|
logo
Live
Argus News App
GET APP

Argus News - ପୁରୁଣା ୩୦ ମ୍ୟାଚର ପୁରା ହିସାବ; କିଏ ହାତେଇବ ବିଶ୍ଵକପ୍ ଟ୍ରଫି ?

Sports

WC Final Fight / ପୁରୁଣା ୩୦ ମ୍ୟାଚର ପୁରା ହିସାବ; କିଏ ହାତେଇବ ବିଶ୍ଵକପ୍ ଟ୍ରଫି ?

Debashree Debasmita Sahoo
Browse all articles by Debashree Debasmita Sahoo
·3 weeks ago·2 min read
ପୁରୁଣା ୩୦ ମ୍ୟାଚର ପୁରା ହିସାବ; କିଏ ହାତେଇବ ବିଶ୍ଵକପ୍ ଟ୍ରଫି ?
WC Final Fight

Key Points

ଟି-୨୦ ବିଶ୍ଵକପ୍ ୨୦୨୬ ଫାଇନାଲ ଫାଇଟ୍
ସୁପର ସଣ୍ଡେରେ ମୁହାଁମୁହିଁ ହେବେ ଭାରତ-ନ୍ୟୁଜିଲାଣ୍ଡ
କାହା ପଲ୍ଲା ଭାରି ? କିଏ ହାତେଇବ ବିଶ୍ଵକପ୍ ଟ୍ରଫି ?
୨୦୨୬ ଟି-୨୦ ବିଶ୍ୱକପ୍ ଅଭିଯାନ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆସନ୍ତାକାଲି ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ହେବ ଫାଇନାଲ୍ ଫାଇଟ୍ । ଭାରତ ତୃତୀୟ ଟି-୨୦ ବିଶ୍ୱକପ୍ ଟାଇଟଲ୍ ଜିତିବାକୁ ଲକ୍ଷ୍ୟ ରଖିଥିବାବେଳେ ସେପଟେ ନ୍ୟୁଜିଲାଣ୍ଡ ପ୍ରଥମ ଟି-୨୦ ବିଶ୍ୱକପ୍ ଟ୍ରଫି ଉଠାଇବାକୁ ଲକ୍ଷ୍ୟ ରଖିଛି । ଏବେ ପ୍ରଶ୍ନ ହେଉଛି କେଉଁ ଦଳର ପଲ୍ଲା ଭାରି ଅଛି ? ଆସନ୍ତୁ ଫାଇନାଲ ଟକ୍କର ପୂର୍ବରୁ ଉଭୟ ଦଳ ମଧ୍ୟରେ ପୂର୍ବରୁ ହୋଇଥିବା ୩୦ଟି ଟି-୨୦ ମ୍ୟାଚ୍ ସମୀକ୍ଷା କରିବା ।

  • ଫାଇନାଲ ଫାଇଟ୍ ପୂର୍ବରୁ କଣ କହୁଛି ପୂର୍ବ ଇତିହାସ
ଆମେ ଯେଉଁ ୩୦ଟି ଟି-୨୦ ମ୍ୟାଚ୍ ବିଷୟରେ କହୁଛୁ ତାହା ହେଉଛି ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଏପର୍ଯ୍ୟନ୍ତ ଖେଳାଯାଇଥିବା ସବୁ ମ୍ୟାଚ୍ । ଏଥିରେ ଟି-୨୦ ବିଶ୍ୱକପରେ ସେମାନଙ୍କ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ ମଧ୍ୟ ସାମିଲ । ଯଦି ଆମେ ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ୩୦ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚର ଫଳାଫଳକୁ ବିଚାର କରିବା, ତେବେ ଭାରତର ପଲ୍ଲା ଭାରି ରହିଥିବା ଦେଖାଯାଉଛି । ତଥାପି, ଯେତେବେଳେ ICC ମ୍ୟାଚ୍ ଅର୍ଥାତ୍ ଟି-୨୦ ବିଶ୍ୱକପ୍ କଥା ଆସେ ନ୍ୟୁଜିଲାଣ୍ଡର ବିଜୟ ୧୦୦% ନିଶ୍ଚିତ ମନେହୁଏ ।

  • କାହାର ପଲ୍ଲା ଭାରି ?
ଭାରତ ମୋଟ ୩୦ଟି ମ୍ୟାଚରୁ ୧୬ଟି ଜିତିଥିବାବେଳେ ନ୍ୟୁଜିଲାଣ୍ଡ ୧୧ଟି ଜିତିଛି । ଉଭୟ ଦଳ ମଧ୍ୟରେ ୩ଟି ମ୍ୟାଚ ଟାଇ ହୋଇଛି । କିନ୍ତୁ ଆମେ ଯଦି ଟି-୨୦ ବିଶ୍ୱକପ୍ ମ୍ୟାଚ୍ କଥା କହିବା, ତେବେ ଉଭୟ ଦଳ ୩ ଥର ପରସ୍ପରର ସାମ୍ନା କରିଛନ୍ତି ଏବଂ ନ୍ୟୁଜିଲାଣ୍ଡ ୩ଟି ଥର ଜିତିଛି । ଭାରତ ଏବଂ ନ୍ୟୁଜିଲାଣ୍ଡ ୨୦୦୭, ୨୦୧୬ ଏବଂ ୨୦୨୧ ଟି-୨୦ ବିଶ୍ୱକପରେ ମୁହାଁମୁହିଁ ହୋଇଥିଲେ । ନ୍ୟୁଜିଲାଣ୍ଡ ୨୦୦୭ ଟି-୨୦ ବିଶ୍ୱକପରେ ୧୦ ରନରେ, ୨୦୧୬ ଟି-୨୦ ବିଶ୍ୱକପରେ ୪୭ ରନରେ ଏବଂ ୨୦୨୧ ଟି-୨୦ ବିଶ୍ୱକପରେ ୮ ୱିକେଟରେ ଭାରତକୁ ପରାସ୍ତ କରିଥିଲା ।

  • ଭାରତୀୟ ମାଟିରେ IND vs NZ ରେକର୍ଡ
୨୦୨୬ ଟି-୨୦ ବିଶ୍ୱକପ୍ ଫାଇନାଲ୍ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଭାରତ ମାଟିରେ ହେବାକୁ ଯାଉଛି । ତେଣୁ, ନ୍ୟୁଜିଲାଣ୍ଡ ବିପକ୍ଷରେ ଟିମ୍ ଇଣ୍ଡିଆର ଘରୋଇ ରେକର୍ଡ ଜାଣିବା ନିହାତି ଆବଶ୍ୟକ । ଏହି ଦୁଇ ଦଳ ଭାରତୀୟ ମାଟିରେ ୧୬ ଟି-୨୦ ମ୍ୟାଚ୍ ଖେଳିଛନ୍ତି, ଯେଉଁଥିରେ ଭାରତ ନ୍ୟୁଜିଲାଣ୍ଡ ଉପରେ ୧୧-୫ରେ ଆଗୁଆ ରହିଛି ।

ଅଧିକ ଖବର ପଢନ୍ତୁ...
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
WC Final Fight: ପୁରୁଣା ୩୦ ମ୍ୟାଚର ପୁରା ହିସାବ; କିଏ ହାତେଇବ ବିଶ୍ଵକପ୍ ଟ୍ରଫି ? | Argus News