Asian Games 2026 / ଟିମ୍ ଇଣ୍ଡିଆକୁ ମିଳିବନି ୫-ଷ୍ଟାର ହୋଟେଲ ! ଏସିଆନ୍ ଗେମ୍ସରେ କେଉଁଠି ରହିବ ଟିମ୍ ଇଣ୍ଡିଆ ?
·18 mins ago·2 min read

Key Points
ଏସିଆନ୍ ଗେମ୍ସରେ ଟିମ୍ ଇଣ୍ଡିଆକୁ ମିଳିବନି VIP ସୁବିଧା
ରାଜୀବ ଶୁକ୍ଲା ଦେଲେ ବଡ଼ ସୂଚନା
VIP ଟ୍ରିଟମେଣ୍ଟ ନାହିଁ, ତଥାପି ରହିବ ଭଲ ବ୍ୟବସ୍ଥା

ଆସନ୍ତା ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବାକୁ ଯାଉଛି ଏସିଆନ୍ସ ଗେମ୍ସ ୨୦୨୬ । ଜାପାନରେ ଆୟୋଜିତ ହେବାକୁ ଥିବା ଏହି ବଡ଼ କ୍ରୀଡ଼ା ମହାକୁମ୍ଭରେ ଭାରତୀୟ କ୍ରିକେଟ୍ ଦଳ ମଧ୍ୟ ଅଂଶଗ୍ରହଣ କରିବ । ସାଧାରଣତଃ ଟିମ୍ ଇଣ୍ଡିଆ କୌଣସି ବଡ଼ ଟୁର୍ କିମ୍ବା ଇଭେଣ୍ଟକୁ ଗଲେ ଖେଳାଳିମାନଙ୍କ ପାଇଁ ୫-ଷ୍ଟାର ହୋଟେଲରେ ରହଣି ବ୍ୟବସ୍ଥା କରାଯାଏ । କିନ୍ତୁ ଏଥର ଏସିଆନ୍ ଗେମ୍ସରେ ଚିତ୍ର କିଛି ଭିନ୍ନ ରହିବ ।
ବିସିସିଆଇ ଉପାଧ୍ୟକ୍ଷ ରାଜୀବ ଶୁକ୍ଲା ସ୍ପଷ୍ଟ କରିଛନ୍ତି ଯେ, ଆୟୋଜକମାନେ ଯେଉଁ ରହଣି ବ୍ୟବସ୍ଥା କରିଛନ୍ତି, ଭାରତୀୟ ଖେଳାଳିମାନଙ୍କୁ ସେହି ବ୍ୟବସ୍ଥାରେ ହିଁ ରହିବାକୁ ପଡ଼ିବ । ତାଙ୍କ କହିବା ଅନୁସାରେ, ଖେଳାଳିଙ୍କ ପାଇଁ ୫-ଷ୍ଟାର ହୋଟେଲ ନଥିଲେ ମଧ୍ୟ ରହିବା ପାଇଁ ଭଲ ବ୍ୟବସ୍ଥା କରାଯାଇଛି ।
ଭାରତୀୟ ଦଳର ସେଣ୍ଡ୍-ଅଫ୍ ସେରିମୋନି ସମୟରେ ରାଜୀବ ଶୁକ୍ଲା କହିଛନ୍ତି ଯେ, ଆୟୋଜକମାନେ ଯାହା ବ୍ୟବସ୍ଥା କରିଛନ୍ତି, ଖେଳାଳିମାନେ ସେଠାରେ ହିଁ ରହିବେ । ଭାରତୀୟ ଖେଳାଳିଙ୍କର ଯେମିତି କୌଣସି ଅସୁବିଧା ନହେବ, ସେଥିପାଇଁ ବିସିସିଆଇ ମଧ୍ୟ ବ୍ୟବସ୍ଥା ଉପରେ ନଜର ରଖିଛି । ତାଙ୍କ ଅନୁସାରେ, ଖେଳାଳିଙ୍କ ରହଣି ପାଇଁ ସ୍ଥାନ ୫-ଷ୍ଟାର ହୋଟେଲ ନୁହେଁ, କିନ୍ତୁ ଖେଳାଳିଙ୍କ ପାଇଁ ଭଲ ସୁବିଧା ରହିଛି ।
ଏସିଆନ୍ ଗେମ୍ସରେ ମହିଳା କ୍ରିକେଟ୍ ମ୍ୟାଚ୍ ସେପ୍ଟେମ୍ବର ୧୭ରୁ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ । ଭାରତୀୟ ମହିଳା ଦଳ ସେପ୍ଟେମ୍ବର ୧୮ରେ ଜାପାନ ବିପକ୍ଷରେ କ୍ୱାର୍ଟରଫାଇନାଲ୍ ମ୍ୟାଚ୍ ଖେଳିବ । ଅନ୍ୟପଟେ, ପୁରୁଷ କ୍ରିକେଟ୍ ପ୍ରତିଯୋଗିତା ସେପ୍ଟେମ୍ବର ୨୪ରୁ ଅକ୍ଟୋବର ୩ ପର୍ଯ୍ୟନ୍ତ ଚାଲିବ । ଟିମ୍ ଇଣ୍ଡିଆ ପୁରୁଷ ଦଳ ସେପ୍ଟେମ୍ବର ୨୮ରେ ନିଜର ପ୍ରଥମ ମ୍ୟାଚ୍ ଖେଳିବ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଓସାକା କିମ୍ବା ଟୋକିଓରେ ରହିବେନି ଭାରତୀୟ ଖେଳାଳି
ରାଜୀବ ଶୁକ୍ଲା କହିଛନ୍ତି ଯେ, ଭାରତୀୟ ଖେଳାଳିମାନଙ୍କ ପାଇଁ କରାଯାଇଥିବା ରହଣି ବ୍ୟବସ୍ଥାର ଫଟୋ ଏବଂ ଭିଡିଓ ବିସିସିଆଇ ପାଖରେ ରହିଛି । ତାଙ୍କ ମତରେ, ଏହା ଏକ ଭଲ ସ୍ଥାନ । ଯଦି ଖେଳାଳିମାନଙ୍କୁ ଅଲଗା ଭାବେ ଓସାକା କିମ୍ବା ଟୋକିଓରେ ରଖାଯାଏ, ତେବେ ନାଗୋୟାଠାରୁ ଏହି ସହରଗୁଡ଼ିକ ଦୂର ହୋଇଥିବାରୁ ଯାତାୟାତରେ ଅସୁବିଧା ହୋଇପାରେ ।
ଖେଳାଳିମାନେ ରୁମ୍ ଶେୟାର କରିବେନି
ଏଥର ଭାରତୀୟ କ୍ରିକେଟରମାନଙ୍କୁ ଅଲଗା ଅଲଗା ରୁମ୍ ଦିଆଯିବ । ଅର୍ଥାତ୍ ଦୁଇଜଣ ଖେଳାଳି ଗୋଟିଏ ରୁମ୍ ଶେୟାର କରିବେ ନାହିଁ । ପୂର୍ବରୁ ଅନେକ ସମୟରେ ଦୁଇଜଣ କ୍ରିକେଟରଙ୍କୁ ଗୋଟିଏ ରୁମ୍ରେ ରଖାଯାଉଥିଲା। କିନ୍ତୁ ଏଥର ପ୍ରତ୍ୟେକ ଖେଳାଳିଙ୍କ ପାଇଁ ଅଲଗା ରୁମ୍ ବ୍ୟବସ୍ଥା କରାଯାଇଛି ।
ଏସିଆନ୍ ଗେମ୍ସ ଆୟୋଜକ କମିଟି, ଭାରତୀୟ ଅଲିମ୍ପିକ୍ ଆସୋସିଏସନ୍ ଏବଂ ଜାପାନ କ୍ରିକେଟ୍ ଆସୋସିଏସନ୍ ମିଳିତ ଭାବେ ଭାରତୀୟ କ୍ରିକେଟରମାନଙ୍କ ରହଣି ପାଇଁ ଏହି ବ୍ୟବସ୍ଥା କରିଛନ୍ତି ।
ବ୍ୟବସ୍ଥାକୁ ନେଇ ପୂର୍ବରୁ ଥିଲା ଆପତ୍ତି
ଏହା ପୂର୍ବରୁ ଏସିଆନ୍ କ୍ରିକେଟ୍ କାଉନସିଲ୍ର ଅଧିକାରୀମାନେ ଜାପାନ ଗସ୍ତ କରିଥିଲେ । ସେହି ସମୟରେ ଡ୍ରେସିଂ ରୁମ୍, ପିଚ୍ ଏବଂ ଖେଳ ପଡ଼ିଆର ବ୍ୟବସ୍ଥାକୁ ନେଇ ଆପତ୍ତି ଉଠିଥିଲା । ପରେ ଆୟୋଜକମାନେ ଏସବୁ କ୍ଷେତ୍ରରେ ସୁଧାର କରିଥିଲେ । ସୁଧାର ପରେ ଏସିଆନ୍ କ୍ରିକେଟ୍ କାଉନସିଲ୍ ଜାପାନରେ ଥିବା କ୍ରିକେଟ୍ ସମ୍ପର୍କିତ ବ୍ୟବସ୍ଥାରେ ସନ୍ତୋଷ ପ୍ରକାଶ କରିଥିବା ଜଣାପଡ଼ିଛି ।

Related Topics
Explore more stories