Team India Cricket Schedule / ସେପ୍ଟେମ୍ବରରେ ଟିମ୍ ଇଣ୍ଡିଆର ବଡ଼ ଲଢ଼େଇ, ମଇଦାନକୁ ଫେରିବେ ରୋହିତ ଓ ବିରାଟ
·38 mins ago·2 min read

Key Points
ରୋହିତ-ବିରାଟଙ୍କ ପାଇଁ ଅପେକ୍ଷା ଶେଷ
ସେପ୍ଟେମ୍ବରରେ ଟିମ୍ ଇଣ୍ଡିଆର ୬ଟି ମ୍ୟାଚ୍
ଏସିଆନ୍ସ ଗେମ୍ସ ସହ ଏହି ସିରିଜ୍ ଖେଳିବ ଭାରତ
ସେପ୍ଟେମ୍ବରରେ ଟିମ୍ ଇଣ୍ଡିଆର ୬ଟି ମ୍ୟାଚ୍
ଏସିଆନ୍ସ ଗେମ୍ସ ସହ ଏହି ସିରିଜ୍ ଖେଳିବ ଭାରତ
ସରିଲା ଶ୍ରୀଲଙ୍କା ଟେଷ୍ଟ ସିରିଜ୍ । ଏବେ ଟିମ୍ ଇଣ୍ଡିଆର ନଜର ସେପ୍ଟେମ୍ବର ମାସ ଉପରେ । ଆଗାମୀ ମାସରେ ଭାରତୀୟ କ୍ରିକେଟ୍ ଫ୍ୟାନ୍ସଙ୍କ ପାଇଁ ରହିଛି ଜବରଦସ୍ତ ଆକ୍ସନ୍ । ଅଫଗାନିସ୍ତାନ ବିପକ୍ଷରେ T20I ସିରିଜ୍ଠାରୁ ଆରମ୍ଭ କରି ଏସିଆନ୍ ଗେମ୍ସ ଏବଂ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ସିରିଜ୍—ସେପ୍ଟେମ୍ବରରେ ମୋଟ ୬ଟି ମ୍ୟାଚ୍ ଖେଳିବ ଟିମ୍ ଇଣ୍ଡିଆ । ସବୁଠାରୁ ବଡ଼ କଥା, ମାସର ଶେଷ ଭାଗରେ ପୁଣି ମଇଦାନକୁ ଫେରିପାରନ୍ତି ରୋହିତ ଶର୍ମା ଓ ବିରାଟ କୋହଲି । ତେବେ କେବେ, କେଉଁଠି ଏବଂ କାହା ବିପକ୍ଷରେ ଖେଳିବ ଭାରତ ? ଆସନ୍ତୁ ଜାଣିବା...
ସେପ୍ଟେମ୍ବରର ଆରମ୍ଭରେ ଭାରତର ମୁକାବିଲା ଅଫଗାନିସ୍ତାନ ସହ ହେବ । ଉଭୟ ଦଳ ମଧ୍ୟରେ ଖେଳାଯିବ ୩ ମ୍ୟାଚ୍ର T20I ସିରିଜ୍ । ସେପ୍ଟେମ୍ବର ୧୩ରେ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମ୍ରେ ହେବ ପ୍ରଥମ T20I । ଏହାପରେ ସେପ୍ଟେମ୍ବର ୧୫ରେ ଦ୍ୱିତୀୟ ଏବଂ ୧୭ରେ ତୃତୀୟ T20I ଖେଳାଯିବ । ଉଭୟ ମ୍ୟାଚ୍ ମଧ୍ୟ ଅରୁଣ ଜେଟଲୀ ଷ୍ଟାଡିୟମ୍ରେ ହେବ ।
ଆଫଗାନିସ୍ତାନ ବିପକ୍ଷରେ ଟି-୨୦ ସିରିଜ୍
ସେପ୍ଟେମ୍ବର ୧୩: ଭାରତ ବନାମ ଆଫଗାନିସ୍ତାନ (ପ୍ରଥମ ଟି-୨୦ - ଅରୁଣ ଜେଟଲି ଷ୍ଟାଡିୟମ୍, ଦିଲ୍ଲୀ)
ସେପ୍ଟେମ୍ବର ୧୫: ଭାରତ ବନାମ ଆଫଗାନିସ୍ତାନ (ଦ୍ୱିତୀୟ ଟି-୨୦ - ଅରୁଣ ଜେଟଲି ଷ୍ଟାଡିୟମ୍, ଦିଲ୍ଲୀ)
ସେପ୍ଟେମ୍ବର ୧୭: ଭାରତ ବନାମ ଆଫଗାନିସ୍ତାନ (ତୃତୀୟ ଟି-୨୦ - ଅରୁଣ ଜେଟଲି ଷ୍ଟାଡିୟମ୍, ଦିଲ୍ଲୀ)
ଏସିଆନ୍ ଗେମ୍ସ ୨୦୨୬
ସେପ୍ଟେମ୍ବର ୨୮: ଭାରତ ବନାମ ଗ୍ରୁପ୍ 'A'ର ଦ୍ୱିତୀୟ ଦଳ (କ୍ବାର୍ଟର-ଫାଇନାଲ୍ - କୋରୋଗି ଆଥଲେଟିକ୍ ପାର୍କ)

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଦିନିକିଆ ସିରିଜ୍
ସେପ୍ଟେମ୍ବର ୨୭: ଭାରତ ବନାମ ୱେଷ୍ଟଇଣ୍ଡିଜ୍ (ପ୍ରଥମ ଦିନିକିଆ - ଗ୍ରୀନଫିଲ୍ଡ ଷ୍ଟାଡିୟମ୍, ତିରୁବନନ୍ତପୁରମ୍)
ସେପ୍ଟେମ୍ବର ୩୦: ଭାରତ ବନାମ ୱେଷ୍ଟଇଣ୍ଡିଜ୍ (ଦ୍ୱିତୀୟ ଦିନିକିଆ - ବରସାପାରା ଷ୍ଟାଡିୟମ୍, ଗୌହାଟୀ)
ଅକ୍ଟୋବର ୩: ଭାରତ ବନାମ ଓ୍ବେଷ୍ଟଇଣ୍ଡିଜ (ତୃତୀୟ ଦିନିକିଆ )
T20I ଟିମ୍ରେ କିଏ ?
ଏସିଆନ୍ ଗେମ୍ସ ୨୦୨୬ ପାଇଁ ଭାରତର T20I ସ୍କ୍ୱାଡ୍ ଘୋଷଣା ହୋଇସାରିଛି। ଆଫଗାନିସ୍ତାନ ବିପକ୍ଷ T20I ସିରିଜ୍ରେ ମଧ୍ୟ ଏହି ଦଳର ଅଧିକାଂଶ ଖେଳାଳିଙ୍କୁ ସୁଯୋଗ ମିଳିପାରେ । ତେବେ ଜସପ୍ରୀତ ବୁମରାହ, ନୀତୀଶ କୁମାର ରେଡ୍ଡୀ ଏବଂ ହର୍ଷିତ ରାଣା ଫିଟ୍ ହେଲେ ଦଳରେ ସାମିଲ ହୋଇପାରନ୍ତି ।
ଏସିଆନ୍ ଗେମ୍ସ ପାଇଁ ଭାରତୀୟ ସ୍କ୍ୱାଡ୍:—ଶ୍ରେୟସ ଆୟର (ଅଧିନାୟକ), ଅଭିଷେକ ଶର୍ମା, ସଞ୍ଜୁ ସାମସନ୍, ଈଶାନ କିଶନ୍, ଶିବମ ଦୁବେ, ତିଲକ ବର୍ମା, ନୀତୀଶ କୁମାର ରେଡ୍ଡୀ, ଅକ୍ଷର ପଟେଲ୍, ୱାଶିଂଟନ୍ ସୁନ୍ଦର, ବରୁଣ ଚକ୍ରବର୍ତ୍ତୀ, ରବି ବିଷ୍ଣୋଇ, ଜସପ୍ରୀତ ବୁମରାହ, ହର୍ଷିତ ରାଣା, ଅର୍ଶଦୀପ ସିଂହ ଏବଂ ବୈଭବ ସୂର୍ଯ୍ୟବଂଶୀ
ରୋହିତ-ବିରାଟଙ୍କ ଉପରେ ସମସ୍ତଙ୍କ ନଜର
ସେପ୍ଟେମ୍ବରର ଶେଷ ସପ୍ତାହ ଭାରତୀୟ କ୍ରିକେଟ୍ ଫ୍ୟାନ୍ସଙ୍କ ପାଇଁ ସବୁଠାରୁ ଖାସ୍ ହୋଇପାରେ । କାରଣ ୱେଷ୍ଟଇଣ୍ଡିଜ୍ ବିପକ୍ଷ ODI ସିରିଜ୍ରେ ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ପୁଣି ମଇଦାନରେ ଦେଖିବାକୁ ମିଳିପାରେ । ଲର୍ଡସ୍ରେ ଶତକ ହାସଲ କରି ରୋହିତ ୱେଷ୍ଟଇଣ୍ଡିଜ୍ ବିପକ୍ଷ ODI ସିରିଜ୍ରେ ନିଜ ସ୍ଥାନକୁ ପ୍ରାୟ ପକ୍କା କରିଥିବା କୁହାଯାଉଛି । ଏଭଳି ସ୍ଥିତିରେ ସେପ୍ଟେମ୍ବର ୨୭ରେ ଗ୍ରୀନଫିଲ୍ଡ ଷ୍ଟାଡିୟମ୍ରେ ଭାରତର ପ୍ରଥମ ODIରେ ରୋହିତ ଓ ବିରାଟଙ୍କ ଯୋଡ଼ି ଦେଖିବାକୁ ଫ୍ୟାନ୍ସ ଅପେକ୍ଷା କରିଛନ୍ତି ।

Related Topics
Explore more stories