Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Abhishek Sharma Form / ବିଶ୍ବକପ୍‌ ପୂର୍ବରୁ ଟେନ୍‌ସନ୍‌ରେ ଟିମ୍‌ ଇଣ୍ଡିଆ, ଚିନ୍ତା ବଢ଼ାଇଲା ଅଭିଷେକ ଶର୍ମାଙ୍କ ଫର୍ମ

Santosh Kumar Sahoo
Browse all articles by Santosh Kumar Sahoo
·6 months ago·2 min read
ବିଶ୍ବକପ୍‌ ପୂର୍ବରୁ ଟେନ୍‌ସନ୍‌ରେ ଟିମ୍‌ ଇଣ୍ଡିଆ, ଚିନ୍ତା ବଢ଼ାଇଲା ଅଭିଷେକ ଶର୍ମାଙ୍କ ଫର୍ମ
Abhishek Sharma

Key Points

ବିଶ୍ୱକପ୍ ପୂର୍ବରୁ ଚିନ୍ତାରେ ଟିମ୍‌ ଇଣ୍ଡିଆ
ନମ୍ବର-୧ ଟି-୨୦ ବ୍ୟାଟ୍ସମ୍ୟାନ୍‌ଙ୍କ ବ୍ୟାଟ୍ ନୀରବ
ଶେଷ ୧୦ ମ୍ୟାଚ୍‌ରେ କେବଳ ଗୋଟିଏ ଅର୍ଦ୍ଧଶତକ
ଫେବୃଆରୀ ୭ରୁ ଆରମ୍ଭ ହେବାକୁ ଯାଉଛି ଟି-୨୦ ବିଶ୍ବକପ୍‌ । ଆଇସିସିର ଏହି ମେଗା ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାକୁ ଆଉ ଏକ ମାସରୁ କମ୍‌ ସମୟ ବାକି ଅଛି । ଟି-୨୦ ବିଶ୍ବକପ୍ ପାଇଁ ଭାରତୀୟ ଦଳ ପୂର୍ବରୁ ୧୫ ଜଣିଆ ଦଳ ଘୋଷଣା କରିସାରିଛି । ବିଶ୍ୱକପ୍ ପୂର୍ବରୁ ଭାରତ ନ୍ୟୁଜିଲାଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜ୍ ଖେଳିବ । ଯାହା ଏକ ଅଭ୍ୟାସ ଭାବରେ କାମ କରିବ ।

ବିଶ୍ୱକପ୍ ପାଇଁ ଘୋଷିତ ଭାରତୀୟ ଦଳ କଥା ଯଦି କହିବା ତାହାଲେ ଏହା ଏକ ବହୁତ ସନ୍ତୁଳିତ ଦଳ । ଯେଉଁଥିରେ ବ୍ୟାଟିଂ ଏବଂ ବୋଲିଂ ଉଭୟରେ ଡେପ୍ଥ ରହିଛି । କିନ୍ତୁ ଏହି ବଡ଼ ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଭାରତର ଚିନ୍ତା ବଢ଼ାଇଛନ୍ତି ବିଶ୍ୱର ନମ୍ବର-୧ ଟି-୨୦ ବ୍ୟାଟ୍ସମ୍ୟାନ୍ ଅଭିଷେକ ଶର୍ମା । ଅଭିଷେକ ଏବେ ଖରାପ ଫର୍ମ ସହିତ ସଂଘର୍ଷ କରୁଛନ୍ତି ।

ଅଭିଷେକ ତାଙ୍କର ଆକ୍ରମଣାତ୍ମକ ବ୍ୟାଟିଂ ପାଇଁ ଜଣାଶୁଣା । କିନ୍ତୁ ଗତ ମାସ ଧରି ଅଭିଷେକ ଶର୍ମାଙ୍କ ବ୍ୟାଟ୍‌ ନୀରବ ରହିଛି । ତାଙ୍କର ଭଲ ଆରମ୍ଭ ହୋଇଛି କିନ୍ତୁ ସେ ଏକ ବଡ଼ ଇନିଂସ ସ୍କୋର କରିପାରି ନାହାଁନ୍ତି । ସେ ତାଙ୍କର ଶେଷ ୧୦ ଇନିଂସ (ଘରୋଇ ଏବଂ ଅନ୍ତର୍ଜାତୀୟ)ରେ କେବଳ ଗୋଟିଏ ଅର୍ଦ୍ଧଶତକ ହାସଲ କରିଛନ୍ତି । ତାଙ୍କର ଶେଷ ଅର୍ଦ୍ଧଶତକ ଡିସେମ୍ବର ୨ ତାରିଖରେ ଆସିଥିଲା । ତାହା ମଧ୍ୟ ଏକ ଘରୋଇ ମ୍ୟାଚରେ । ସେ ସୟଦ ମୁସ୍ତାକ ଅଲୀ ଟ୍ରଫିରେ ଅର୍ଦ୍ଧଶତକ ସ୍କୋର କରିଥିଲେ ।
ଏହା ପରେ ଅଭିଷେକ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ମଧ୍ୟ ଖେଳିଥିଲେ । ତଥାପି ତାଙ୍କ ବ୍ୟାଟ୍ ସମଗ୍ର ସିରିଜରେ ନୀରବ ରହିଲା । ସିରିଜରେ ତାଙ୍କର ସର୍ବାଧିକ ସ୍କୋର ଥିଲା ୩୫ । ମୁମ୍ବାଇ ବିପକ୍ଷରେ ଶେଷ ବିଜୟ ହଜାରେ ଟ୍ରଫି ମ୍ୟାଚରେ ଅଭିଷେକ କେବଳ ୮ ରନ୍ କରିପାରିଥିଲେ ।

ଅଭିଷେକଙ୍କ ଫର୍ମ ଟିମ୍‌ ଇଣ୍ଡିଆର ଚିନ୍ତା ବଢ଼ାଇଛି । କାରଣ ଗିଲ୍‌ଙ୍କ ଅନୁପସ୍ଥିତିରେ ଅଭିଷେକଙ୍କ ଉପରେ ଏକ ଦୃଢ଼ ଆରମ୍ଭ କରିବାର ବଡ଼ ଦାୟିତ୍ବ ରହିଛି । ଏସିଆ କପରେ ସମସ୍ତେ ତାଙ୍କ ଫର୍ମ ଦେଖିଥିଲେ । ସେ ଏସିଆ କପ୍‌ରେ ଆକ୍ରମଣାତ୍ମକ ବ୍ୟାଟିଂ କରି ପାଓ୍ବାର ପ୍ଲେ'ରେ ହିଁ ମ୍ୟାଚ୍‌କୁ ଏକତରଫା କରି ଦେଉଥିଲେ । କିନ୍ତୁ ବିଶ୍ବକପ୍‌ରେ ଯଦି ତାଙ୍କ ବ୍ୟାଟ୍ ନୀରବ ରୁହେ ତେବେ ଏହା ଚିନ୍ତାର ବିଷୟ ହେବ । ଅଧିନାୟକ ସୂର୍ଯ୍ୟ ମଧ୍ୟ ଫର୍ମ ବାହାରେ ଅଛନ୍ତି । ତିଲକ ବର୍ମାଙ୍କ ଫିଟନେସ୍ ମଧ୍ୟ ସନ୍ଦେହରେ ଅଛି । ଏହି ସମୟରେ, ଇଶାନ କିଶନଙ୍କ ଭୂମିକା ଏବେ ବି ଅନିଶ୍ଚିତ । ଏପରି ସ୍ଥିତିରେ ଅଭିଷେକଙ୍କ ଫର୍ମ ବେଶ୍ ଗୁରୁତ୍ବପୂର୍ଣ୍ଣ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Team India Worried Ahead of T20 World Cup as Abhishek Sharma Struggles for Form | Argus News