IND vs WI Match / କାଲି ଭାରତର ବିଶ୍ଵକପ୍ ଭାଗ୍ୟ ପରୀକ୍ଷା; ମ୍ୟାଚ୍ ପୂର୍ବରୁ ଜାଣିନିଅନ୍ତୁ ପିଚ୍ ରିପୋର୍ଟ
·4 months ago·2 min read

Key Points
ସୁପର ସଣ୍ଡେରେ ସୁପର ମ୍ୟାଚ୍
ଭାରତ ବନାମ ୱେଷ୍ଟ ଇଣ୍ଡିଜ୍
ଯିଏ ଜିତିବ ଯିବ ସେମିଫାଇନାଲ
କାହାକୁ ସୁହାଇବ ଇଡେନ ଗାର୍ଡେନ ପିଚ୍ ?
ଭାରତ ବନାମ ୱେଷ୍ଟ ଇଣ୍ଡିଜ୍
ଯିଏ ଜିତିବ ଯିବ ସେମିଫାଇନାଲ
କାହାକୁ ସୁହାଇବ ଇଡେନ ଗାର୍ଡେନ ପିଚ୍ ?
ଟି-୨୦ ବିଶ୍ଵକପ୍ ୨୦୨୬ରେ ଟିମ୍ ଇଣ୍ଡିଆ ସବୁଠୁ ଗୁରୁତ୍ଵପୂର୍ଣ୍ଣ ମ୍ୟାଚ୍ ଆସନ୍ତାକାଲି ରବିବାର ହେବାକୁ ଯାଉଛି । କୋଲକାତାର ଇଡେନ୍ ଗାର୍ଡେନରେ ୱେଷ୍ଟଇଣ୍ଡିଜ୍ ଓ ଭାରତର ମହାମୁକାବିଲା ହେବ । ଏହି ମ୍ୟାଚରେ ଯିଏ ବିଜେତା ହେବ ସେ ସିଧାସଳଖ ସେମିଫାଇନାଲରେ ଏଣ୍ଟ୍ରି ମାରିବ । ତେବେ ସୁପର ସଣ୍ଡେର ଏହି ମ୍ୟାଚରେ ପିଚ୍ ମଧ୍ୟ ଏକ ବଡ଼ ଭୂମିକା ଗ୍ରହଣ କରିବ । ଇଡେନ୍ ଗାର୍ଡେନରେ ଅନେକ ଥର ବୋଲରଙ୍କୁ ଫାଇଦା ମିଳିଥିବାରୁ କିଛି ମାତ୍ରାରେ ବ୍ୟାଟରଙ୍କୁ ମଧ୍ୟ ଲାଭ ଦିଏ । ଏହି ଗୁରୁତ୍ଵପୂର୍ଣ୍ଣ ମ୍ୟାଚରେ ଭାରତର ରଣନୀତି ପିଚ୍ ଉପରେ ନିର୍ଭର କରିବ ।
ପଢନ୍ତୁ ଏହି ଖବର: ଯଦି ଭାରତ ଟି-୨୦ ବିଶ୍ୱକପ୍ ସେମିଫାଇନାଲରେ ପହଞ୍ଚେ…ତେବେ କାହା ସହିତ ମୁକାବିଲା କରିବ..
ଜିମ୍ବାୱେ ବିପକ୍ଷରେ ପୂର୍ବ ମ୍ୟାଚ୍ରେ ମଧ୍ୟ ଭାରତ ରନ୍ ବର୍ଷା କରିଥିଲା । କୋଲକାତାର ଇଡେନ୍ ଗାର୍ଡେନ୍ସରେ ମଧ୍ୟ ସମାନ କିଛି ହୋଇପାରେ ବୋଲି ଆଶା କରାଯାଉଛି । ପ୍ରାରମ୍ଭିକ ଓଭର ଗୁଡ଼ିକରେ ଦ୍ରୁତ ବୋଲରମାନେ ଫାଇଦା ପାଇବେ, କିନ୍ତୁ ସାମଗ୍ରିକ ଭାବରେ ଏହି ପିଚ୍ ବ୍ୟାଟ୍ସମ୍ୟାନ ମାନଙ୍କ ପାଇଁ ଏକ ହିଟ୍ ସାବ୍ୟସ୍ତ ହୋଇପାରେ ।
ମିଡଲ୍ ଏବଂ ଲୋୟର ମିଡଲ୍ ଅର୍ଡରରେ, ଇଶାନ କିଷନ, ସୂର୍ଯ୍ୟକୁମାର ଯାଦବ, ତିଲକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଶିବମ ଦୁବେ ପ୍ରମୁଖ ଖେଳାଳି ହେବେ । ସ୍ପିନ୍ ବୋଲିଂ ପାଇଁ ଅକ୍ଷର ପଟେଲ ଏବଂ ବରୁଣ ଚକ୍ରବର୍ତ୍ତୀଙ୍କ ଉପରେ ଦାୟିତ୍ଵ ରହିବ । ସେହିପରି ଷ୍ଟାର ବୋଲର୍ ଜସପ୍ରିତ ବୁମରାହ ଏବଂ ଅର୍ଶଦୀପ ସିଂହ ସେମାନଙ୍କର ଦ୍ରୁତ ବୋଲିଂରେ ପ୍ରତିପକ୍ଷଙ୍କୁ ନାକେଦମ କରିପାରନ୍ତି । ତେବେ ଆସନ୍ତାକାଲି ସୁପର ସଣ୍ଡେରେ ଟିମ୍ ଇଣ୍ଡିଆ କିପରି ପ୍ରଦର୍ଶନ କରିବ ତାହା ଦେଖିବାକୁ ବାକି ରହିଲା ।
ଅଧିକ କ୍ରୀଡା ସମ୍ବନ୍ଧୀୟ ଖବର ପଢନ୍ତୁ...
- ଇଡେନ୍ ଗାର୍ଡେନରେ କିପରି ଅଛି ପିଚ୍ ଅବସ୍ଥା ?
ପଢନ୍ତୁ ଏହି ଖବର: ଯଦି ଭାରତ ଟି-୨୦ ବିଶ୍ୱକପ୍ ସେମିଫାଇନାଲରେ ପହଞ୍ଚେ…ତେବେ କାହା ସହିତ ମୁକାବିଲା କରିବ..
ଜିମ୍ବାୱେ ବିପକ୍ଷରେ ପୂର୍ବ ମ୍ୟାଚ୍ରେ ମଧ୍ୟ ଭାରତ ରନ୍ ବର୍ଷା କରିଥିଲା । କୋଲକାତାର ଇଡେନ୍ ଗାର୍ଡେନ୍ସରେ ମଧ୍ୟ ସମାନ କିଛି ହୋଇପାରେ ବୋଲି ଆଶା କରାଯାଉଛି । ପ୍ରାରମ୍ଭିକ ଓଭର ଗୁଡ଼ିକରେ ଦ୍ରୁତ ବୋଲରମାନେ ଫାଇଦା ପାଇବେ, କିନ୍ତୁ ସାମଗ୍ରିକ ଭାବରେ ଏହି ପିଚ୍ ବ୍ୟାଟ୍ସମ୍ୟାନ ମାନଙ୍କ ପାଇଁ ଏକ ହିଟ୍ ସାବ୍ୟସ୍ତ ହୋଇପାରେ ।
- ଟିମ୍ ଇଣ୍ଡିଆର ପ୍ଲେଇଂ-୧୧ରେ ପରିବର୍ତ୍ତନ ହେବ କି?
ମିଡଲ୍ ଏବଂ ଲୋୟର ମିଡଲ୍ ଅର୍ଡରରେ, ଇଶାନ କିଷନ, ସୂର୍ଯ୍ୟକୁମାର ଯାଦବ, ତିଲକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଶିବମ ଦୁବେ ପ୍ରମୁଖ ଖେଳାଳି ହେବେ । ସ୍ପିନ୍ ବୋଲିଂ ପାଇଁ ଅକ୍ଷର ପଟେଲ ଏବଂ ବରୁଣ ଚକ୍ରବର୍ତ୍ତୀଙ୍କ ଉପରେ ଦାୟିତ୍ଵ ରହିବ । ସେହିପରି ଷ୍ଟାର ବୋଲର୍ ଜସପ୍ରିତ ବୁମରାହ ଏବଂ ଅର୍ଶଦୀପ ସିଂହ ସେମାନଙ୍କର ଦ୍ରୁତ ବୋଲିଂରେ ପ୍ରତିପକ୍ଷଙ୍କୁ ନାକେଦମ କରିପାରନ୍ତି । ତେବେ ଆସନ୍ତାକାଲି ସୁପର ସଣ୍ଡେରେ ଟିମ୍ ଇଣ୍ଡିଆ କିପରି ପ୍ରଦର୍ଶନ କରିବ ତାହା ଦେଖିବାକୁ ବାକି ରହିଲା ।
ଅଧିକ କ୍ରୀଡା ସମ୍ବନ୍ଧୀୟ ଖବର ପଢନ୍ତୁ...
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories