Virat Kohli / ୫ ଷ୍ଟାର ହୋଟେଲକୁ ନେଇ ବଡ଼ କଥା କହିଲେ ଇଣ୍ଡିଆ ଟିମର କିଙ୍ଗ

Key Points
୫ ଷ୍ଟାର ହୋଟେଲକୁ ନେଇ ବଡ଼ କଥା କହିଲେ ଇଣ୍ଡିଆ ଟିମର କିଙ୍ଗ
ESPN ସହିତ ଏକ ସାକ୍ଷାତକାରରେ ବିରାଟ କହିଲେ ଏମିତି
ହେଲେ ଏତେ ବଡ଼ କଥା କାହିଁକି କହିଲେ ବିରାଟ କୋହଲି?
ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ପାଇଁ ସମସ୍ତେ ଦିଓ୍ବାନା। ଭାରତର ବଡ଼ କ୍ରିକେଟର। ଆଇପିଏଲ ପରଠୁ ବିରାଟଙ୍କୁ ଆଉ ଦର୍ଶକ ଦେଖିପାରିନାହାନ୍ତି। ଚଳିତବର୍ଷ ଆଇପିଏଲ ଟ୍ରଫି ଜିତିଥିଲା ଆରସିବି। ଦୀର୍ଘ ୧୮ବର୍ଷର ପ୍ରତୀକ୍ଷା ପରେ ବିରାଟ କୋହଲି ଏହି ଟ୍ରଫି ଜିତିଥିଲେ। ଯାହାକ ନେଇ ସାରା ଦେଶର ଆରସିବି ଫ୍ୟାନମାନେ ସେଲିବ୍ରେଟ କରିଥିଲେ। କିନ୍ତୁ ବେଙ୍ଗାଲୁରୁ ଦଳାଚକଟା ଖୁସିକୁ ମଳିନ କରିଥିଲା। କିନ୍ତୁ ୩ମାସ ପରେ ବିରାଟଙ୍କ ଷ୍ଟେଟମେଣ୍ଟ ଆସିଥିଲା ଯେ, ଆରସିବି ଫ୍ୟାନମାନେ ଆମର ପରିବାର ସଦୃଶ। ଆମେ ସେମାନଙ୍କ ସହ ସବୁବେଳେ ରହିଛୁ ଆଉ ରହିବୁ। ଏକ ଇଣ୍ଟରଭ୍ୟୁରେ ବିରାଟ ୫ ଷ୍ଟାର ହୋଟେଲକୁ ନେଇ ନିଜର ପର୍ସନାଲ ମତ ଉପାସ୍ଥପନ କରିଛନ୍ତି। ଯାହା ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ତେବେ ସାଧାରଣ ଲୋକଙ୍କର ୫ ଷ୍ଟାର ହୋଟେଲକୁ ଯିବା ସ୍ୱପ୍ନ ପରି। ହେଲେ ଆପଣ ଜାଣିଛନ୍ତି କି ଏହି ୫ ଷ୍ଟାର ହୋଟେଲ୍ ହେଉଛି ଏକ ଜେଲ।
ଏକଥା ଆମେ କହୁନାହୁଁ ଏପରି କିଛି ଚାଞ୍ଚଲ୍ୟକର ମନ୍ତବ୍ୟ ଦେଇଛନ୍ତି ଭାରତୀୟ କ୍ରିକେଟର ରନ୍ ମେସିନ୍ ବିରାଟ କୋହଲି। ଯଦି ଦେଖିବା ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ଏବେ କ୍ରିକେଟ୍ ମଇଦାନ ଅପେକ୍ଷା ତାଙ୍କ ପରିବାର ସହିତ ଅଧିକ ସମୟ ବିତାଉଛନ୍ତି। ଡାହାଣହାତୀ ବ୍ୟାଟ୍ସମ୍ୟାନ୍ ବର୍ତ୍ତମାନ ଲଣ୍ଡନରେ ଅଛନ୍ତି, ଯେଉଁଠାରେ ତାଙ୍କୁ ରାସ୍ତାରେ ବୁଲୁଥିବାବେଳେ ଏବଂ କିଛି କିଣାକିଣି କରୁଥିବାର ଦେଖାଯାଇଥିଲା। ରାସ୍ତାରେ ଲୋକଙ୍କ ସହ ସାଧାରଣ ଲୋକଙ୍କ ଭଳି କଥା ହେଉଥିବାର ମଧ୍ୟ ଦେଖାୋଯାଇଥିଲା। ବିରାଟଙ୍କ ପାଇଁ ଏହି ଜୀବନ ଏକ ସ୍ୱପ୍ନଠାରୁ କମ୍ ନୁହେଁ, କାରଣ ସେ ସବୁବେଳେ ବନ୍ଦ ଘରେ ରହିବାରୁ ଇରିଟେଡ୍ ହୋଇଯାଇଥିଲେ। ବିରାଟ କୋହଲି ତାଙ୍କ କ୍ୟାରିୟରର ଅଧିକାଂଶ ସମୟ ୫ ଷ୍ଟାର ହୋଟେଲରେ ରହି ବିତାଇଛନ୍ତି ଏବଂ ସେ ସେଗୁଡ଼ିକୁ ଏକ ଜେଲ ସହ ତୁଳନା କରିଛନ୍ତି।
📱 Get Argus News App
✨ସୂର୍ଯ୍ୟକୁମାରଙ୍କୁ ଗାଳି କରି ହଟହଟା ହେଲେ ପାକିସ୍ତାନ ଖେଳାଳି
ESPN ସହିତ ଏକ ସାକ୍ଷାତକାରରେ, ସେ କହିଛନ୍ତି ଯେ ଏହି ହୋଟେଲ୍ ଗୁଡିକ ରାଜକୀୟ ଜେଲ ପରି ଯେଉଁଠାରେ ଆପଣ ନିଜ ଇଚ୍ଛାରେ କିଛି ବି କରିପାରିବେ ନାହିଁ। ବିରାଟ କୋହଲି କହିଥିଲେ, “ମୁଁ ହୋଟେଲ ରେଷ୍ଟୁରାଣ୍ଟକୁ ଖାଇବାକୁ ଯାଇପାରେ ନାହିଁ। ହୋଟେଲ ବାହାରକୁ ଯିବା ମୋ ପାଇଁ ମନା। ମୋତେ ମୋ ରୁମରେ ସବୁକିଛି ଅର୍ଡର କରିବାକୁ ପଡେ। ମୋତେ ସେହି ରୁମରେ ହିଁ ବସି ମଧ୍ୟାହ୍ନ ଭୋଜନ କିମ୍ବା ରାତ୍ରୀ ଭୋଜନ କରିବାକୁ ପଡେ।” ବିରାଟ କୋହଲି ଆଉ ମଧ୍ୟ କହିଥିଲେ ଯେ ସେ ସାର୍ବଜନୀନ ସ୍ଥାନରେ ରାସ୍ତାରେ ବୁଲିବାକୁ ପସନ୍ଦ କରନ୍ତି। ହୁଏତ ଏହି କାରଣରୁ କୋହଲି ଏବେ ଭାରତ ଅପେକ୍ଷା ଇଂଲଣ୍ଡରେ ଅଧିକ ସମୟ ବିତାଉଥିବା ଦେଖାଯାଉଛି। ଭାରତୀୟ କ୍ରିକେଟର ବିରାଟ କୋହଲି ଆଧୁନିକ କ୍ରିକେଟର ସବୁଠୁ ସଫଳ ବ୍ୟାଟ୍ସମାନ୍ମାନଙ୍କ ମଧ୍ୟରୁ ଗୋଟିଏ। ୨୦୦୮ ରେ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଥିବା କୋହଲି ଆଜି ପର୍ଯ୍ୟନ୍ତ ୮୨ଟି ଅନ୍ତର୍ଜାତୀୟ ସେଞ୍ଚୁରୀ କରିଛନ୍ତି।
ଅଧିକ ପଢ଼ନ୍ତୁ ଖେଳ ସମ୍ପର୍କିତ ଖବର ...
“ଚେସମାଷ୍ଟର” ପରି ଖେଳିବା ଓ ଚାପରେ ମ୍ୟାଚ ଜିତାଇବାର କ୍ଷମତା ପାଇଁ ସେ “ଚେଜ୍ ମାଷ୍ଟର” ଭାବେ ପରିଚିତ। ୨୦୧୪-୧୫ ରେ ଅଷ୍ଟ୍ରେଲିଆ ଟୁରରେ ସେ ୪ଟି ଟେଷ୍ଟରେ ୪ଟି ସେଞ୍ଚୁରୀ କରିଥିଲେ, ଯାହାକୁ ତାଙ୍କ କ୍ୟାରିୟରର ଟର୍ଣ୍ଣିଂ ପଏଣ୍ଟ ବୋଲି କୁହାଯାଏ। ODI ଓ T20ରେ ସେ ୧୩,୦୦୦ରୁ ଅଧିକ ରନ୍ କରି, ସଚିନଙ୍କ ଅନେକ ରେକର୍ଡ୍ ଭାଙ୍ଗିଛନ୍ତି। ବର୍ତ୍ତମାନ ଆଇସିସି ଚାମ୍ପିୟନ୍ସ ଟ୍ରଫି ପରେ ଟି-୨୦ ଏବଂ ଟେଷ୍ଟ କ୍ରିକେଟରୁ ଅବସର ନେଇସାରିଛନ୍ତି। ଆଗକୁ ଭାରତ-ଅଷ୍ଟ୍ରେଲିଆ ସିରିଜ୍କୁ ନେଇ ଫ୍ୟାନ୍ସମାନେ ଉତ୍ସାହିତ ଅଛନ୍ତି। ଦୁଇ ଦଳ ଏବେ ୩ ମ୍ୟାଚର ODI ସିରିଜ୍ରେ ମୁହାଁମୁହିଁ ହେବାକୁ ଯାଉଛନ୍ତି। ବହୁତ ଦିନ ପରେ କୋହଲିଙ୍କୁ ଦେଖିବାକୁ ଫ୍ୟାନ୍ସ ମାନେ ମଧ୍ୟ ଖୁବ ଏକ୍ସାଇଟେଡ ଅଛନ୍ତି।
Related Topics
Explore more stories