India T20I loss / ୨୦ବର୍ଷରେ ପ୍ରଥମ ଥର...୪ର୍ଥ T20ରେ ଭାରତର ଲଜ୍ଜାଜନକ ପରାଜୟ
·1 hour ago·3 min read

Key Points
ଅଧିନାୟକ ଶ୍ରେୟସ ଆୟରଙ୍କ ପରିଶ୍ରମ ବେକାର
ଇଂଲଣ୍ଡ ମାଟିରେ ଭାରତର ଲଜ୍ଜାଜନକ ପରାଜୟ
ଇଂଲଣ୍ଡ ମାଟିରେ ଭାରତର ଲଜ୍ଜାଜନକ ପରାଜୟ
ଲଣ୍ଡନ: ଭାରତକୁ ହରାଇ ଟି-୨୦ ସିରିଜ୍ କବ୍ଜା କଲା ଇଂଲଣ୍ଡ । ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ଚତୁର୍ଥ ଟି-୨୦ ମ୍ୟାଚ୍ରେ ଭାରତୀୟ ଦଳକୁ ୯ ଉଇକେଟ୍ରେ ପରାଜିତ କରିଛି ଘରୋଇ ଇଂଲଣ୍ଡ। ଏହି ବିଜୟ ସହ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍କୁ ଇଂଲଣ୍ଡ ୩-୦ରେ ଆଗୁଆ ଜିତି ନେଇଛି । ଯେତେବେଳେ ଟିମ୍ ଇଣ୍ଡିଆ ଆୟରଲ୍ୟାଣ୍ଡ ବିପକ୍ଷରେ ପ୍ରଥମ ଟି-୨୦ ସିରିଜ୍ ହାରିବାର କଳଙ୍କ ନେଇ ଇଂଲଣ୍ଡ ପହଞ୍ଚିଲା, ସମସ୍ତେ ଭାବିଥିଲେ ଯେ ପରାଜୟ ଧାରା ସେଠାରେ ଶେଷ ହୋଇପାରେ । କିନ୍ତୁ ଆୟରଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆର ଶୋଚନୀୟ ପରାଜୟ ହୋଇଛି ।
ଏବେ ଇଂଲଣ୍ଡ ଚତୁର୍ଥ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଥର ପାଇଁ ପରାସ୍ତ କରିଛି। ଏହାର ଅର୍ଥ ହେଉଛି ଜୁନ ୨୬ ତାରିଖରେ ଆୟରଲ୍ୟାଣ୍ଡ ବିପକ୍ଷରେ ପ୍ରଥମ ଟି-୨୦ ପରଠାରୁ, ଟିମ୍ ଇଣ୍ଡିଆ ୧୫ ଦିନରେ ଦୁଇଟି ସିରିଜ୍ ହାରିଛି । ଭାରତର ବ୍ୟାଟିଂ ବିପର୍ଯ୍ୟୟ ଓ ଦୁର୍ବଳ ବୋଲିଂ କାରଣରୁ ଦଳକୁ ପୁଣି ଏକ ବଡ଼ ପରାଜୟର ସାମ୍ନା କରିବାକୁ ପଡ଼ିଛି ।
ପଢନ୍ତୁ ଏହି ଖବର: ଅଚାନକ ବଡ଼ ନିଷ୍ପତ୍ତି ନେଲେ ସାମସନ୍, ଖେଳିବେନି ଏହି ଟି-୨୦ ଲିଗ୍

- ପ୍ରଥମେ ବ୍ୟାଟିଂ କରିଥିଲା ଭାରତ
England win the 4th T20I by nine wickets to take a 3-0 lead in the series.
— BCCI (@BCCI) July 9, 2026
Scorecard ▶️ https://t.co/vKZQwVKyYP#TeamIndia | #ENGvIND pic.twitter.com/h8dw0OgWw6
- ଆୟର ୮୦ ରନର କ୍ୟାପ୍ଟେନ୍ସି ପାଳି ଖେଳିଥିଲେ
- ଭାରତକୁ ଏମିତି ନାକେଦମ କଲା ଇଂଲଣ୍ଡ
ପଢନ୍ତୁ ଏହି ଖବର: ଅଚାନକ ବଡ଼ ନିଷ୍ପତ୍ତି ନେଲେ ସାମସନ୍, ଖେଳିବେନି ଏହି ଟି-୨୦ ଲିଗ୍
- ଟିମ ଇଣ୍ଡିଆ ନାଁରେ ଅଲୋଡା ରେକର୍ଡ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories