|
logo
Live
Argus News App
GET APP

Argus News - ବାର୍ବାଡୋସରେ ଫସି ରହିଥିବା ଟିମ୍ ଇଣ୍ଡିଆ ଫେରିବେ ଆଜି !

Sports

ବାର୍ବାଡୋସରେ ଫସି ରହିଥିବା ଟିମ୍ ଇଣ୍ଡିଆ ଫେରିବେ ଆଜି !

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
ବାର୍ବାଡୋସରେ ଫସି ରହିଥିବା ଟିମ୍ ଇଣ୍ଡିଆ ଫେରିବେ ଆଜି !

ଅର୍ଗସ ବ୍ୟୁରୋ : ବାର୍ବାଡୋସରେ ଫସି ରହିଥିବା ବିଶ୍ବବିଜୟୀ ଟିମ୍ ଇଣ୍ଡିଆର ଖେଳାଳି ଆଜି ଭାରତ ଫେରି ପାରନ୍ତି । ୱାଲ୍ଡକପ୍ ବିଜୟର ତିନି ଦିନ ପରେ ଖେଳାଳିଙ୍କୁ ଧରି ସ୍ବତନ୍ତ୍ର ବିମାନ ନୂଆଦିଲ୍ଲୀ ଅଭିମୁଖେ ଉଡ଼ାଣ ଭରିପାରେ । ବିସିସିଆଇ ଏହି ସ୍ବତନ୍ତ୍ର ବିମାନର ଆୟୋଜନ କରିଛି । ଜୁନ୍ ୨୯ରୁ ଫାଇନାଲ ମ୍ୟାଚ୍ ସରିଥିଲେ ବି ବାତ୍ୟା ପାଇଁ ଖେଳାଳି ଓ ସେମାନଙ୍କ ପରିବାର ବାର୍ବାଡୋସରେ ଫସି ରହିଛନ୍ତି । ତେବେ ଆଉ କିଛି ଘଣ୍ଟା ମଧ୍ୟରେ ବିମାନ ଭାରତ ଅଭିମୁଖେ ଉଡ଼ାଣ ଭରିବାକୁ ଯାଉଥିବା ବେଳେ ଗୁରୁବାର ସକାଳୁ ନୂଆଦିଲ୍ଲୀରେ ପହଞ୍ଚିବ । ଦିଲ୍ଲୀ ପହଞ୍ଚିବା ପରେ ଖେଳାଳିମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ସାକ୍ଷାତ କରିପାରନ୍ତି ।

ଅଧିକ ପଢନ୍ତୁ : ଘୂର୍ଣ୍ଣିଝଡ `ବିରେଲ' ଯୋଗୁ ସ୍ବଦେଶ ଫେରିପାରୁନାହାନ୍ତି ଭାରତୀୟ ଖେଳାଳି

ୱେଷ୍ଟଇଣ୍ଡିଜର ବାରବାଡୋସରେ ଘୁର୍ଣ୍ଣିଝଡ ହୁରିକେନ୍ ବେରିଲ ପାଇଁ ସମସ୍ତ ଖେଳାଳୀ ଘର ଭିତରେ ଫସି ରହିଥିଲେ । କେବଳ ଖେଳାଳୀ ନୁହନ୍ତି ସେଠାରେ ରିପୋର୍ଟିଂ କରିବାକୁ ଯାଇଥିବା ସାମ୍ବାଦିକମାନେ ମଧ୍ୟ ସେଠାରେ ଫସି ରହିଥିଲେ ।  ବିମାନ ଚଳାଚଳ ବନ୍ଦ ଯୋଗୁଁ ସେଠାରୁ ଆସିପାରୁନଥିବାରୁ ଆଜି ଆସିବା ନେଇ ସୂଚନା ମିଳିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ବାର୍ବାଡୋସରେ ଫସି ରହିଥିବା ଟିମ୍ ଇଣ୍ଡିଆ ଫେରିବେ ଆଜି ! | Argus News