Videos
|
Sports

8 Players Dropped / ମାତ୍ର ୧ ମାସରେ ବଦଳିଗଲା ଟିମ୍ ଇଣ୍ଡିଆ ! ଏକାଥରେ ୮ ଖେଳାଳି OUT, ନୂଆ ଖେଳାଳିଙ୍କୁ ମିଳିଲା ସୁଯୋଗ

Santosh Kumar Sahoo
Browse all articles by Santosh Kumar Sahoo
·8 hours ago·2 min read
ମାତ୍ର ୧ ମାସରେ ବଦଳିଗଲା ଟିମ୍ ଇଣ୍ଡିଆ ! ଏକାଥରେ ୮ ଖେଳାଳି OUT, ନୂଆ ଖେଳାଳିଙ୍କୁ ମିଳିଲା ସୁଯୋଗ
Team India Squad

Key Points

ଟିମ୍ ଇଣ୍ଡିଆରେ ବଡ଼ ପରିବର୍ତ୍ତନ
୮ ଖେଳାଳିଙ୍କ କଟିଲା ପତ୍ତା
ନୂଆ ଖେଳାଳିଙ୍କୁ ମିଳିଲା ସୁଯୋଗ
ସେପ୍ଟେମ୍ବର ୧୩ରୁ ଆଫଗାନିସ୍ତାନ ବିପକ୍ଷରେ ଆରମ୍ଭ ହେବାକୁ ଥିବା ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା ହୋଇଛି । ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମ୍‌ରେ ହେବାକୁ ଥିବା ଏହି ସିରିଜ୍ ପାଇଁ ଶ୍ରେୟସ ଅୟରଙ୍କୁ ଅଧିନାୟକ ଏବଂ ତିଲକ ବର୍ମାଙ୍କୁ ଉପଅଧିନାୟକ ଦାୟିତ୍ୱ ଦିଆଯାଇଛି ।

ତେବେ ଆଫଗାନିସ୍ତାନ ସିରିଜ୍ ପାଇଁ ଘୋଷିତ ୧୫ ଜଣିଆ ଭାରତୀୟ ଦଳ ଜିମ୍ବାୱେ ବିପକ୍ଷରେ ଖେଳିଥିବା ଦଳଠାରୁ ବେଶ୍‌ ଭିନ୍ନ । ମାତ୍ର ଗୋଟିଏ ମାସ ଭିତରେ ଟିମ୍ ଇଣ୍ଡିଆରେ ବଡ଼ ପରିବର୍ତ୍ତନ ହୋଇଛି । ପୂର୍ବ ସିରିଜ୍‌ରେ ଦଳର ସାମିଲ ଥିବା ୮ ଜଣ ଖେଳାଳିଙ୍କୁ ଏଥର ବାଦ୍ ଦିଆଯାଇଛି ।

ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ୍ ପାଇଁ ଜସପ୍ରୀତ ବୁମରାହ, ନିତୀଶ କୁମାର ରେଡ୍ଡୀ, ୱାଶିଂଟନ ସୁନ୍ଦର ଏବଂ ହର୍ଷିତ ରାଣା ଟିମ୍‌କୁ ଫେରିଛନ୍ତି । ତେବେ ଏହି ଚାରି ଖେଳାଳିଙ୍କ ଖେଳିବା ଫିଟନେସ୍ କ୍ଲିୟରାନ୍ସ ଉପରେ ନିର୍ଭର କରିବ । ସେହିପରି ବରୁଣ ଚକ୍ରବର୍ତ୍ତୀ ମଧ୍ୟ ସମ୍ପୂର୍ଣ୍ଣ ଫିଟ୍ ହୋଇ ଦଳକୁ ଫେରିଛନ୍ତି । ଏମାନଙ୍କ ବ୍ୟତୀତ ସଞ୍ଜୁ ସାମସନ, ରବି ବିଷ୍ଣୋଇ ଏବଂ ଅକ୍ଷର ପଟେଲଙ୍କୁ ମଧ୍ୟ ଦଳରେ ସାମିଲ କରାଯାଇଛି ।

୮ ଖେଳାଳି ଦଳରୁ ବାଦ

ଜିମ୍ବାୱେ ବିପକ୍ଷ ଟି-୨୦ ସିରିଜ୍‌ରେ ଭାରତୀୟ ଦଳରେ ଥିବା ୮ ଜଣ ଖେଳାଳିଙ୍କୁ ଏଥର ସୁଯୋଗ ମିଳିନାହିଁ । ପ୍ରଭସିମରନ ସିଂହ, ରିଙ୍କୁ ସିଂହ, ପ୍ରିନ୍ସ ଯାଦବ, ୟଶ ଠାକୁର, ଅଶୋକ ଶର୍ମା, ସୂର୍ଯ୍ୟାଂଶ ଶେଡଗେ, ମୟଙ୍କ ଯାଦବ ଏବଂ ହର୍ଷ ଦୁବେଙ୍କୁ ଦଳରୁ ବାଦ୍‌ ଦିଆଯାଇଛି । ବିଶେଷ କଥା ହେଉଛି, ଦୀର୍ଘ ସମୟ ପରେ ଜିମ୍ବାୱେ ସିରିଜ୍‌ରେ ଫେରିଥିବା ମୟଙ୍କ ଯାଦବ ୩ଟି ମ୍ୟାଚ୍‌ରେ ୫ଟି ୱିକେଟ୍ ନେଇଥିଲେ । ଏହା ସତ୍ତ୍ୱେ ତାଙ୍କୁ ଆଫଗାନିସ୍ତାନ ସିରିଜ୍‌ରୁ ବାଦ ଦିଆଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ୍ ପାଇଁ ଭାରତୀୟ ଦଳ

ଶ୍ରେୟସ ଅୟର (ଅଧିନାୟକ), ବୈଭବ ସୂର୍ଯ୍ୟବଂଶୀ, ଅଭିଷେକ ଶର୍ମା, ସଞ୍ଜୁ ସାମସନ (ୱିକେଟକିପର), ଈଶାନ କିଶନ (ୱିକେଟକିପର), ତିଲକ ବର୍ମା (ଉପଅଧିନାୟକ), ଶିବମ ଦୁବେ, ନୀତୀଶ କୁମାର ରେଡ୍ଡୀ*, ଅକ୍ଷର ପଟେଲ, ଜସପ୍ରୀତ ବୁମରାହ*, ଅର୍ଶଦୀପ ସିଂହ, ୱାଶିଂଟନ ସୁନ୍ଦର*, ବରୁଣ ଚକ୍ରବର୍ତ୍ତୀ, ରବି ବିଷ୍ଣୋଇ ଏବଂ ହର୍ଷିତ ରାଣା*
(*ଫିଟନେସ୍ କ୍ଲିୟରାନ୍ସ ଉପରେ ନିର୍ଭରଶୀଳ)