Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ବିନା ସ୍ପନସରସିପ୍‌ରେ ଏସିଆ କପ୍ ଖେଳିବ ଟିମ୍ ଇଣ୍ଡିଆ !

Ritu Das
Browse all articles by Ritu Das
·10 months ago·2 min read
ବିନା ସ୍ପନସରସିପ୍‌ରେ ଏସିଆ କପ୍ ଖେଳିବ ଟିମ୍ ଇଣ୍ଡିଆ !

Key Points

ଟିମ୍ ଇଣ୍ଡିଆ ଓ ଡ୍ରିମ ଇଲେଭେନ ସଂପର୍କରେ ପଡ଼ିଲା ପୂର୍ଣ୍ଣଛେଦ। ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଓ ସ୍ପୋର୍ଟ୍ସ କମ୍ପାନି ଡ୍ରିମ ଇଲେଭେନ ମଧ୍ୟରେ ଦୁଇ ବର୍ଷରୁ ଅଧିକ ସମୟ ଧରି ଚାଲି ଆସିଥିବା ପ୍ରାୟୋଜକ ଚୁକ୍ତିନାମା ଶେଷ ହୋଇଛି।

ଟିମ୍ ଇଣ୍ଡିଆ ଓ ଡ୍ରିମ ଇଲେଭେନ ସଂପର୍କରେ ପଡ଼ିଲା ପୂର୍ଣ୍ଣଛେଦ। ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଓ ସ୍ପୋର୍ଟ୍ସ କମ୍ପାନି ଡ୍ରିମ ଇଲେଭେନ ମଧ୍ୟରେ ଦୁଇ ବର୍ଷରୁ ଅଧିକ ସମୟ ଧରି ଚାଲି ଆସିଥିବା ପ୍ରାୟୋଜକ ଚୁକ୍ତିନାମା ଶେଷ ହୋଇଛି। ବୋର୍ଡର ସଚିବ ଦେବଜିତ ସୈକିୟା ଏହାର ସୂଚନା ଦେଇଛନ୍ତି। ବୋର୍ଡ ଏବେ ନୂଆ ପ୍ରାୟୋଜକ ସନ୍ଧାନରେ ରହିଛି। ସଂସଦରେ ଅନଲାଇନ ଗେମିଂ ବିଲ୍ ୨୦୨୫ ଗୃହୀତ ହେବା ଏବଂ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ପାଇବା ପରେ ବିସିସିଆଇ ଏହି ପଦକ୍ଷେପ ନେଇଛି। ଏହି ନିୟମ ଆଇନର ରୂପ ନେବା ପରେ ଡ୍ରିମ ଇଲେଭେନ ନିଜର ସମସ୍ତ ଅନଲାଇନ ଗେମିଂ କଣ୍ଟେଷ୍ଟକୁ ବନ୍ଦ କରି ଦେଇଛି। ୨୦୨୩ରେ ବିସିସିଆଇ ଓ ଡ୍ରିମ ଇଲେଭେନ ମଧ୍ୟରେ ପ୍ରାୟୋଜକ ନେଇ ଚୁକ୍ତି ହୋଇଥିଲା। ଏହି ଚୁକ୍ତିନାମା ତିନି ବର୍ଷୀୟା ହୋଇଥିଲା, ଯାହାର ମୂଲ୍ୟ ୩୫୮ କୋଟି ଟଙ୍କା ଥିଲା। ମାତ୍ର ନୂଆ ଆଇନ ଆଧାରରେ ଆର୍ଥିକ ନେଣଦେଣ କରୁଥିବା ଗେମିଂ ଆପ୍ ଗୁଡ଼ିକ ଉପରେ ସଂପୂର୍ଣ୍ଣ ପ୍ରତିବନ୍ଧକ ଲାଗିଛି।



ଆଉ ଏହାର ସିଧାସଳଖ ପ୍ରଭାବ ଡ୍ରିମ ଇଲେଭେନର ବ୍ୟବସାୟ ଉପରେ ପଡ଼ିଛି। ବିସିସିଆଇ ସଚିବ ଦେବଜିତ ସୈକିୟା କହିଛନ୍ତି, ନୂଆ ଆଇନ ଆଧାରରେ ବିସିସିଆଇ ପାଇଁ ଡ୍ରିମ ଇଲେଭେନ କିମ୍ବା ଅନ୍ୟ କୌଣସି ଗେମିଂ କମ୍ପାନି ସହିତ ରହିବା ମୁସ୍କିଲ। ତେଣୁ ଆମକୁ ଆଉ ଡ୍ରିମ ଇଲେଭେନ ସହ ଆଗକୁ ବଢିବା ଠିକ୍ ହେବ ନାହିଁ। ସେପଟେ ଜାପାନର ପ୍ରସିଦ୍ଧ କାର କମ୍ପାନୀ ଟୟୋଟା ଭାରତୀୟ କ୍ରିକେଟ ଦଳର ଟାଇଟଲ୍ ପ୍ରାୟୋଜକ ହେବାକୁ ଚାହୁଁଛି । ଏହି କମ୍ପାନୀ ଟୟୋଟା କିର୍ଲୋସ୍କର ସହିତ ମିଶିକି ଭାରତରେ କାମ କରିବାକୁ ଚାହୁଁଛି। ଗତ ଆର୍ଥିକ ବର୍ଷରେ ଟୟୋଟା କମ୍ପାନୀ ୫୬୫୦୦ କୋଟି ଟଙ୍କାରୁ ଅଧିକ ରୋଜଗାର କରିଛି। ଏବେ ଯଦି ଏତେ ବଡ଼ କମ୍ପାନୀ ସ୍ପନସରସିପରେ ଆଗ୍ରହ ଦେଖାଏ, ତେବେ ଏହା ସମ୍ଭବ ଯେ ବିସିସିଆଇ ଏହା ଉପରେ ବିଚାର କରିପାରିବ। ପୂର୍ବରୁ ଟୟୋଟା ମୋଟର୍ସ ଇଂଲଣ୍ଡ କ୍ରିକେଟ ଦଳର ଟାଇଟଲ୍ ସ୍ପନସର କରିସାରିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସେହିପରି ଏହା ପୂର୍ବରୁ ମଧ୍ୟ ଟୟୋଟା ମୋଟର୍ସ ଅଷ୍ଟ୍ରେଲିଆ କ୍ରିକେଟ୍ ଦଳ ସହିତ ଜଡିତ ଥିଲା। ତେବେ କେବଳ ଟୟୋଟା ନୁହେଁ ବରଂ ଏକ ଫିନ୍-ଟେକ୍ କମ୍ପାନୀ ମଧ୍ୟ ଟିମ୍ ଇଣ୍ଡିଆରେ ଯୋଗଦେବା ପାଇଁ ଇଚ୍ଛା ପ୍ରକାଶ କରୁଛି । ତଥାପି, ଏହି କମ୍ପାନୀର ନାମ ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ। ଭାରତୀୟ କ୍ରିକେଟ୍ ବୋର୍ଡ ସହିତ ଡ୍ରିମ ଇଲେଭେନର ଚୁକ୍ତିନାମାକୁ ଶେଷରେ ସମାପ୍ତ କରିବାକୁ ପଡ଼ିଛି। ଏଥିପାଇଁ କୌଣସି ଜରିମାନା ଭରିବାକୁ ପଡ଼ିବ ନାହିଁ। କାରଣ ଏହି ଅନୁବନ୍ଧରେ ଏକ ବିଶେଷ କ୍ଲଜ ଥିଲା, ଯଦି ସରକାରୀ ପ୍ରତିବନ୍ଧକ କିମ୍ବା ଆଇନରେ ପରିବର୍ତ୍ତନ ହୁଏ ତେବେ ଏମିତି ସ୍ଥିତିରେ ଚୁକ୍ତିନାମାରେ ପୂର୍ଣ୍ଣଛେଦ ପଡ଼ିବ। ଏମିତି ସ୍ଥିତିରେ ଭାରତୀୟ ଦଳ ସେପ୍ଟେମ୍ବର ୯ରୁ ଆରମ୍ଭ ହେଉଥିବା ଟି-୨୦ ଏସିଆ କପ୍ ୨୦୨୫ରେ ବିନା ପ୍ରାୟୋଜକରେ ମଇଦାନକୁ ଓହ୍ଲାଇବ। କାରଣ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାକୁ ଆଉ ମାତ୍ର ଦୁଇ ସପ୍ତାହରୁ କମ ସମୟ ରହିଛି। ତେବେ ତାକୁ ଶୀଘ୍ର ନିଷ୍ପତ୍ତି ନେବାକୁ ପଡିବ।


ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର... 

Sponsored
Team India to Play Asia Cup Without Sponsorship | Argus News