Shreyas Iyer Comeback / ବିଶ୍ବକପ୍ ପୂର୍ବରୁ ଟିମ୍ ଇଣ୍ଡିଆରେ ବଡ଼ ପରିବର୍ତ୍ତନ, ଦଳକୁ ଫେରିଲେ ଆୟର ଓ ବିଷ୍ନୋଇ
·5 months ago·2 min read

Key Points
ଭାରତୀୟ ଦଳରେ ବଡ଼ ଅଦଳବଦଳ
ଟିମ୍କୁ ଫେରିଲେ ଆୟର ଓ ବିଷ୍ନୋଇ
ୱାଶିଂଟନ୍ ସୁନ୍ଦର ଓ ତିଲକ ବର୍ମା ଆଉଟ୍
ଟିମ୍କୁ ଫେରିଲେ ଆୟର ଓ ବିଷ୍ନୋଇ
ୱାଶିଂଟନ୍ ସୁନ୍ଦର ଓ ତିଲକ ବର୍ମା ଆଉଟ୍
ଜାନୁଆରୀ ୨୧ରୁ ଆରମ୍ଭ ହେବାକୁ ଯାଉଛି ଭାରତ-ନ୍ୟୁଜିଲାଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ । ଏହି ଟି-୨୦ ସିରିଜ୍ ପାଇଁ ଭାରତୀୟ ଦଳରେ ଦୁଇଟି ବଡ଼ ପରିବର୍ତ୍ତନ କରାଯାଇଛି । ଆଘାତ ଯୋଗୁଁ ଅଲରାଉଣ୍ଡର ୱାଶିଂଟନ୍ ସୁନ୍ଦର ଟି-୨୦ ସିରିଜ୍ରୁ ବାଦ ପଡ଼ିଛନ୍ତି, ଯେତେବେଳେ ତିଲକ ବର୍ମା ମଧ୍ୟ ପ୍ରଥମ ତିନୋଟି ଟି-୨୦ ମ୍ୟାଚରୁ ବାଦ ପଡ଼ିଛନ୍ତି ।
ଏହି ଟି-୨୦ ସିରିଜ୍ ପାଇଁ ଷ୍ଟାର ବ୍ୟାଟ୍ସମ୍ୟାନ୍ ଶ୍ରେୟସ ଆୟର ଏବଂ ଲେଗ୍-ସ୍ପିନର ରବି ବିଷ୍ନୋଇଙ୍କୁ ଭାରତୀୟ ଦଳରେ ସାମିଲ କରାଯାଇଛି । ସମସ୍ତ ପାଞ୍ଚଟି ମ୍ୟାଚ୍ ପାଇଁ ୱାଶିଂଟନ୍ ସୁନ୍ଦରଙ୍କ ସ୍ଥାନରେ ରବି ବିଷ୍ନୋଇଙ୍କୁ ସ୍ଥାନ ଦିଆଯାଇଛି । ସେହିପରି ମଧ୍ୟମ କ୍ରମ ବ୍ୟାଟ୍ସମ୍ୟାନ୍ ତିଲକ ବର୍ମାଙ୍କ ସ୍ଥାନରେ ଶ୍ରେୟସ ଆୟର ପ୍ରଥମ ତିନୋଟି ଟି-୨୦ ପାଇଁ ଉପଲବ୍ଧ ହେବେ ।
ଭଦୋଦରାରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଥମ ଏକଦିବସୀୟ ମ୍ୟାଚ୍ ସମୟରେ ବୋଲିଂ କରିବା ସମୟରେ ୱାଶିଂଟନ୍ ସୁନ୍ଦରଙ୍କ ତଳ ପାଞ୍ଜରାରେ ପ୍ରବଳ ଯନ୍ତ୍ରଣା ହୋଇଥିଲା । ସ୍କାନ୍ ଏବଂ ବିଶେଷଜ୍ଞ ଡାକ୍ତରଙ୍କ ପରୀକ୍ଷାରୁ ସାଇଡ୍ ଷ୍ଟ୍ରେନ୍ ଆଘାତ ହୋଇଥିବା ସ୍ପଷ୍ଟ ହୋଇଛି । ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (BCCI)ର ଡାକ୍ତରୀ ଦଳ ତାଙ୍କୁ କିଛି ଦିନ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି, ତା’ପରେ ସେ ଅଧିକ ଚିକିତ୍ସା ପାଇଁ ବେଙ୍ଗାଲୁରୁର BCCI ସେଣ୍ଟର ଅଫ୍ ଏକ୍ସିଲେନ୍ସ (COE)କୁ ରିପୋର୍ଟ କରିବେ ।
ସେପଟେ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଜାରି ରହିଥିବା ଦିନିକିଆ ସିରିଜ୍ ଏବେ ରୋଚକ ମୋଡ୍ରେ ପହଞ୍ଚିଛି । ପ୍ରଥମ ମ୍ୟାଚ୍ରେ ବିଜୟ ଲାଭ କରି ସିରିଜ୍ରେ ୧-୦ରେ ଆଗୁଆ ରହିଥିଲା ଭାରତ । ତେବେ ଦ୍ବିତୀୟ ମ୍ୟାଚ୍ରେ ନ୍ୟୁଜିଲାଣ୍ଡ ଜିତି ସିରିଜ୍କୁ ୧-୧ରେ ବରାବର କରିଛି । ଏବେ ସମସ୍ତଙ୍କ ନଜର ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍ । ରବିବାର ଖେଳାଯିବାକୁ ଥିବା ଏହି ମ୍ୟାଚ୍ରେ ଯେଉଁ ଦଳ ବିଜୟଲାଭ କରିବ ସେ ସିରିଜ୍ ହାତେଇବ ।
ନ୍ୟୁଜିଲ୍ୟାଣ୍ଡ ବିପକ୍ଷ T20I ସିରିଜ୍ ପାଇଁ ଭାରତର ନୂଆ ଟିମ୍: ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ଅଭିଷେକ ଶର୍ମା, ସଞ୍ଜୁ ସାମସନ (ଓ୍ବିକେଟ କିପର), ଶ୍ରେୟସ ଆୟର (ପ୍ରଥମ ତିନୋଟି ମ୍ୟାଚ୍), ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ଅକ୍ଷର ପଟେଲ (ଉପ-ଅଧିନାୟକ), ରିଙ୍କୁ ସିଂହ, ଜସପ୍ରିତ ବୁମରାହ, ହର୍ଷିତ ରାଣା, ଅର୍ଶଦୀପ ସିଂହ, କୁଲଦୀପ ଯାଦବ, ବରୁଣ ଚକ୍ରବର୍ତ୍ତୀ, ଇଶାନ କିଷାନ (ଓ୍ବିକେଟ କିପର), ରବି ବିଷ୍ଣୋଇ
ଭାରତ-ନ୍ୟୁଜିଲାଣ୍ଡ ଟି-୨୦ କାର୍ଯ୍ୟସୂଚୀ
ପ୍ରଥମ ଟି-୨୦: ଜାନୁଆରୀ ୨୧, ନାଗପୁର
ଦ୍ବିତୀୟ ଟି-୨୦: ଜାନୁଆରୀ ୨୩, ରାୟପୁର
ତୃତୀୟ ଟି-୨୦: ଜାନୁଆରୀ ୨୫, ଗୌହାଟୀ
ଚତୁର୍ଥ ଟି-୨୦: ଜାନୁଆରୀ ୨୮, ବିଶାଖାପାଟଣା
ପଞ୍ଚମ ଟି-୨୦: ଜାନୁଆରୀ ୩୧, ଥିରୁଅନନ୍ତପୁରମ୍

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories