Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

India Batting Collapse / ବିଶ୍ବକପ୍‌ରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ, ସୂର୍ଯ୍ୟକୁମାରଙ୍କୁ ଛାଡ଼ି ସବୁ ବ୍ୟାଟ୍ସମ୍ୟାନ୍‌ ଫେଲ୍‌

Santosh Kumar Sahoo
Browse all articles by Santosh Kumar Sahoo
·5 months ago·2 min read
ବିଶ୍ବକପ୍‌ରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ, ସୂର୍ଯ୍ୟକୁମାରଙ୍କୁ ଛାଡ଼ି ସବୁ ବ୍ୟାଟ୍ସମ୍ୟାନ୍‌ ଫେଲ୍‌
Team India

Key Points

USA ଆଗରେ ୧୬୨ ରନ୍‌ ଟାର୍ଗେଟ୍ ରଖିଲା ଭାରତ
ନିର୍ଦ୍ଧାରିତ ୨୦ ଓଭରରେ ଭାରତର ସ୍କୋର ୧୬୧/୯
ଅଭିଷେକ ଶର୍ମା, ଶିବମ ଦୁବେ ଖାତା ଖୋଲି ପାରିଲେନି
ଶନିବାର ଟି-୨୦ ବିଶ୍ବକପ୍‌ରେ ଭାରତ ତା'ର ଅଭିଯାନ ଆରମ୍ଭ କରିଛି । ମୁମ୍ବାଇର ଓ୍ବାଙ୍ଖେଡ ଷ୍ଟାଡିୟମରେ ମୁହାଁମୁହିଁ ହୋଇଛନ୍ତି ଭାରତ-USA । ଏହି ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା USA । ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ଆରମ୍ଭରୁ ବିପର୍ଯ୍ୟୟ ସାମ୍ନା କରିଥିଲା । ସୂର୍ଯ୍ୟକୁମାରଙ୍କ ବ୍ୟତୀତ ଆଉ କୌଣସି ବ୍ୟାଟ୍ସମ୍ୟାନ୍‌ ଅଧିକ ସମୟ ତିଷ୍ଠି ପାରିନଥିଲେ । ସୂର୍ଯ୍ୟଙ୍କ ଧୁଆଁଧାର ୮୪ ରନ୍‌ ବଳରେ ଭାରତ ନିର୍ଦ୍ଧାରିତ ଓଭରରେ ୯ ଓ୍ବିକେଟ୍‌ ହରାଇ ୧୬୧ ରନ୍‌ କରିଥିଲା ।


ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଆରମ୍ଭରୁ ବିପର୍ଯ୍ୟୟର ସାମ୍ନା କରିଥିଲା । ଦ୍ବିତୀୟ ଓଭରରେ ଅଭିଷେକ ଶର୍ମା ପ୍ରଥମ ବଲ୍‌ରେ ଖାତା ଖୋଲିନପାରି ଆଉଟ ହୋଇଥିଲେ । ଏହା ପରେ ଇଶାନ କିଶାନ ମଧ୍ୟ ୧୬ ବଲ୍‌ରେ ୨୦ ରନ୍‌ କରି ଆଉଟ୍‌ ହୋଇଥିଲେ । ଏହା ପରେ ୫.୫ ଓଭରରେ ତିଲକ ବର୍ମା ୧୬ ବଲ୍‌ରେ ୨୫ ରନ୍‌ କରି ଆଉଟ୍ ହୋଇଥିଲେ । ଆଉ ଏହାର ପର ବଲ୍‌ ଶିବମ ଦୁବେ ଜିରୋରେ ଆଉଟ୍‌ ହୋଇଥିଲେ । ପାଓ୍ବାର ପ୍ଲେରେ ଭାରତ ୪ ଓ୍ବିକେଟ୍‌ ହରାଇ ୪୬ ରନ୍‌ କରିଥିଲା ।


ଏହା ପରେ ରିଙ୍କୁ ସିଂ ସୂର୍ଯ୍ୟକୁମାରଙ୍କ ମିଶି ଏକ ପାର୍ଟନରସିପ୍‌ କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ରିଙ୍କୁ ୧୪ ବଲ୍‌ରେ ୬ ରନ୍‌ କରି ଆଉଟ ହୋଇଥିଲେ । ପରେ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ୫ ରନ୍‌ କରି ପ୍ୟାଭିଲିୟନ୍‌ ଫେରିଥିଲେ । କିନ୍ତୁ ଶେଷ ପର୍ଯ୍ୟନ୍ତ ସୂର୍ଯ୍ୟକୁମାର ଗୋଟିଏ ପଟେ ରହି ପାଳି ସମ୍ଭାଳିଥିଲେ । ସୂର୍ଯ୍ୟକୁମାରଙ୍କ ୮୪ ରନ୍‌ ଫଳରେ ଭାରତ ୧୬୧ ରନ୍‌ ଏକ ସମ୍ମାନଜନକ ସ୍କୋରରେ ପହଞ୍ଚିଥିଲା ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
T20 World Cup: India’s Batting Collapses, Only Suryakumar Shines | Argus News