Videos
|
Sports

India 2027 World Cup Roadmap / ୨୦୨୭ ବିଶ୍ୱକପ୍ ଜିତିବାକୁ ଭାରତର ରୋଡମ୍ୟାପ୍; ଖେଳିବ ୧୪ରୁ ଅଧିକ ODI

Santosh Kumar Sahoo
Browse all articles by Santosh Kumar Sahoo
·1 day ago·2 min read
୨୦୨୭ ବିଶ୍ୱକପ୍ ଜିତିବାକୁ ଭାରତର ରୋଡମ୍ୟାପ୍; ଖେଳିବ ୧୪ରୁ ଅଧିକ ODI
World Cup Roadmap

Key Points

ଭାରତର ବିଶ୍ୱକପ୍ ରୋଡମ୍ୟାପ୍ ପ୍ରସ୍ତୁତ
ରୋହିତ-ବିରାଟଙ୍କ ଭୂମିକା ହେବ ବଡ଼
ଟିମ୍ ଇଣ୍ଡିଆ ଆରମ୍ଭ କଲା ପ୍ରସ୍ତୁତି
ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ୍ ଶେଷ ହେବା ସହିତ ଭାରତୀୟ କ୍ରିକେଟ ଦଳର ନଜର ଏବେ ସିଧା ୨୦୨୭ ବିଶ୍ୱକପ୍ ଉପରେ । ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଅନୁଭବ ସହ ନୂଆ କମ୍ବିନେସନ୍ ଖୋଜିବାକୁ ଟିମ୍ ଇଣ୍ଡିଆ ଆଗାମୀ କିଛି ମାସରେ ଖେଳିବ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଦିନିକିଆ ସିରିଜ୍। ୱେଷ୍ଟଇଣ୍ଡିଜ୍ ଠାରୁ ନ୍ୟୁଜିଲାଣ୍ଡ ଓ ଶ୍ରୀଲଙ୍କା ପର୍ଯ୍ୟନ୍ତ—ପ୍ରତ୍ୟେକ ମ୍ୟାଚ୍ ବିଶ୍ୱକପ୍ ପ୍ରସ୍ତୁତିର ଏକ ବଡ଼ ପରୀକ୍ଷା ହେବ । ଆଇସିସି ପୁରୁଷ କ୍ରିକେଟ୍ ବିଶ୍ୱକପ୍ ୨୦୨୭ ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଓ ନାମିବିଆରେ ୪ ଅକ୍ଟୋବରରୁ ୨୧ ନଭେମ୍ବର ପର୍ଯ୍ୟନ୍ତ ଆୟୋଜିତ ହେବ । 

ଇଂଲଣ୍ଡ ବିପକ୍ଷ ଏକଦିବସୀୟ ସିରିଜ୍‌ରେ ଭାରତ ୨-୧ରେ ପରାଜିତ ହୋଇଥିଲେ ମଧ୍ୟ ଅଭିଜ୍ଞ ଖେଳାଳି ରୋହିତ ଶର୍ମା ଓ ବିରାଟ କୋହଲି ଭଲ ପ୍ରଦର୍ଶନ କରିଥିଲେ । ଏହି ଦୁଇ ଷ୍ଟାର ଏବେ କେବଳ ଦିନିକିଆ କ୍ରିକେଟ୍‌ ଖେଳୁଥିବାରୁ କ୍ରିକେଟ୍‌ ଫ୍ୟାନ୍ସମାନେ ପୁଣି ଥରେ ଏହି ଯୋଡ଼ିକୁ କ୍ରିକେଟ୍‌ ପଡ଼ିଆରେ ଦେଖିବାକୁ ଅପେକ୍ଷା କରିଛନ୍ତି ।
ବିଶ୍ୱକପ୍ ପୂର୍ବରୁ ଭାରତ ପାଖରେ ଅନେକ ଗୁରୁତ୍ୱପୂର୍ଣ୍ଣ ODI ସିରିଜ୍ ଖେଳିବାର ସୁଯୋଗ ରହିଛି। ସେପ୍ଟେମ୍ବର ୨୦୨୬ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଭାରତ ଘରୋଇ ମାଟିରେ ୩ ମ୍ୟାଚ୍‌ର ଦିନିକିଆ ସିରିଜ୍ ଖେଳିବ । ଏହା ପରେ ନଭେମ୍ବରରେ ନ୍ୟୁଜିଲାଣ୍ଡ ବିପକ୍ଷରେ ୫ ମ୍ୟାଚ୍‌ ବିଶିଷ୍ଟ ODI ସିରିଜ୍‌ ହେବ । ଏହି ସିରିଜ୍ ବିଶ୍ୱକପ୍ ପ୍ରସ୍ତୁତି ଦୃଷ୍ଟିରୁ ସବୁଠାରୁ ମହତ୍ୱପୂର୍ଣ୍ଣ କୁହାଯାଉଛି, କାହିଁକି ନା ନ୍ୟୁଜିଲାଣ୍ଡର ଦଳ ଦିନିକିଆ ଫର୍ମାଟରେ ଶକ୍ତିଶାଳୀ ଅଟେ ।

ଅଧିକ ପଢ଼ନ୍ତୁ: ୧୯ ନଭେମ୍ବର ପରେ ୧୯ ଜୁଲାଇ, ରୋହିତ-ବିରାଟଙ୍କ ପରେ ମେସିଙ୍କ ସ୍ୱପ୍ନ ବି ଅଧୂରା


ଏହା ପରେ ଡିସେମ୍ବର ୨୦୨୬ରେ ଶ୍ରୀଲଙ୍କା ଭାରତ ଗସ୍ତରେ ଆସି ୩ ମ୍ୟାଚ୍‌ର ସିରିଜ୍ ଖେଳିବ । ୨୦୨୭ ନୂଆ ବର୍ଷର ଆରମ୍ଭରେ ଜିମ୍ବାୱେ ବିପକ୍ଷରେ ଭାରତ ଘରୋଇ ମାଟିରେ ଆଉ ଏକ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳିବ ।

ଏହି ସମସ୍ତ ସିରିଜ୍‌କୁ ମିଶାଇ ଭାରତ ୨୦୨୭ ବିଶ୍ୱକପ୍ ପୂର୍ବରୁ ଅତି କମ୍‌ରେ ୧୪ଟି ଦିନିକିଆ ମ୍ୟାଚ୍ ଖେଳିବାର ସୁଯୋଗ ପାଇବ। ଯଦି ଏସିଆ କପ୍ ୫୦ ଓଭର ଫର୍ମାଟ୍‌ରେ ଆୟୋଜିତ ହୁଏ, ତେବେ ମ୍ୟାଚ୍ ସଂଖ୍ୟା ଆହୁରି ବଢ଼ିପାରେ ।

ପ୍ରତ୍ୟେକ ମ୍ୟାଚ୍ ଭାରତ ପାଇଁ ଟିମ୍‌ କମ୍ବିନେସନ୍‌, ବ୍ୟାଟିଂ କ୍ରମ, ବୋଲିଂ ଆକ୍ରମଣ ଓ ଚୂଡ଼ାନ୍ତ ପ୍ଲେଇଂ ଇଲେଭେନ୍‌ ନିର୍ଦ୍ଧାରଣ କରିବାରେ ସହାୟକ ହେବ ।
୨୦୨୭ ବିଶ୍ୱକପ୍ ପାଇଁ ଭାରତୀୟ ଦଳ ଏବେଠାରୁ ନିଜର ଶ୍ରେଷ୍ଠ ଟିମ୍ କମ୍ବିନେସନ୍ ଖୋଜିବା ଆରମ୍ଭ କରିଛି । ରୋହିତ ଓ ବିରାଟଙ୍କ ଅଭିଜ୍ଞତା ସହ ଯୁବ ଖେଳାଳିଙ୍କ ଶକ୍ତିକୁ ମିଶାଇ ଟିମ୍ ଇଣ୍ଡିଆ ବିଶ୍ୱକପ୍‌ରେ ପୁଣି ଥରେ ଟ୍ରଫି ଜିତିବାର ଲକ୍ଷ୍ୟ ନେଇ ଆଗକୁ ବଢ଼ିବ ।

ୱେଷ୍ଟଇଣ୍ଡିଜର ଭାରତ ଗସ୍ତ (ସେପ୍ଟେମ୍ବର-ଅକ୍ଟୋବର 2026)

ପ୍ରଥମ ODI: ସେପ୍ଟେମ୍ବର ୨୭, ୨୦୨୬ (ଥିରୁବନନ୍ତପୁରମ୍)
ଦ୍ୱିତୀୟ ODI: ସେପ୍ଟେମ୍ବର ୩୦, ୨୦୨୬ (ଗୁଆହାଟି)
ତୃତୀୟ ODI: ଅକ୍ଟୋବର ୩, ୨୦୨୬ (ନ୍ୟୁ ଚଣ୍ଡିଗଡ଼)

ନ୍ୟୁଜିଲାଣ୍ଡର ଭାରତ ଯାତ୍ରା (ନଭେମ୍ବର ୨୦୨୬)

ପ୍ରଥମ ODI: ନଭେମ୍ବର ୪, ୨୦୨୬ - ଇଡେନ୍ ପାର୍କ, ଅକଲ୍ୟାଣ୍ଡ
ଦ୍ୱିତୀୟ ODI: ନଭେମ୍ବର ୭, ୨୦୨୬ - ୱେଲିଙ୍ଗଟନ୍
ତୃତୀୟ ODI: ନଭେମ୍ବର ୧୦, ୨୦୨୬ - ହାମିଲଟନ୍
ଚତୁର୍ଥ ODI: ନଭେମ୍ବର ୧୩, ୨୦୨୬ - ମାଉଣ୍ଟ ମାଉଙ୍ଗାନୁଇ
ପଞ୍ଚମ ODI: ନଭେମ୍ବର ୧୫, ୨୦୨୬ - ମାଉଙ୍ଗାନୁଇ

ଶ୍ରୀଲଙ୍କା ଭାରତ ଗସ୍ତ (ଡିସେମ୍ବର ୨୦୨୬)

ପ୍ରଥମ ODI: ଡିସେମ୍ବର ୧୩, ୨୦୨୬ - ଦିଲ୍ଲୀ
ଦ୍ୱିତୀୟ ODI: ଡିସେମ୍ବର ୧୬, ୨୦୨୬ - ବେଙ୍ଗାଲୁରୁ
ତୃତୀୟ ଦିନିକିଆ: ଡିସେମ୍ବର ୧୯, ୨୦୨୬ - ଅହମ୍ମଦାବାଦ

ଭାରତର ଜିମ୍ବାୱେ ଗସ୍ତ (ଜାନୁଆରୀ ୨୦୨୭)

ପ୍ରଥମ ଦିନିକିଆ: ଜାନୁଆରୀ ୩, ୨୦୨୭ - କୋଲକାତା
ଦ୍ୱିତୀୟ ଦିନିକିଆ: ଜାନୁଆରୀ ୬, ୨୦୨୭ - ହାଇଦ୍ରାବାଦ
ତୃତୀୟ ଦିନିକିଆ: ଜାନୁଆରୀ ୯, ୨୦୨୭ - ମୁମ୍ବାଇ
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored