Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Team India Temple Visit / କାଳୀଙ୍କ ଶରଣରେ ଟିମ୍‌ ଇଣ୍ଡିଆର ଖେଳାଳି, ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷରେ ହେବ ମହାବିଜୟ

Santosh Kumar Sahoo
Browse all articles by Santosh Kumar Sahoo
·4 months ago·1 min read
କାଳୀଙ୍କ ଶରଣରେ ଟିମ୍‌ ଇଣ୍ଡିଆର ଖେଳାଳି, ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷରେ ହେବ ମହାବିଜୟ
Team India

Key Points

ଭାରତ-ୱେଷ୍ଟଇଣ୍ଡିଜ୍ ହାଇଭୋଲଟେଜ୍ ଫାଇଟ୍
ସେମି ଟିକେଟ୍ ପୂର୍ବରୁ କାଲିଘାଟରେ ପୂଜା କଲେ ଭାରତୀୟ ଖେଳାଳି
ରବିବାର ଖେଳାଯିବ ମହାମୁକାବିଲା । କୋଲକାତାର ଇଡେନ୍‌ ଗାର୍ଡେନରେ ଖେଳାଯିବ ହାଇଭୋଲଟେଜ୍‌ ମ୍ୟାଚ୍‌ । ମୁହାଁମୁହିଁ ହେବେ ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ । ଆଉ ଆଜିର ମ୍ୟାଚ୍‌ରେ ବିଜୟଲାଭ କରି ସେମିଫାଇନାଲ ଟିକେଟ୍ ହାତେଇବାକୁ ଚେଷ୍ଟା କରିବ ଟିମ୍‌ ଇଣ୍ଡିଆ । ତେବେ ଏହି ମ୍ୟାଚ୍‌ ପୂର୍ବରୁ ଭାରତୀୟ ଖେଳାଳିମାନେ କୋଲକାତାର କାଲିଘାଟ କାଳୀ ମନ୍ଦିର ପରିଦର୍ଶନ କରି ଆଶୀର୍ବାଦ ନେଇଥିଲେ ।

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଦାବି କରାଯାଉଛି ଯେ ମ୍ୟାଚ୍ ପୂର୍ବରୁ ଅକ୍ଷର ପଟେଲ, ଅଭିଷେକ ଶର୍ମା ଏବଂ ଅଧିନାୟକ ସୂର୍ଯ୍ୟକୁମାର ଯାଦବ କୋଲକାତାର କାଲିଘାଟ କାଳୀ ମନ୍ଦିର ଯାଇଥିଲେ ।

ଭାରତ-ୱେଷ୍ଟଇଣ୍ଡିଜ୍ ମ୍ୟାଚ୍‌ରେ ବିଜୟୀ ଦଳ ସେମିଫାଇନାଲ୍‌କୁ ଯିବ । ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ମ୍ୟାଚ୍‌ରେ ବିଜୟୀ ଦଳ ସେମିଫାଇନାଲ୍‌ରେ ଟିକେଟ୍‌ ହାସଲ କରିବ । ଦକ୍ଷିଣ ଆଫ୍ରିକା ପୂର୍ବରୁ ଗ୍ରୁପ୍ ୧ ପାଇଁ ଯୋଗ୍ୟତା ଅର୍ଜନ କରିସାରିଛି । ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ସେମିଫାଇନାଲ୍ ଲଢ଼େଇ ଜାରି ରହିଛି । ଉଭୟ ଦଳ ଦୁଇଟି ଲେଖାଏଁ ମ୍ୟାଚ୍ ଖେଳିଛନ୍ତି, ଗୋଟିଏ ଲେଖାଏଁ ଜିତିଛନ୍ତି ଏବଂ ପ୍ରତ୍ୟେକେ ଦୁଇଟି ପଏଣ୍ଟ ଅର୍ଜନ କରିଛନ୍ତି । ତେବେ କେଉଁ ଦଳ ମ୍ୟାଚ୍ ଜିତି ସେମିଫାଇନାଲରେ ସ୍ଥାନ ପକ୍କା କରେ ତାହା ଦେଖିବା ଆକର୍ଷଣୀୟ ହେବ ।

ଉଭୟ ଆଫ୍ରିକା ବିପକ୍ଷରେ ହାରିଗଲେ

ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ପ୍ରତ୍ୟେକେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସୁପର ୮ ମ୍ୟାଚ୍ ହାରିଛନ୍ତି। ଉଭୟ ଜିମ୍ବାୱେ ବିପକ୍ଷରେ ଗୋଟିଏ ମ୍ୟାଚ୍ ଜିତିଛନ୍ତି । ତେବେ ଏହି କର ବା ମର ମ୍ୟାଚ୍‌ରେ କେଉଁ ଦଳ ବିଜୟ ଲାଭ କରୁଛି ତାହା ଦେଖିବା ଆକର୍ଷଣୀୟ ହେବ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Team India Seeks Blessings at Kalighat Kali Temple Ahead of West Indies Clash | Argus News