Videos
|
Sports

India ICC T20 Ranking / ୧୫ ଦିନରେ ବଦଳିଗଲା ଚିତ୍ର, ICC ରାଙ୍କିଂରେ ପୁଣି ନମ୍ବର-୧ ଭାରତ

Santosh Kumar Sahoo
Browse all articles by Santosh Kumar Sahoo
·1 month ago·2 min read
୧୫ ଦିନରେ ବଦଳିଗଲା ଚିତ୍ର, ICC ରାଙ୍କିଂରେ ପୁଣି ନମ୍ବର-୧ ଭାରତ
ICC Ranking

Key Points

ରାଙ୍କିଂରେ ଭାରତର ରାଜ!
ICC ରେ ପୁଣି ନମ୍ବର-୧ ହେଲା ଟିମ୍ ଇଣ୍ଡିଆ
୧୫ ଦିନରେ ଶେଷ ଇଂଲଣ୍ଡର ରାଜ
ମାତ୍ର ୧୫ ଦିନରେ ବଦଳିଗଲା ପୂରା ଚିତ୍ର । ଯେଉଁ ଇଂଲଣ୍ଡ ଟିମ୍ ଇଣ୍ଡିଆଠାରୁ ନମ୍ବର-୧ ମୁକୁଟ ଛଡ଼ାଇ ନେଇଥିଲା, କିନ୍ତୁ ଇଂଲଣ୍ଡ ଅଧିକ ଦିନ ପାଇଁ ନମ୍ବର-୧ ସ୍ଥାନରେ ରହିପାରିଲା ନାହିଁ । ଜିମ୍ବାୱେ ବିପକ୍ଷରେ ଦମଦାର ବିଜୟ ସହ ଭାରତ ପୁଣି ଆଇସିସି ଟି-୨୦ ରାଙ୍କିଂର ଶୀର୍ଷ ସ୍ଥାନ ଦଖଲ କରିଛି । ଲଗାତାର ୬ଟି ପରାଜୟର ଝଟକା ପରେ ଟିମ୍ ଇଣ୍ଡିଆ ଏବେ ପୁଣି ନିଜର ଦବଦବା ଫେରାଇ ଆଣିଛି ।

ଲଗାତାର ପରାଜୟ ପରେ ଆଇସିସି ଟି-୨୦ ରାଙ୍କିଂରେ ନମ୍ବର-୧ ସ୍ଥାନ ହରାଇଥିବା ଭାରତୀୟ ଦଳ ମାତ୍ର ୧୫ ଦିନ ମଧ୍ୟରେ ପୁଣି ଶୀର୍ଷ ସ୍ଥାନକୁ ଫେରିଛି । ଜିମ୍ବାୱେ ବିପକ୍ଷ ଦ୍ୱିତୀୟ ଟି-୨୦ରେ ଦମଦାର ବିଜୟ ପରେ ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ପୁଣି ଆଇସିସି ଟି-୨୦ ରାଙ୍କିଂରେ ନମ୍ବର-୧ ସ୍ଥାନ ହାସଲ କରିଛି ।
୨୦୨୨ ମସିହାରେ ଭାରତ ଟି-୨୦ ଫର୍ମାଟରେ ବିଶ୍ୱର ନମ୍ବର-୧ ଦଳ ହୋଇଥିଲା । ଏହାପରେ ଦଳ କ୍ରମାଗତ ଭାବେ ଦୁଇଟି ଟି-୨୦ ବିଶ୍ୱକପ୍ ଜିତିଥିଲା । ତେବେ ଅଧିନାୟକ ପରିବର୍ତ୍ତନ ପରେ ଦଳର ପ୍ରଦର୍ଶନ ଖରାପ ହେବାରୁ ଭାରତ ପ୍ରଥମେ ଆର୍ୟଲ୍ୟାଣ୍ଡରେ ସିରିଜ୍‌ ହାରିଥିଲା । ଏହା ପରେ ଇଂଲଣ୍ଡ ବିପକ୍ଷରେ ୪-୦ରେ ସିରିଜ୍ ହାରିବା ସହ ଟିମ୍ ଇଣ୍ଡିଆ ଲଗାତାର ୬ଟି ଟି-୨୦ ମ୍ୟାଚ୍ ହାରିଥିଲା। ଏହାର ପ୍ରଭାବ ଆଇସିସି ରାଙ୍କିଂରେ ମଧ୍ୟ ପଡ଼ିଥିଲା ।

ଜୁଲାଇ ୧୧ରେ ଇଂଲଣ୍ଡ ବିପକ୍ଷ ପଞ୍ଚମ ଟି-୨୦ରେ ପରାଜୟ ପରେ ଭାରତ ଦ୍ୱିତୀୟ ସ୍ଥାନକୁ ଖସିଯାଇଥିଲା ଏବଂ ଇଂଲଣ୍ଡ ନମ୍ବର-୧ ସ୍ଥାନକୁ ଉଠିଥିଲା। ଯଦିଓ ଉଭୟ ଦଳର ରେଟିଂ ପଏଣ୍ଟ ସମାନ ଥିଲା, ତଥାପି ଇଂଲଣ୍ଡ ଶୀର୍ଷରେ ରହିଥିଲା ।

୧୫ ଦିନରେ ପୁଣି ଶୀର୍ଷ ସ୍ଥାନ

ମାତ୍ର ୧୫ ଦିନ ମଧ୍ୟରେ ଭାରତ ପୁଣି ନମ୍ବର-୧ ସ୍ଥାନ ଫେରି ପାଇଛି । ବର୍ତ୍ତମାନ ଭାରତ ୨୬୮ ରେଟିଂ ସହ ଆଇସିସି ଟି-୨୦ ଟିମ୍ ରାଙ୍କିଂର ଶୀର୍ଷରେ ରହିଛି। ଇଂଲଣ୍ଡ ମଧ୍ୟ ୨୬୮ ରେଟିଂ ଥିଲେ ସୁଦ୍ଧା ଦ୍ୱିତୀୟ ସ୍ଥାନକୁ ଖସିଯାଇଛି। ଅଷ୍ଟ୍ରେଲିଆ ତୃତୀୟ, ନ୍ୟୁଜିଲ୍ୟାଣ୍ଡ ଚତୁର୍ଥ ଏବଂ ଦକ୍ଷିଣ ଆଫ୍ରିକା ପଞ୍ଚମ ସ୍ଥାନରେ ରହିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଜିମ୍ବାୱେ ବିପକ୍ଷରେ ଦମଦାର ପ୍ରଦର୍ଶନ

ଜିମ୍ବାୱେ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଭାରତ ୭ ୱିକେଟରେ ବିଜୟୀ ହୋଇଥିଲା । ଦ୍ୱିତୀୟ ଟି-୨୦ରେ ଶ୍ରେୟସ ଆୟରଙ୍କ ଦଳ ୯୦ ରନର ବିଶାଳ ବିଜୟ ହାସଲ କରି ସିରିଜ୍‌ରେ ୨-୦ର ଆଗୁଆ ରହିଛି ।

India Reclaim No. 1 Spot in ICC T20 Rankings Within 15 Days | Argus News