|
logo
Live
Argus News App
GET APP

Argus News - ବାରବାଟୀରେ ଟିମ୍ ଇଣ୍ଡିଆର 'ବିରାଟ ବିଜୟ', ଶତକ ହାସଲ କଲେ ହାର୍ଦ୍ଦିକ-ବୁମ୍ରା

Sports

Barabati Stadium Records / ବାରବାଟୀରେ ଟିମ୍ ଇଣ୍ଡିଆର 'ବିରାଟ ବିଜୟ', ଶତକ ହାସଲ କଲେ ହାର୍ଦ୍ଦିକ-ବୁମ୍ରା

Santosh Kumar Sahoo
Browse all articles by Santosh Kumar Sahoo
·3 months ago·3 min read
ବାରବାଟୀରେ ଟିମ୍ ଇଣ୍ଡିଆର 'ବିରାଟ ବିଜୟ', ଶତକ ହାସଲ କଲେ ହାର୍ଦ୍ଦିକ-ବୁମ୍ରା
Hardik-Bumrah

Key Points

ବାରବାଟୀରେ ଭାରତର ବିରାଟ ବିଜୟ
ହାର୍ଦ୍ଦିକଙ୍କ ୧୦୦ ଛକା – ବୁମରାହଙ୍କ ୧୦୦ ୱିକେଟ୍
ସାଉଥ୍ ଆଫ୍ରିକାର ସର୍ବନିମ୍ନ ସ୍କୋର
ମଙ୍ଗଳବାର ବାରବାଟୀ ଷ୍ଟାଡିୟମରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ୍‌ ଅନୁଷ୍ଠିତ ହୋଇଥିଲା । ଏହି ମ୍ୟାଚ୍‌ରେ ଟିମ୍ ଇଣ୍ଡିଆ ୧୦୧ ରନ୍‌ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଥିଲା । ଏହି ବିଜୟ ସହ ସୂର୍ଯ୍ୟ ବ୍ରିଗେଡ୍‌ ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ସିରିଜରେ ୧-୦ରେ ଆଗୁଆ ରହିଛି । ବାରବାଟୀରେ ବଡ଼ ବିଜୟ ସହ ଭାରତୀୟ ଖେଳାଳିମାନେ ଏହି ମ୍ୟାଚ୍‌ରେ ଅନେକ ଗୁରୁତ୍ୱପୂର୍ଣ୍ଣ ରେକର୍ଡ ମଧ୍ୟ ନିଜ ନାଁରେ କରିଛନ୍ତି ।

ପ୍ରଥମ ଟି-୨୦ରେ ଭାରତ ଦକ୍ଷିଣ ଆଫ୍ରିକାକୁ ମାତ୍ର ୭୪ ରନରେ ଅଲଆଉଟ୍ କରିଥିଲା । ଯାହା ଟି-୨୦ ଇତିହାସରେ ସେମାନଙ୍କର ସର୍ବନିମ୍ନ ସ୍କୋର । ଏହି ମ୍ୟାଚ୍‌ରେ ଭାରତୀୟ ବୋଲରମାନେ ଚମତ୍କାର ପ୍ରଦର୍ଶନ କରିଥିଲେ । ଆଉ ପ୍ରତ୍ୟେକ ବୋଲର ଅତିକମ୍‌ରେ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ । ପୂର୍ବରୁ ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ସ୍କୋର ୮୭ ରନ ଥିଲା, ଯାହା ୨୦୨୨ ମସିହାରେ ରାଜକୋଟରେ ଭାରତ ବିପକ୍ଷରେ ଥିଲା । ଟି-୨୦ ଇତିହାସରେ ଦକ୍ଷିଣ ଆଫ୍ରିକାର ୪ ସର୍ବନିମ୍ନ ସ୍କୋର ମଧ୍ୟରୁ ତିନୋଟି ଭାରତ ବିପକ୍ଷରେ ଆସିଛି ।

ପାଣ୍ଡ୍ୟାଙ୍କ ୧୦୦ ଛକା 

ହାର୍ଦ୍ଦିକ ପାଣ୍ଡ୍ୟା ଟି-୨୦ରେ ତାଙ୍କର ୧୦୦ତମ ଛକା ପୂରଣ କରିଛନ୍ତି । ସେ ରୋହିତ ଏବଂ କୋହଲି କ୍ଲବରେ ସାମିଲ ହୋଇଛନ୍ତି। ରୋହିତ ଶର୍ମା ଭାରତ ପାଇଁ ଟି-୨୦ରେ ସର୍ବାଧିକ ଛକା ମାରିବାର ରେକର୍ଡ ରଖିଛନ୍ତି । ସେ ୨୦୫ ଛକା ମାରିଛନ୍ତି । ସେହିପରି ସୂର୍ଯ୍ୟ ୧୫୫ ଛକା ସହିତ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ବିରାଟ କୋହଲି ୧୨୪ଟି ଛକା ମାରିଛନ୍ତି। ଏହି ତାଲିକାରେ ପରବର୍ତ୍ତୀ ସ୍ଥାନରେ ଅଛନ୍ତି ହାର୍ଦ୍ଦିକ । ସେହିପରି କେଏଲ ରାହୁଲ ୯୯ଟି ଛକା ମାରିଛନ୍ତି ।

ବୁମ୍ରାଙ୍କ ଶତକ ଓ୍ବିକେଟ୍‌

ସେହିପରି ପ୍ରଥମ ଟି-୨୦ ମ୍ୟାଚ୍‌ରେ ଜସପ୍ରିତ ବୁମରାହ ଇତିହାସ ରଚିଛନ୍ତି । ସେ ତିନୋଟି ଅନ୍ତର୍ଜାତୀୟ ଫର୍ମାଟ୍ - ଟେଷ୍ଟ, ଦିନିକିଆ ଏବଂ ଟି-୨୦ରେ ୧୦୦ ୱିକେଟ୍ ନେଇଥିବା ଏକମାତ୍ର ଭାରତୀୟ ବୋଲର ହୋଇଛନ୍ତି । ବୁମରାହ ଏବେ ବିଶ୍ୱ କ୍ରିକେଟ୍‌ରେ କେବଳ ପଞ୍ଚମ ବୋଲର ହୋଇଛନ୍ତି ଯିଏ ତିନୋଟି ଫର୍ମାଟ୍‌ରେ ୧୦୦ ୱିକେଟ୍ ହାସଲ କରିଛନ୍ତି। ତାଙ୍କ ପୂର୍ବରୁ, ଟିମ୍ ସାଉଦି, ଲାସିଥ୍ ମାଲିଙ୍ଗା, ସାକିବ୍ ଅଲ୍ ହାସନ୍ ଏବଂ ଶାହିନ ଶାହ ଆଫ୍ରିଦି ଏହି ସଫଳତା ହାସଲ କରିଛନ୍ତି । ୩୦ ବର୍ଷୀୟ ବୁମରାହ ତାଙ୍କ ତୃତୀୟ ଓଭରରେ ଡେୱାଲ୍ଡ ବ୍ରେଭିସ୍‌ଙ୍କୁ ୨୨ ରନ୍ ପାଇଁ ଆଉଟ୍ କରି ଏହି ମାଇଲଖୁଣ୍ଟରେ ପହଞ୍ଚିଛନ୍ତି ।

ବୁମରାହ ଏପର୍ଯ୍ୟନ୍ତ ୫୨ଟି ଟେଷ୍ଟ ମ୍ୟାଚ୍‌ରେ ୨୩୪ଟି ୱିକେଟ୍, ୮୯ ଦିନିକିଆରେ ୧୪୯ଟି ୱିକେଟ୍ ଏବଂ ୮୧ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ୧୦୧ଟି ୱିକେଟ୍ ନେଇଛନ୍ତି । ସେ ୧୦୦ ଟି-୨୦ ୱିକେଟ୍ ନେବାରେ ଦ୍ୱିତୀୟ ଭାରତୀୟ ହୋଇଛନ୍ତି। ବୁମ୍ରାଙ୍କ ପୂର୍ବରୁ ଅର୍ଶଦୀପ ସିଂହ ଟି-୨୦ରେ ୧୦୦ ଓ୍ବିକେଟ୍ ନିଜ ନାମରେ କରିଛନ୍ତି ।

ଟି-୨୦ରେ ଭାରତ ପାଇଁ ସର୍ବାଧିକ ଓ୍ବିକେଟ୍

ଅର୍ଶଦୀପ ସିଂହ - ୧୦୭ ୱିକେଟ୍
ଜସପ୍ରିତ ବୁମରା - ୧୦୧ ୱିକେଟ୍
ହାର୍ଦ୍ଦିକ ପାଣ୍ଡ୍ୟା - ୯୯ ୱିକେଟ୍
ୟୁଜଭେନ୍ଦ୍ର ଚହଲ୍ - ୯୬ ୱିକେଟ୍
ଭୁବନେଶ୍ୱର କୁମାର - ୯୦ ୱିକେଟ୍

୧୦୦୦ ରନ୍ କ୍ଲବ୍‌ରେ ତିଲକ

ଅନ୍ୟପଟେ ତିଲକ ବର୍ମା ଟି-୨୦ରେ ତାଙ୍କର ୧୦୦୦ ରନ୍ ପୂରଣ କରିଛନ୍ତି। ସେ ୨୫ ବର୍ଷ ବୟସ ପୂର୍ବରୁ ଟି-୨୦ରେ ୧୦୦୦ ରନ୍ ପୂରଣ କରିଥିବା ପ୍ରଥମ ଭାରତୀୟ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି । ହାଇଦ୍ରାବାଦର ଏହି ବାମହାତୀ ବ୍ୟାଟ୍ସମ୍ୟାନ୍ ଟି-୨୦ ଅନ୍ତର୍ଜାତୀୟରେ ୧୦୦୦ ରନ୍ ପୂରଣ କରିବା ପାଇଁ ଚାରି ରନ୍ ଆବଶ୍ୟକ କରିଥିଲେ ଏବଂ ଭାରତୀୟ ଇନିଂସର ଷଷ୍ଠ ଓଭରରେ ଏହି ସଫଳତା ପାଇଥିଲେ । ଅଗଷ୍ଟ ୨୦୨୩ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଟି-୨୦ ଆନ୍ତର୍ଜାତୀୟ ଡେବ୍ୟୁ କରିଥିବା ତିଲକଙ୍କ ବୟସ ୨୩ ବର୍ଷ ୩୧ ଦିନ । ସେ ଟି-୨୦ ଆନ୍ତର୍ଜାତୀୟରେ ୧୦୦୦ ରନ୍ ସ୍କୋର କରିବାରେ ୧୩ତମ ଭାରତୀୟ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Barabati Stadium Records: ବାରବାଟୀରେ ଟିମ୍ ଇଣ୍ଡିଆର 'ବିରାଟ ବିଜୟ', ଶତକ ହାସଲ କଲେ ହାର୍ଦ୍ଦିକ-ବୁମ୍ରା | Argus News