Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ସାମ୍ନାକୁ ଆସିଲା ଟିମ୍ ଇଣ୍ଡିଆ ଜର୍ସିର ଫାଷ୍ଟ୍ ଲୁକ୍, ଏଥର ବିନା ସ୍ପନସରରେ ଏସିଆ କପ୍ ଖେଳିବ ଭାରତ

Santosh Kumar Sahoo
Browse all articles by Santosh Kumar Sahoo
·10 months ago·2 min read
ସାମ୍ନାକୁ ଆସିଲା ଟିମ୍ ଇଣ୍ଡିଆ ଜର୍ସିର ଫାଷ୍ଟ୍ ଲୁକ୍, ଏଥର ବିନା ସ୍ପନସରରେ ଏସିଆ କପ୍ ଖେଳିବ ଭାରତ

Key Points

ବିନା ସ୍ପନସରରେ ଏସିଆ କପ୍ ଖେଳିବ ଭାରତ । ସାମ୍ନାକୁ ଆସିଲା ଟିମ୍ ଇଣ୍ଡିଆ ଜର୍ସିର ଫାଷ୍ଟ ଲୁକ୍ । 

ସେପ୍ଟେମ୍ବର ୯ରୁ ଆରମ୍ଭ ହେବାକୁ ଯାଉଛି ଏସିଆ କପ୍ । ତେବେ ଚଳିତ ଥର ଭାରତୀୟ କ୍ରିକେଟ୍ ଦଳ ଜର୍ସି ସ୍ପନସର ବିନା ଖେଳିବ । ବିସିସିଆଇ ସହିତ ଡ୍ରିମ ୧୧ର ଚୁକ୍ତି ଶେଷ ହେବା ପରେ ଏହି ପରିସ୍ଥିତି ସୃଷ୍ଟି ହୋଇଛି । ଦଳର ସଦସ୍ୟ ଶିବମ ଦୁବେ ନୂତନ କିଟ୍‌ରେ ନିଜର ଫଟୋ ସେୟାର କରି ଏହା ନିଶ୍ଚିତ କରିଛନ୍ତି । ଭାରତ ଏସିଆ କପର ପ୍ରଥମ ମ୍ୟାଚ୍ ୧୦ ସେପ୍ଟେମ୍ବରରେ ଖେଳିବ । ଭାରତ UAE ବିପକ୍ଷରେ ତା'ର ପ୍ରଥମ ମ୍ୟାଚ୍ ଖେଳିବ।


ଏସିଆ କପ୍ ୨୦୨୫ ପୂର୍ବରୁ, ଭାରତୀୟ ଦଳର ନୂତନ ଜର୍ସିର ଫାଷ୍ଟ୍ ଲୁକ୍ ସାମ୍ନାକୁ ଆସିଛି । ନୂତନ ଜର୍ସିର ଟି-ସାର୍ଟରେ କୌଣସି ପ୍ରାୟୋଜକଙ୍କ ନାମ ନଥିବା ଦେଖିବାକୁ ମିଳିଛି । ଜର୍ସିର ବାମ ପାର୍ଶ୍ୱରେ BCCI ଲୋଗୋ ଅଛି, ସେହିପରି ଡାହାଣ ପାର୍ଶ୍ୱରେ DP World Asia Cup 2025 ଲେଖାଯାଇଛି । DP World ହେଉଛି ଏସିଆ କପ୍ ୨୦୨୫ର ପ୍ରାୟୋଜକ । ଏହା ବ୍ୟତୀତ, ଜର୍ସିର ଉପରେ କେବଳ ଭାରତର ନାମ ଲେଖାଯାଇଛି । ଡ୍ରିମ୍-୧୧ ସହ ଚୁକ୍ତି ରଦ୍ଧ ହେବା ପରେ ଆଶା କରାଯାଉଥିଲା ଯେ ଟିମ୍ ଇଣ୍ଡିଆ କୌଣସି ଜର୍ସି ପ୍ରାୟୋଜକ ବିନା ଏସିଆ କପ୍ ଖେଳିବ । ଆଉ ଏବେ ଖବର ଠିକ୍ ପ୍ରମାଣିତ ହୋଇଛି ।


ଅନଲାଇନ୍ ଗେମିଂ ବିଲ୍ ଆସିବା ପରେ ଡ୍ରିମ୍ ୧୧ ଏବଂ ବିସିସିଆଇ ମଧ୍ୟରେ ଚୁକ୍ତିନାମା ଶେଷ ହୋଇଛି । ୨୦୨୩ ମସିହାରେ, ଡ୍ରିମ୍ ୧୧ ଟିମ୍ ଇଣ୍ଡିଆର ଜର୍ସି ପ୍ରାୟୋଜକ ହୋଇଥିଲା । ଏହି ଚୁକ୍ତି ୩ ବର୍ଷ ପାଇଁ ଥିଲା । କିନ୍ତୁ ଏହି ଚୁକ୍ତି ୬ ମାସ ପୂର୍ବରୁ ବାତିଲ ହୋଇଯାଇଥିଲା ।
ଏବେ ବିସିସିଆଇ ଏକ ନୂତନ ଜର୍ସି ପ୍ରାୟୋଜକ ଖୋଜିବା ଆରମ୍ଭ କରିଛି। ଆବେଦନ କିଣିବାର ଶେଷ ତାରିଖ ସେପ୍ଟେମ୍ବର ୧୨ ରହିଥିବା ବେଳେ ଡକ୍ୟୁମେଣ୍ଟ ଦାଖଲ କରିବାର ଶେଷ ତାରିଖ ସେପ୍ଟେମ୍ବର ୧୬ ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ତେବେ ଏଥର ବିସିସିଆଇ ଟିମ୍ ଇଣ୍ଡିଆର ଜର୍ସି ପ୍ରାୟୋଜନର ବେସ୍ ପ୍ରାଇସ୍ ବୃଦ୍ଧି କରିଛି । ଦ୍ୱିପାକ୍ଷିକ ମ୍ୟାଚ୍ ପାଇଁ ୩.୫ କୋଟି ଟଙ୍କା ଏବଂ ମଲ୍‌ଟି ନ୍ୟାସନାଲ ଟୁର୍ଣ୍ଣାମେଣ୍ଟ ପାଇଁ ୧.୫ କୋଟି ଟଙ୍କା ସ୍ଥିର କରାଯାଇଛି । ତିନି ବର୍ଷରେ ପ୍ରାୟ ୧୩୦ଟି ମ୍ୟାଚ୍ ହେବ । ଯେଉଁଥିରୁ ୪୦୦ କୋଟି ଟଙ୍କାରୁ ଅଧିକ ରୋଜଗାର କରିବ ବୋଲି ଆଶା କରାଯାଉଛି ।

Sponsored
Team India Unveils New Jersey Without Sponsor for Asia Cup 2025 | Argus News