Videos
|
Sports

India vs Japan T20I / ଜାପାନ ବିପକ୍ଷରେ ପ୍ରଥମ ଥର T20I ଖେଳିବ ଟିମ୍ ଇଣ୍ଡିଆ, ଏସିଆନ୍ ଗେମ୍ସ ପୂର୍ବରୁ BCCIର ବଡ଼ ଘୋଷଣା

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
ଜାପାନ ବିପକ୍ଷରେ ପ୍ରଥମ ଥର T20I ଖେଳିବ ଟିମ୍ ଇଣ୍ଡିଆ, ଏସିଆନ୍ ଗେମ୍ସ ପୂର୍ବରୁ BCCIର ବଡ଼ ଘୋଷଣା
India vs Japan

Key Points

ଭାରତ-ଜାପାନ ପ୍ରଥମ କ୍ରିକେଟ୍ ମୁକାବିଲା
ସେପ୍ଟେମ୍ବର ୨୨ରେ ଐତିହାସିକ T20I
BCCI କଲା ବଡ଼ ଘୋଷଣା
କ୍ରିକେଟ୍‌ ପଡ଼ିଆରେ ମୁହାଁମୁହିଁ ହେବେ ଭାରତ-ଜାପାନ । ପ୍ରଥମ ଥର ପାଇଁ ଉଭୟ ଦେଶ ମଧ୍ୟରେ ଅନ୍ତର୍ଜାତୀୟ ସ୍ତରରେ କ୍ରିକେଟ୍ ମ୍ୟାଚ୍ ଖେଳାଯିବ । ଏନେଇ ସେପ୍ଟେମ୍ବର ୪ରେ BCCI ଏହି ଐତିହାସିକ ମ୍ୟାଚର ତାରିଖ ଓ ସ୍ଥାନ ଘୋଷଣା କରିଛି । ଭାରତ-ଜାପାନ ରାଜନୈତିକ ସମ୍ପର୍କର ୭୫ତମ ବାର୍ଷିକୀ ଉତ୍ସବର ଶୁଭାରମ୍ଭ ଅବସରରେ ଏହି ମ୍ୟାଚ୍ ଆୟୋଜିତ ହେବ ।

ସେପ୍ଟେମ୍ବର ୨୨, ୨୦୨୬ରେ ଜାପାନର ତୋଚିଗି ପ୍ରିଫେକ୍ଚରର ସାନୋ ଇଣ୍ଟରନ୍ୟାସନାଲ୍ କ୍ରିକେଟ୍ ଗ୍ରାଉଣ୍ଡରେ ଭାରତ ଓ ଜାପାନ ପୁରୁଷ ଦଳ ମଧ୍ୟରେ ଏହି T20 ଇଣ୍ଟରନ୍ୟାସନାଲ୍ ମ୍ୟାଚ୍ ଖେଳାଯିବ ।

ପ୍ରଥମ ଥର ମୁହାଁମୁହିଁ ହେବେ ଭାରତ-ଜାପାନ

ଭାରତ ଓ ଜାପାନ ମଧ୍ୟରେ ଏହା ହେବ ପ୍ରଥମ ଅନ୍ତର୍ଜାତୀୟ କ୍ରିକେଟ୍ ମୁକାବିଲା । ଗୋଟିଏ ପଟେ ବିଶ୍ୱ କ୍ରିକେଟର ଶକ୍ତିଶାଳୀ ଦଳ ଭାରତ ଥିବା ବେଳେ ଅନ୍ୟପଟେ ଜାପାନ ଦଳ ରହିବ । ତେଣୁ ଏହି ଐତିହାସିକ ମ୍ୟାଚ୍ କ୍ରିକେଟ୍ ପ୍ରେମୀଙ୍କ ପାଇଁ ବେଶ୍ ଆକର୍ଷଣୀୟ ହେବ ।


BCCI ଓ ଜାପାନ କ୍ରିକେଟ୍ ଆସୋସିଏସନ୍‌ର ପକ୍ଷରୁ କୁହାଯାଇଛି ଯେ, ଏହି ମ୍ୟାଚ୍ ‘Sport 75’ ପଦକ୍ଷେପର ପ୍ରଥମ ପର୍ଯ୍ୟାୟ । ଭାରତ ଓ ଜାପାନ ମଧ୍ୟରେ କ୍ରୀଡ଼ା କ୍ଷେତ୍ରରେ ଲୋକଙ୍କ ମଧ୍ୟରେ ଆଦାନ-ପ୍ରଦାନ ଓ ସହଯୋଗ ବଢ଼ାଇବା ଏହାର ମୁଖ୍ୟ ଲକ୍ଷ୍ୟ । ଏହା ସହିତ ୨୦୩୬ ଅଲିମ୍ପିକ୍ ଓ ପାରାଲିମ୍ପିକ୍ ଗେମ୍ସ ଆୟୋଜନ କରିବା ପାଇଁ ଭାରତର ଆକାଂକ୍ଷାକୁ ମଧ୍ୟ ଏହି ପଦକ୍ଷେପରେ ଗୁରୁତ୍ୱ ଦିଆଯାଇଛି ।

ଐତିହାସିକ ମ୍ୟାଚ୍ ନେଇ କ’ଣ କହିଲେ BCCI ସଚିବ ?

BCCI ସଚିବ ଦେବଜିତ ସାଇକିଆ କହିଛନ୍ତି, “ଭାରତ ଓ ଜାପାନର ପୁରୁଷ ଦଳ ଜାପାନରେ ଏକ ବିଶେଷ T20 ଇଣ୍ଟରନ୍ୟାସନାଲ୍ ମ୍ୟାଚ୍ ପାଇଁ ଏକାଠି ହେଉଥିବାରୁ ବୋର୍ଡ ଏହି ଐତିହାସିକ ମୁହୂର୍ତ୍ତର ଅଂଶ ହୋଇ ବହୁତ ଖୁସି ।” ସେ ଆହୁରି କହିଛନ୍ତି ଯେ, ଏହା କ୍ରିକେଟ୍ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ । ଏହି ମ୍ୟାଚ୍ ଜରିଆରେ ଭାରତୀୟ ଦଳ ଏକ ନୂଆ ସ୍ଥାନକୁ ଯିବା ସହିତ ଜାପାନ ଓ ପୂର୍ବ ଏସିଆର ଅଧିକ ଲୋକଙ୍କ ନିକଟରେ କ୍ରିକେଟ୍‌କୁ ପହଞ୍ଚାଇବାର ସୁଯୋଗ ମିଳିବ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: