Videos
|
Sports

Cricket / ୬୪ ରନ୍‌ରେ ବାଂଲାଦେଶ ଅଲଆଉଟ୍; ଟପ୍ ଅର୍ଡରକୁ ସଫା କରିଦେଲେ ମିଚେଲ୍ ଷ୍ଟାର୍କ

Sushanta Sahoo
Browse all articles by Sushanta Sahoo
·1 hour ago·2 min read
୬୪ ରନ୍‌ରେ ବାଂଲାଦେଶ ଅଲଆଉଟ୍; ଟପ୍ ଅର୍ଡରକୁ ସଫା କରିଦେଲେ ମିଚେଲ୍ ଷ୍ଟାର୍କ
Mitchell Starc’s 42-Minute Carnage

Key Points

ମିଚେଲ ଷ୍ଟାର୍କଙ୍କ ସ୍ପିଡ୍, ସ୍ଵିଙ୍ଗ ଓ ସୀମର ଯାଦୁରେ ବାଂଲାଦେଶର ଟପ୍ ଅର୍ଡର ମାତ୍ର ୪୨ ମିନିଟ୍‌ରେ ସଫା ହୋଇ ଯାଇଛି । ଷ୍ଟାର୍କ ମାତ୍ର ୩.୪ ଓଭର୍‌ରେ ୫ ୱିକେଟ୍ ନେଇଛନ୍ତି ।
ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଓ ବାଂଲାଦେଶ ମଧ୍ୟରେ ଟେଷ୍ଟ ସିରିଜ୍‌ର ଦ୍ଵିତୀୟ ମୁକାବିଲା ଆଜିଠୁ ଆରମ୍ଭ ହୋଇଛି । ମ୍ୟାଚ୍‌ର ପ୍ରଥମ ଦିନରେ ହିଁ ବାଂଲାଦେଶ ମାଟି କାମୁଡ଼ିଛି । ଅଷ୍ଟ୍ରେଲିଆର ପେସ୍ ବୋଲର ମିଚେଲ୍ ଷ୍ଟାର୍କ, ବାଂଲାଦେଶକୁ ଧରାଶୟୀ କରିଛନ୍ତି ।

ମିଚେଲ ଷ୍ଟାର୍କଙ୍କ ସ୍ପିଡ୍, ସ୍ଵିଙ୍ଗ ଓ ସୀମର ଯାଦୁରେ ବାଂଲାଦେଶର ଟପ୍ ଅର୍ଡର ମାତ୍ର ୪୨ ମିନିଟ୍‌ରେ ସଫା ହୋଇ ଯାଇଛି । ଷ୍ଟାର୍କ ମାତ୍ର ୩.୪ ଓଭର୍‌ରେ ୫ ୱିକେଟ୍ ନେଇଛନ୍ତି । ପ୍ରଥମେ ବ୍ୟାଟିଂ କରି ପ୍ରଥମ ପାଳିରେ ବାଂଲାଦେଶ ଅଲଆଉଟ୍ ହୋଇଥିବା ବେଳେ ଶେଷ ୱିକେଟ୍ ବି ଅକ୍ତିଆର୍ କରିଛନ୍ତି ଷ୍ଟାର୍କ ।

ଏଥିସହ ପଢ଼ନ୍ତୁ: ଟ୍ରଫିକୁ ନେଇ ପୁଣି ଆରମ୍ଭ ହେବ ବଡ଼ ବିବାଦ ? ଭାରତ ଏସିଆ କପ୍‌ ଜିତିଲେ କିଏ ଦେବେ ଟ୍ରଫି ? 

ପ୍ରଥମ ପାଳିରେ ମିଚେଲ୍ ଷ୍ଟାର୍କ ମୋଟ ୧୦ ଓଭର୍ ବୋଲିଂ କରିଛନ୍ତି । ମୋଟ ୧୨ ରନ୍ ଦେଇ ୬ ୱିକେଟ୍ ହାତେଇବାରେ ସଫଳ ହୋଇଛନ୍ତି । ଷ୍ଟାର୍କଙ୍କ ଘାତକ ବୋଲିଂର ସାମ୍ନା କରି ନପାରି ବାଂଲାଦେଶ ମାତ୍ର ୬୪ ରନ୍‌ ପ୍ରଥମ ପାଳିରେ କରିଛି । ପ୍ୟାଟ କମିନ୍ସ ୩ଟି ୱିକେଟ ଓ ଜୋଶ ହେଜଲବୁଡ୍ ଗୋଟିଏ ୱିକେଟ୍ ନେଇଛନ୍ତି ।

ମିଚେଲ ଷ୍ଟାର୍କ ମାତ୍ର ୪୨ ମିନିଟରେ ହିଁ ୫ଟି ୱିକେଟ୍ ନେଇଛନ୍ତି । ତାଙ୍କ ଟେଷ୍ଟ କ୍ୟାରିୟରରେ ୧୯ଥର ପାଇଁ ସେ ୫ଟି ୱିକେଟ୍ ଅକ୍ତିଆର୍ କରିଛନ୍ତି । ମାକେ ଟେଷ୍ଟରେ ଆରମ୍ଭରୁ ପିଚ୍ ପେସରଙ୍କୁ ସୁହାଇଥିଲା । ଯାହାର ଫାଇଦା ଉଠାଇଥିଲେ ଷ୍ଟାର୍କ ।

ମିଚେଲ ଷ୍ଟାର୍କଙ୍କ ବଲ୍ ଆଗରେ ବାଂଲାଦେଶର ଟପ୍ ଅର୍ଡର ତିଷ୍ଠି ପାରି ନଥିଲା । ବାଂଲାଦେଶ ବ୍ୟାଟ୍ସମ୍ୟାନଙ୍କ ସର୍ଟ ସଟ୍ ମଧ୍ୟ ଅଷ୍ଟ୍ରେଲିଆ ପାଇଁ ସୁଯୋଗ ସୃଷ୍ଟି କରିଥିଲା । ଅଫ୍ ଷ୍ଟମ୍ପ୍ସ ବାହାରେ ଯାଉଥିବା ବଲ୍‌କୁ ବ୍ୟାଟ୍ସମ୍ୟାନ୍ ଛାଡ଼ିବା ପରିବର୍ତ୍ତେ ଖେଳିଥିଲ ଏବଂ କ୍ୟାଚ୍ ଆଉଟ୍ ହୋଇଥିଲେ ।

ଏଥିସହ ପଢ଼ନ୍ତୁ: ବନ୍ଦ ହେଲା ବାଂଲାଦେଶ ପ୍ରିମିୟର ଲିଗ୍‌, BCBର ହଠାତ୍ ନିଷ୍ପତ୍ତିରେ ସମସ୍ତେ ଆଶ୍ଚର୍ଯ୍ୟ 

ଆଉ ମିଚେଲ ଷ୍ଟାର୍କ ଚତୁର୍ଥ ଓଭର୍‌ରେ ହିଁ ୫ ୱିକେଟ୍ ନେଇ ଯାଇଥିଲେ । ଷ୍ଟାର୍କ ମ୍ୟାଚ୍‌ର ପ୍ରଥମ ବଲ୍‌ରେ ଶାଦମାନ ଇସଲାମଙ୍କୁ ଆଉଟ୍ କରିଥିଲେ । ତାପରେ ତଞ୍ଜିଦ ହସନ ତମିମ ମଧ୍ୟ କୌଣସି ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ । ମୋମିନୁଲ ହକ୍ (୯ ରନ୍), ନଜମୁଲ ହୁସୈନ ଶାନ୍ତୋ (୦ ରନ୍) ଓ ଲିଟନ ଦାସ (୦ ରନ୍)ରେ ଆଉଟ୍ ହୋଇଥିଲେ । ଏଭଳି ବାଂଲାଦେଶର ପ୍ରଥମ ୫ଟି ୱିକେଟ୍ ନେଇଥିଲେ ଷ୍ଟାର୍କ ।

ଷ୍ଟେନଙ୍କୁ ପଛରେ ପକାଇଲେ

ଏଥିସହ ମିଚେଲ ଷ୍ଟାର୍କ ଟେଷ୍ଟ କ୍ରିକେଟ୍‌ରେ ସର୍ବାଧିକ ୱିକେଟ ନେଇଥିବା ତାଲିକାରେ ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର୍ ଡେଲ୍ ଷ୍ଟେନଙ୍କୁ ପଛରେ ପକାଇ ଦେଇଛନ୍ତି । ଷ୍ଟାର୍କ ଏବେ ଏହି ତାଲିକାରେ ୧୦ମ ସ୍ଥାନରେ ରହିଛନ୍ତି । ଷ୍ଟେନ୍ ୯୩ଟି ଟେଷ୍ଟ ମ୍ୟାଚ୍‌ରେ ୪୩୯ଟି ୱିକେଟ୍ ହାସଲ କରିଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: