Videos
|
Sports

India Arrival Video / ଟି-୨୦ ସିରିଜ୍ ପାଇଁ ନ୍ୟୁଜିଲାଣ୍ଡରେ ପହଞ୍ଚିଲା ଟିମ୍ ଇଣ୍ଡିଆ, ବୈଭବ ଓ ଭୁବନେଶ୍ୱରଙ୍କ ଲୁକ୍ ଭାଇରାଲ୍

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
ଟି-୨୦ ସିରିଜ୍ ପାଇଁ ନ୍ୟୁଜିଲାଣ୍ଡରେ ପହଞ୍ଚିଲା ଟିମ୍ ଇଣ୍ଡିଆ, ବୈଭବ ଓ ଭୁବନେଶ୍ୱରଙ୍କ ଲୁକ୍ ଭାଇରାଲ୍
India vs New Zealand

Key Points

ଟିମ୍ ଇଣ୍ଡିଆର ନ୍ୟୁଜିଲାଣ୍ଡ ଗସ୍ତ ଆରମ୍ଭ
୧୫ ବର୍ଷୀୟ ବୈଭବଙ୍କ ଷ୍ଟାଇଲ୍ ଚର୍ଚ୍ଚାରେ
ଭୁବନେଶ୍ୱରଙ୍କ ଲୁକ୍ ବି ଭାଇରାଲ୍
ଅକ୍ଟୋବର ୨୨ରୁ ଆରମ୍ଭ ହେବାକୁ ଯାଉଛି ଟିମ୍ ଇଣ୍ଡିଆର ନ୍ୟୁଜିଲାଣ୍ଡ ଗସ୍ତ । ଦୀର୍ଘ ସମୟ ପରେ ଭାରତୀୟ ପୁରୁଷ ଦଳ ନ୍ୟୁଜିଲାଣ୍ଡ ମାଟିରେ ଖେଳିବାକୁ ଯାଉଥିବାରୁ କ୍ରିକେଟ୍ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ବଢ଼ିଛି । ଏହି ଲମ୍ବା ଗସ୍ତରେ ଉଭୟ ଦଳ ମଧ୍ୟରେ ୫ଟି ଟି-୨୦, ୫ଟି ଦିନିକିଆ ଏବଂ ୨ଟି ଟେଷ୍ଟ ମ୍ୟାଚ୍ ଖେଳାଯିବାର କାର୍ଯ୍ୟକ୍ରମ ରହିଛି । ଟି-୨୦ ସିରିଜ୍‌ରୁ ଏହି ଗସ୍ତର ଶୁଭାରମ୍ଭ ହେବ ।

ଏହି ସିରିଜ୍‌ ପାଇଁ ଭାରତୀୟ ଦଳ ନ୍ୟୁଜିଲାଣ୍ଡରେ ପହଞ୍ଚି ସାରିଛି । ଖେଳାଳିମାନେ ଟିମ୍ ବସ୍‌ରୁ ଓହ୍ଲାଉଥିବା ଏକ ଭିଡିଓ ସୋସିଆଲ୍ ମିଡିଆରେ ସାମ୍ନାକୁ ଆସିଛି । ଏହି ଭିଡିଓରେ ୧୫ ବର୍ଷୀୟ ଯୁବ ବ୍ୟାଟ୍ସମ୍ୟାନ୍‌ ବୈଭବ ସୂର୍ଯ୍ୟବଂଶୀ ଏବଂ ଦଳକୁ ଫେରିଥିବା ଅଭିଜ୍ଞ ବୋଲର୍ ଭୁବନେଶ୍ୱର କୁମାରଙ୍କ ଲୁକ୍ ବିଶେଷ ଭାବେ ଚର୍ଚ୍ଚାରେ ରହିଛି ।

ବୈଭବ ଓ ଭୁବନେଶ୍ୱରଙ୍କ ଲୁକ୍ ଚର୍ଚ୍ଚାରେ

ଭାରତୀୟ ଦଳ କ୍ରାଇଷ୍ଟଚର୍ଚ୍ଚରେ ପହଞ୍ଚିବା ପରେ ଖେଳାଳିମାନେ ଜଣେ ପରେ ଜଣେ ବସ୍‌ରୁ ଓହ୍ଲାଇଥିଲେ । ସପୋର୍ଟ ଷ୍ଟାଫ୍‌ଙ୍କ ପରେ ଶିବମ ଦୁବେ ପ୍ରଥମେ ବସ୍‌ରୁ ଓହ୍ଲାଇଥିବା ବେଳେ ଉପଅଧିନାୟକ ତିଲକ ବର୍ମାଙ୍କ ସମେତ ଅନ୍ୟ ଖେଳାଳିମାନେ ମଧ୍ୟ ନଜର ଆସିଥିଲେ ।

ତେବେ ସମସ୍ତଙ୍କ ନଜର ଆକର୍ଷଣ କରିଥିଲେ ବୈଭବ ସୂର୍ଯ୍ୟବଂଶୀ ଓ ଭୁବନେଶ୍ୱର କୁମାର । ବୈଭବ କାନରେ ଏୟାରପଡ୍ସ ଲଗାଇ ଧଳା ରଙ୍ଗର ପ୍ରାକ୍ଟିସ୍ ଜର୍ସି ପିନ୍ଧିଥିବା ବେଳେ ଭୁବନେଶ୍ୱର ନୀଳ ରଙ୍ଗର ସନ୍‌ଗ୍ଲାସ୍ ପିନ୍ଧି ନଜର ଆସିଥିଲେ । ସୋସିଆଲ୍ ମିଡିଆରେ ଏହି ଦୃଶ୍ୟ ଚର୍ଚ୍ଚାର ବିଷୟ ପାଲଟିଛି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜ୍‌ ପାଇଁ ଭାରତୀୟ ଦଳ:

ଶ୍ରେୟସ ଆୟର (ଅଧିନାୟକ), ଅଭିଷେକ ଶର୍ମା, ସଞ୍ଜୁ ସାମସନ (ୱିକେଟ୍‌କିପର୍), ବୈଭବ ସୂର୍ଯ୍ୟବଂଶୀ, ଈଶାନ କିଶନ (ୱିକେଟ୍‌କିପର୍), ତିଲକ ବର୍ମା (ଉପଅଧିନାୟକ), ଅକ୍ଷର ପଟେଲ, ଶିବମ ଦୁବେ, ନୀତୀଶ କୁମାର ରେଡ୍ଡୀ, ନମନ ଧୀର, ପ୍ରିନ୍ସ ଯାଦବ, ମୟଙ୍କ ଯାଦବ, ଅର୍ଶଦୀପ ସିଂହ, ଭୁବନେଶ୍ୱର କୁମାର, ବରୁଣ ଚକ୍ରବର୍ତ୍ତୀ ଓ କୁଲଦୀପ ଯାଦବ

ଭାରତ-ନ୍ୟୁଜିଲାଣ୍ଡ ଟି-୨୦ ସିରିଜ୍ କାର୍ଯ୍ୟସୂଚୀ

ପ୍ରଥମ ଟି-୨୦: ୨୨ ଅକ୍ଟୋବର ୨୦୨୬ – ହେଗଲି ଓଭାଲ୍, କ୍ରାଇଷ୍ଟଚର୍ଚ୍ଚ
ଦ୍ୱିତୀୟ ଟି-୨୦: ୨୪ ଅକ୍ଟୋବର ୨୦୨୬ – ହେଗଲି ଓଭାଲ୍, କ୍ରାଇଷ୍ଟଚର୍ଚ୍ଚ
ତୃତୀୟ ଟି-୨୦: ୨୭ ଅକ୍ଟୋବର ୨୦୨୬ – ସ୍କାଏ ଷ୍ଟାଡିୟମ୍, ୱେଲିଂଟନ୍
ଚତୁର୍ଥ ଟି-୨୦: ୩୦ ଅକ୍ଟୋବର ୨୦୨୬ – ଇଡେନ୍ ପାର୍କ, ଅକଲାଣ୍ଡ
ପଞ୍ଚମ ଟି-୨୦: ୧ ନଭେମ୍ବର ୨୦୨୬ – ସେଡନ୍ ପାର୍କ, ହାମିଲଟନ୍

ବିଶ୍ୱକପ୍ ଫାଇନାଲ୍‌ରେ ନ୍ୟୁଜିଲାଣ୍ଡକୁ ହରାଇଥିଲା ଭାରତ

ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଶେଷ ଟି-୨୦ ମୁକାବିଲା ୨୦୨୬ ଟି-୨୦ ବିଶ୍ୱକପ୍ ଫାଇନାଲ୍‌ରେ ହୋଇଥିଲା । ମାର୍ଚ୍ଚ ୮ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଏହି ଫାଇନାଲ୍‌ରେ ଭାରତ ପ୍ରଥମେ ବ୍ୟାଟିଂ କରି ୨୫୬ ରନ୍ କରିଥିଲା । ଜବାବରେ ନ୍ୟୁଜିଲାଣ୍ଡ ଦଳ ୧୯ ଓଭରରେ ୧୫୯ ରନ୍‌ରେ ଅଲ୍‌ଆଉଟ୍ ହୋଇଥିଲା । ଫଳରେ ଭାରତ ୯୬ ରନ୍‌ରେ ବିଜୟୀ ହୋଇ କ୍ରମାଗତ ଦ୍ୱିତୀୟ ଥର ଟି-୨୦ ବିଶ୍ୱକପ୍ ଜିତିଥିଲା ।