Videos
|
Sports

Cricket Controversy / “ମୋ କାମ ହେଉଛି ଟ୍ରଫି ଜିତାଇବା, ଲାଇକ, ଭ୍ୟୁଜ ନୁହେଁ”…ସମାଲୋଚକଙ୍କ ଉପରେ ବର୍ଷିଲେ ଟିମ ଇଣ୍ଡିଆର ହେଡ କୋଚ

Ritu Das
Browse all articles by Ritu Das
·1 hour ago·3 min read
“ମୋ କାମ ହେଉଛି ଟ୍ରଫି ଜିତାଇବା, ଲାଇକ, ଭ୍ୟୁଜ ନୁହେଁ”…ସମାଲୋଚକଙ୍କ ଉପରେ ବର୍ଷିଲେ ଟିମ ଇଣ୍ଡିଆର ହେଡ କୋଚ
Cricket

Key Points

ମ୍ୟାଚ ମୁକାବିଲାର ଗୋଟିଏ ଦିନ ପୂର୍ବରୁ ଟିମ ଇଣ୍ଡିଆର ହେଡ କୋଚ ଗୌତମ ଗମ୍ଭୀର ଟେଷ୍ଟ ପ୍ରଦର୍ଶନକୁ ନେଇ ବର୍ଷିଛନ୍ତି
ଇଣ୍ଡିଆ ଏବଂ ଶ୍ରୀଲଙ୍କା ମଧ୍ୟରେ ଦ୍ବିତୀୟ ଟେଷ୍ଟ ଆସନ୍ତାକାଲିଠାରୁ କଲମ୍ବୋର ସିହଲିଜ ସ୍ପୋର୍ଟ୍ସ କ୍ଲବରେ ଖେଳାଯିବ। ମ୍ୟାଚ ମୁକାବିଲାର ଗୋଟିଏ ଦିନ ପୂର୍ବରୁ ଟିମ ଇଣ୍ଡିଆର ହେଡ କୋଚ ଗୌତମ ଗମ୍ଭୀର ଟେଷ୍ଟ ପ୍ରଦର୍ଶନକୁ ନେଇ ବର୍ଷିଛନ୍ତି। ଏହା ସହିତ ତାଙ୍କ ସମାଲୋଚକଙ୍କୁ କଡା ଜବାବ ଦେଇଛନ୍ତି। ଗୌତମ ଗମ୍ଭୀର କହିଛନ୍ତି, “ତାଙ୍କ କାମ ଟ୍ରଫି ଜିତିବା, ଲାଇକ୍ ଭ୍ୟୁ ହାସଲ କରିବା ନୁହେଁ।“ ଏହା ସହିତ ଟେଷ୍ଟ ରାଙ୍କିଂକୁ ଗୁରୁତ୍ୱ ନ ଦେଇ ସେ କହିଛନ୍ତି, ଭାରତ ସଂଘର୍ଷ କରୁନାହିଁ । ଇଂଲଣ୍ଡ ଗସ୍ତ ପରେ ଟିମ୍ ଇଣ୍ଡିଆ ଠିକଠାକ୍ ଟେଷ୍ଟ କ୍ରିକେଟ୍ ଖେଳୁଛି। ଆମର ରଣନୀତି ଠିକ ଚାଲିଛି। ମୁଁ ସମସ୍ତଙ୍କୁ ଉତ୍ତର ଦେବାକୁ ସବୁବେଳେ ଉଚିତ ଭାବୁନାହିଁ।

ଏହାସହ ପଢ଼ନ୍ତୁ: ୬୪ ରନ୍‌ରେ ବାଂଲାଦେଶ ଅଲଆଉଟ୍; ଟପ୍ ଅର୍ଡରକୁ ସଫା କରିଦେଲେ ମିଚେଲ୍ ଷ୍ଟାର୍କ

ଭାରତର ଟେଷ୍ଟ ରେକର୍ଡକୁ ନେଇ କିଛି ଦିନ ହେବ ପ୍ରଶ୍ନ ଉଠୁଛି । ବିଶେଷ କରି ଟିମର ପ୍ରଦର୍ଶନ ଏବଂ ଗମ୍ଭୀରଙ୍କ କୋଚିଂକୁ ନେଇ ଚର୍ଚ୍ଚା ଆଲୋଚନା ଚାଲିଛି । ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଟିମ୍ ଇଣ୍ଡିଆ ହେଡ୍ କୋଚ୍ ଗୌତମ ଗମ୍ଭୀର ସମାଲୋଚକଙ୍କୁ କଡ଼ା ଜବାବ ଦେଇଛନ୍ତି । ସେ କହିଛନ୍ତି, ସେ ଏହି ସୋସିଆଲ ମିଡିଆ ଆଲୋଚନାକୁ ଗୁରୁତ୍ୱ ଦିଅନ୍ତି ନାହିଁ । ଅଧିକ କିଛି ଭାବନ୍ତିନାହିଁ । ତାଙ୍କ ପୁରା ଫୋକସ୍ ଭାରୀତୟ ଟିମକୁ ସଫଳ କରିବା । ଏବଂ ଟ୍ରଫି ଜିତିବା । ସେ କହିଛନ୍ତି ମୋର କାମ ଟ୍ରଫି ଜିତିବା । ମୁଁ ଚର୍ଚ୍ଚା, ଆଲୋଚନାକୁ ଗୁରୁତ୍ୱ ଦିଏନାହିଁ । ମୋ କାମ ଲାଇକ୍ ଏବଂ ଭ୍ୟୁ ହାସିଲ କରିବା ନୁହେଁ । ଗମ୍ଭୀରଙ୍କର ବୟାନ ଏପରି ସମୟରେ ଆସିଛି, ଯେବେ ଭାରତର ଟେଷ୍ଟ ପ୍ରଦର୍ଶନକୁ ନେଇ ହେଡ୍ କୋଚ୍ ଚର୍ଚ୍ଚାରେ ରହିଛନ୍ତି । ସେ ସ୍ପଷ୍ଟ କରିଛନ୍ତି ଯେ,ବାହାରେ କିଏ କଣ କହୁଛି ତାହା ଗୁରୁତ୍ୱ ଦିଏ ନାହିଁ ତାଙ୍କ ପାଇଁ ଟିମର ଉପଲବ୍ଧ ଅଧିକ ଗୁରୁତ୍ୱ ବହନ କରେ। 

ସେହିପରି ଟେଷ୍ଟ କ୍ରିକେଟ୍ ରାଙ୍କିଂକୁ ନେଇ ଗୌତମ ଗମ୍ଭୀର କହିଛନ୍ତି, ଭାରତ ସଂଘର୍ଷ କରୁନାହିଁ । ରାଙ୍କିଂକୁ ଅଧିକ ଗୁରୁତ୍ୱ ଦିଆଯିବା କଥା ନୁହେଁ । ଆମେ ସଂଘର୍ଷ କରୁନାହୁଁ । ଇଂଲଣ୍ଡ ଗସ୍ତ ପରେ ଆମେ ସଠିକ୍ ଟେଷ୍ଟ କ୍ରିକେଟ୍ ଖେଳୁଛୁ । ଦ୍ୱିତୀୟ ଟେଷ୍ଟ ପାଇଁ ଚୂଡାନ୍ତ ଏକାଦଶ ବାବଦରେ ଗମ୍ଭୀର କହିଛନ୍ତି, ବୋଲିଂ କମ୍ବିନେସନକୁ ନେଇ ଟିମ୍ ଚୟନ କରାଯିବ । ଯିଏକି ଭାରତକୁ ୨୦ ୱିକେଟ ଦେବାରେ କ୍ଷମତା ରଖୁଥିବ । କୁଳଦୀପ ଯାଦବଙ୍କୁ ନେଇ କହିଛନ୍ତି ସେ ଭଲ ବୋଲର। ହେଲେ ଅନ୍ତିମ ନିଷ୍ପତ୍ତି ପରିସ୍ଥିତି ଏବଂ ଅଧିନାୟକଙ୍କ ନିଷ୍ପତ୍ତି ଉପରେ ନିର୍ଭର କରୁଛି।

କହି ରଖୁଛି କି, ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ପୂର୍ବରୁ ପ୍ରଥମ ପରୀକ୍ଷାରେ ପାସ୍ କରିଛି ଟିମ୍ ଇଣ୍ଡିଆ । ଗାଲେରେ ପ୍ରଥମ ଟେଷ୍ଟ ଜିତିବା ପରେ କଲମ୍ବୋରେ ଦ୍ୱିତୀୟ ଟେଷ୍ଟ ପାଇଁ ପ୍ରସ୍ତୁତ ଟିମ୍ ଇଣ୍ଡିଆ । ଶ୍ରୀଲଙ୍କା ମାଟିରେ ଶୁଭମନ ଗିଲ୍‌ଙ୍କର ଟିମ ଇଣ୍ଡିଆ ଟେଷ୍ଟ ମ୍ୟାଚ ଜିତି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ୍ ଆଶା ସଞ୍ଚାର କରିଛି । ଗାଲେରେ ଅନୁଷ୍ଠିତ ପ୍ରଥମ ଟେଷ୍ଟରେ ଭାରତ ୧୬୫ ରନ୍ରେ ଘରୋଇ ଶ୍ରୀଲଙ୍କା ଦଳକୁ ପରାସ୍ତ କରି ପଏଣ୍ଟ ହାର ୫୩.୩୩%କୁ ବୃଦ୍ଧି କରିଛି ।

କ୍ୟାରିୟରର ଦ୍ୱିତୀୟ ଟେଷ୍ଟ ଖେଳିଥିବା ବାମ ହାତି ସ୍ପିନର ମାନବ ସୂତାରଙ୍କ ଯାଦୁକରୀ ସ୍ପିନ୍ ବୋଲିଂ ବଳରେ ଦଳର ବିଜୟ ସହଜ ହୋଇଥିଲା । ସେ ଦ୍ୱିତୀୟ ଇନିଂସରେ ୬ ୱିକେଟ୍ ସହ ମୋଟ୍ ୧୦ଟି ୱିକେଟ୍ ନେଇ ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଶତକୀୟ ପାଳି ଖେଳିଥିଲେ ଦେବଦତ୍ତ ପାଡ଼ିକ୍କଲ । ଦ୍ୱିତୀୟ ଟେଷ୍ଟ ପାଇଁ ଭାରତୀୟ ଦଳ ଏସଏସସି ଗ୍ରାଉଣ୍ଡରେ ଅଭ୍ୟାସ ଅରମ୍ଭ କରିଛି। ନେଟ୍ସରେ ଭାରତୀୟ ବ୍ୟାଟରମାନେ ବଡ଼ ସଟ୍ ଉପରେ ଗୁରୁତ୍ୱ ଦେଇଥିବା ଦେଖିବାକୁ ମିଳିଛି । ଅଧିକାଂଶ ବ୍ୟାଟର ସ୍ପିନ୍ ବୋଲିଂରେ ସୁଇପ ସଟ୍ ଓ କ୍ରିଜ ବାହାରକୁ ଆସି ଛକା ମାରିବାକୁ ପ୍ରୟାସ କରୁଥିବା ଦେଖିବାକୁ ମିଳିଥିଲା । ପ୍ରଥମ ଟେଷ୍ଟରେ ଶତକ ଅର୍ଜନ କରିଥିବା ଦେବଦତ୍ତ ଅଧିକାଂଶ ସମୟ ପେସ୍ ବୋଲରଙ୍କ ବିପକ୍ଷରେ ବ୍ୟାଟିଂ ଅଭ୍ୟାସ କରିଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: