Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Team India in Trouble / କେବଳ ଓପନର୍ ନୁହଁନ୍ତି, ଟି-୨୦ ବିଶ୍ବକପ୍‌ରେ ଟିମ୍ ଇଣ୍ଡିଆର ‘ଫିନିସର୍’ ବି ଫ୍ଲପ୍

Santosh Kumar Sahoo
Browse all articles by Santosh Kumar Sahoo
·4 months ago·2 min read
କେବଳ ଓପନର୍ ନୁହଁନ୍ତି, ଟି-୨୦ ବିଶ୍ବକପ୍‌ରେ ଟିମ୍ ଇଣ୍ଡିଆର ‘ଫିନିସର୍’ ବି ଫ୍ଲପ୍
Abhishek Sharma

Key Points

ଓପନର୍ ପରେ ଫିନିସର୍ ବି ଫ୍ଲପ୍
ଟି-୨୦ ବିଶ୍ୱକପ୍‌ରେ ଟିମ୍ ଇଣ୍ଡିଆ ଚିନ୍ତାରେ
ଫିନିସର୍ ଭୂମିକାରେ ରିଙ୍କୁ ସିଂହ ଫେଲ୍
୨୦୨୬ ଟି-୨୦ ବିଶ୍ୱକପରେ ଟିମ୍ ଇଣ୍ଡିଆ ଏବେ ବ୍ୟାକଫୁଟ୍‌ରେ ରହିଛି । ସୁପର-୮ ର ପ୍ରଥମ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପରାଜୟ ପରେ ଅଡ଼ୁଆରେ ଟିମ୍‌ ଇଣ୍ଡିଆ । ଟି-୨୦ ବିଶ୍ୱକପରେ ଭାରତର ଓପନିଂ ଯୋଡ଼ିକୁ ସମାଲୋଚନା କରାଯାଉଛି । ବିଶେଷକରି ଅଭିଷେକ ଶର୍ମା, ଯିଏ ଚାରି ଥରରୁ ତିନି ଥର ନିଜର ଖାତା ଖୋଲିପାରି ନଥିଲେ । ତଥାପି, ଫିନିସର ଭାବରେ ଖେଳୁଥିବା ରିଙ୍କୁ ସିଂହଙ୍କ ପ୍ରଦର୍ଶନ ମଧ୍ୟ ଚିନ୍ତାଜନକ । ସେ ଯେତିକି ବଲ୍ ଖେଳିଛନ୍ତି ତା’ଠାରୁ କମ୍ ରନ୍ କରିଛନ୍ତି । ଯାହା କ୍ରିକେଟ୍ ଫ୍ୟାନ୍ଙ୍କୁ ଆଶ୍ଚର୍ଯ୍ୟ କରିଛି ।

ଟି-୨୦ ଫର୍ମାଟରେ କୌଣସି ବ୍ୟାଟ୍ସମ୍ୟାନଙ୍କ ପାଖରେ କ୍ରିଜରେ ସ୍ଥିର ହେବା ପାଇଁ ଅଧିକ ସମୟ ନାହିଁ । ଆଜିକାଲି ଓପନରମାନେ ମଧ୍ୟ ପ୍ରଥମ ବଲରୁ ବଡ଼ ସଟ୍ ମାରିବାକୁ ଚାହୁଁଛନ୍ତି । ଏପରି ପରିସ୍ଥିତିରେ ଫିନିସରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ଭଲ କିମ୍ବା ଖରାପ ଆରମ୍ଭକୁ କିପରି ଶେଷ କରନ୍ତି ତାହା ଫିନିସରଙ୍କ ଉପରେ ନିର୍ଭର କରେ । ଫିନିସରମାନେ ଦ୍ରୁତ ଗତିରେ ରନ୍ ସ୍କୋର କରିବେ ବୋଲି ଆଶା କରାଯାଏ । ଟିମ୍ ଇଣ୍ଡିଆ ପାଇଁ ଫିନିସରର ରୋଲ୍ ରିଙ୍କୁ ସିଂହ ନିର୍ବାହ କରୁଛନ୍ତି । କିନ୍ତୁ ରିଙ୍କୁ ଯେତିକି ବଲ୍ ସାମ୍ନା କରିଛନ୍ତି ସେତିକି ରନ୍ ମଧ୍ୟ ସ୍କୋର କରିନାହାଁନ୍ତି ।

୨୦୨୬ ଟି-୨୦ ବିଶ୍ୱକପ୍‌ରେ ରିଙ୍କୁ ସିଂହଙ୍କ ପରିସଂଖ୍ୟାନ

ବନାମ ଆମେରିକା: ୧୪ ବଲ୍‌ରେ ୬ ରନ୍‌
ବନାମ ନାମିବ୍ୟା: ୬ ବଲ୍‌ରେ ୧ ରନ୍‌
ବନାମ ପାକିସ୍ତାନ: ୪ ବଲ୍‌ରେ ୧୧ ରନ୍‌
ବନାମ ନେଦରଲ୍ୟାଣ୍ଡସ୍‌: ୩ ବଲ୍‌ରେ ୬ ରନ୍‌
ବନାମ ଦକ୍ଷିଣ ଆଫ୍ରିକା: ୨ ବଲ୍‌ରେ ୦ ରନ୍‌

ରିଙ୍କୁ ସିଂହ ୨୦୨୬ ଟି-୨୦ ବିଶ୍ୱକପ୍‌ରେ ଖେଳାଯାଇଥିବା ୫ ମ୍ୟାଚ୍‌ରେ ମୋଟ ୨୯ ବଲ୍ ଖେଳି ୨୪ ରନ୍‌ କରିଛନ୍ତି ।

ଟି-୨୦ ବିଶ୍ୱକପ୍‌ର ସୁପର ୮ ରାଉଣ୍ଡ୍‌ରେ ରିଙ୍କୁ ସିଂହ ଏକ ଦାୟିତ୍ୱହୀନ ସଟ୍‌ ଖେଳି ଆଉଟ୍ ହୋଇଥିଲେ । କେଶବ ମହାରାଜଙ୍କ ଏକ ବଲ୍‌କୁ ସ୍ୱିଙ୍ଗ୍‌ କରିବା ସମୟରେ ସେ କ୍ୟାଚ୍‌ ଆଉଟ୍ ହୋଇଥିଲେ ଏବଂ ଏହି ମ୍ୟାଚ୍‌ରେ ସେ ନିଜର ଖାତା ମଧ୍ୟ ଖୋଲିପାରି ନଥିଲେ ।
ପଢନ୍ତୁ ଏହି ଖବର: ଟିମ୍‌ ବସ୍‌ରେ ଗୁରୁ ଗମ୍ଭୀର ଓ ଅଭିଷେକଙ୍କ 'ସିରିୟସ୍ ମିଟିଂ', ଭାଇରାଲ ହେଲା ଭିଡିଓ
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Team India in Trouble as Rinku Singh Fails to Deliver in T20 World Cup 2026 | Argus News