ଷର ପଟେଲ ?
ଟି-ଟ୍ଵେଣ୍ଟି ବିଶ୍ଵକପ୍ର ସୁପର୍-୮ ରାଉଣ୍ଡରେ ଦକ୍ଷିଣ ଆଫ୍ରିକା ବିପକ୍ଷ ମୁକାବିଲା ପୂର୍ବରୁ ଉପ ଅଧିନାୟକ ଅକ୍ଷର ପଟେଲଙ୍କୁ ଚୂଡ଼ାନ୍ତ ଏକାଦଶରୁ ବାଦ୍ ଦିଆଯାଇଥିଲା । ଏହି ବିବାଦ ଉପରେ ସୂର୍ଯ୍ୟ କୁମାର ଯାଦବ ମତ ରଖିଛନ୍ତି ।
ସେ କହିଛନ୍ତି, "ନେଦରଲାଣ୍ଡ ବିପକ୍ଷ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ରେ ଅକ୍ଷର ପଟେଲଙ୍କୁ ବିଶ୍ରାମ ଦିଆ ଯାଇଥିଲା । ତାଙ୍କ ସ୍ଥାନରେ ସୁଯୋଗ ପାଇଥିଲେ ୱାଶିଂଟନ ସୁନ୍ଦର । ଏହା ପରେ ଟିମ୍ ପରିଚାଳନା କର୍ତ୍ତୃପକ୍ଷ ୱାଶିଂଟନ ସୁନ୍ଦରଙ୍କୁ ଦଳରେ ରଖିବାକୁ ନିଷ୍ପତ୍ତି ନେଇଥିଲେ ।"
ସୂର୍ଯ୍ୟକୁମାର ଯାଦବ ମାନିଛନ୍ତି ଯେ, ଏହି ନିଷ୍ପତ୍ତି ସମ୍ପୂର୍ଣ୍ଣ ଭାବେ ଦଳକୁ ନଜରରେ ରଖି ନିଆଯାଇଛି । ତେବେ ଦଳର ଏହି ନିଷ୍ପତ୍ତିରେ ଅକ୍ଷର ପଟେଲ ଆଦୌ ଖୁସି ନଥିବା ମାନିଛନ୍ତି ସୂର୍ଯ୍ୟକୁମାର ଯାଦବ ।
ଶନିବାର ସାମ୍ବାଦିକ ସମ୍ମିଳନୀରେ ସୂର୍ଯ୍ୟକୁମାର ଯାଦବ କହିଛନ୍ତି, ଦଳ ପାଇଁ ଅତ୍ୟଧିକ କଠିନ ନିଷ୍ପତ୍ତି ନିଅନ୍ତି ମୁଖ୍ୟ କୋଚ୍ ଗୌତମ ଗମ୍ଭୀର । ଦଳରୁ ବାଦ୍ ପଡ଼ିବା ନେଇ ଅକ୍ଷର ପଟେଲ ଖୁସି ନଥିଲେ, କିନ୍ତୁ କ୍ରିକେଟ୍ରେ ଏମିତି ହୁଏ । ସେହିଭଳି ଆମକୁ ଲାଗିଥିଲା ମ୍ୟାଚ୍ରେ ସଞ୍ଜୁ ଓ ସୁନ୍ଦରଙ୍କ ଆବଶ୍ୟକତା ରହିଛି, ଆମେ ଏହି ନିଷ୍ପତ୍ତି ଅତ୍ୟନ୍ତ ସକାରାତ୍ମକ ଭାବେ ନେଇଥିଲୁ ।

ଏଥିସହ ପଢ଼ନ୍ତୁ: ପ୍ରଥମ ଶ୍ରେଣୀ କ୍ରିକେଟ୍ ଇତିହାସରେ ପ୍ରଥମଥର; କମାଲ୍ କଲେ ନ୍ୟୁଜିଲାଣ୍ଡର ବୋଲର୍
ତେବେ ଏହି ନିଷ୍ପତ୍ତି ଦଳ ପାଇଁ ଓଲଟା ପଡ଼ିଥିଲା । ଦକ୍ଷିଣ ଆଫ୍ରିକା ବିପକ୍ଷ ମୁକାବିଲାରେ ଭାରତ ୭୬ ରନ୍ରେ ହାରିଥିଲା । ସୁନ୍ଦର ଉକ୍ତ ମ୍ୟାଚ୍ରେ ଦୁଇ ଓଭର ବୋଲିଂ କରିବା ସହ ବ୍ୟାଟିଂ କରି ୧୧ ରନ୍ କରିଥିଲେ । ଯେତେବେଳେ କି ଦଳ ୧୮୮ ରନ୍ର ପିଛା କରୁଥିଲା ।
ଦକ୍ଷିଣ ଆଫ୍ରିକା ଠାରୁ ହାରିବା ପରେ ସୁପର୍-୮ର ପରବର୍ତ୍ତୀ ମୁକାବିଲାରେ ଚୂଡ଼ାନ୍ତ ଏକାଦଶରେ ଅକ୍ଷର ପଟେଲଙ୍କୁ ସ୍ଥାନ ମିଳିଥିଲା । ଏହାପର ଠୁ ସେ ଦଳର ଅଂଶ ହୋଇ ଅଛନ୍ତି । ଇଂଲଣ୍ଡ ବିପକ୍ଷ ସେମିଫାଇନଲରେ ଚୂଡ଼ାନ୍ତ ଏକାଦଶରେ ଅକ୍ଷର ପଟେଲ ଭଲ ପ୍ରଦର୍ଶନ କରିଥିଲେ ।

Related Topics
Explore more stories