Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Third World Cup Title / ତୃତୀୟ ଥର ବିଶ୍ବବିଜେତା ହେବ ଟିମ୍ ଇଣ୍ଡିଆ, ଧୋନି-ରୋହିତଙ୍କ ପରେ ଟ୍ରଫି ଜିତିବେ ସୂର୍ଯ୍ୟକୁମାର !

Santosh Kumar Sahoo
Browse all articles by Santosh Kumar Sahoo
·5 months ago·3 min read
ତୃତୀୟ ଥର ବିଶ୍ବବିଜେତା ହେବ ଟିମ୍ ଇଣ୍ଡିଆ, ଧୋନି-ରୋହିତଙ୍କ ପରେ ଟ୍ରଫି ଜିତିବେ ସୂର୍ଯ୍ୟକୁମାର !
T20 World Cup

Key Points

ଧୋନି–ରୋହିତ ପରେ ସୂର୍ଯ୍ୟକୁମାର
ଟ୍ରଫି ରହିବ ଭାରତରେ ?
T20 ବିଶ୍ୱକପ୍‌ରେ ଭାରତ ଫେଭରିଟ୍
ଶନିବାରଠୁ ଆରମ୍ଭ ହୋଇଛି ଆଇସିସି ଟି-୨୦ ବିଶ୍ବକପ୍‌ । ଚଳିତ ଥର ଏହି ମେଗା ଟୁର୍ଣ୍ଣାମେଣ୍ଟ ଭାରତ ଓ ଶ୍ରୀଲଙ୍କା ମିଳିତ ଭାବେ ଆୟୋଜିତ କରୁଛି । ଏଥର ଟି-୨୦ ବିଶ୍ବକପ୍‌ରେ ୨୦ଟି ଭାଗ ନେଉଥିବା ବେଳେ ସମସ୍ତ ଦଳକୁ ୪ଟି ଗ୍ରୁପ୍‌ରେ ବିଭକ୍ତି କରାଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ଏଥର ମୋଟ ୫୫ଟି ମ୍ୟାଚ୍‌ ଖେଳାଯିବ । ଫାଇନାଲ ମ୍ୟାଚ୍‌ ମାର୍ଚ୍ଚ ୮ରେ ଅହମ୍ମଦାବାଦରେ ଖେଳାଯିବ । ଆଉ ଯଦି ପାକିସ୍ତାନ ଫାଇନାଲକୁ ଯାଏ ତେବେ ଏହି ମ୍ୟାଚ୍‌ ଶ୍ରୀଲଙ୍କାର କଲମ୍ବୋରେ ଖେଳାଯିବ ।

ତେବେ ଚଳିତ ଟି-୨୦ ବିଶ୍ବକପ୍‌ରେ ସମସ୍ତଙ୍କ ନଜର ଟିମ୍ ଇଣ୍ଡିଆ ଉପରେ ରହିଛି । କାହିଁକି ନା ଶେଷ ଥର ୨୦୨୪ରେ ଅନୁଷ୍ଠିତ ହୋଇଥିବା ଟି-୨୦ ବିଶ୍ବକପ୍‌ରେ ଭାରତ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ହରାଇ ଦ୍ବିତୀୟ ଥର ପାଇଁ ଟ୍ରଫି ଜିତିଥିଲା । ପ୍ରଥମ ଥର ପାଇଁ ୨୦୦୭ ଟି-୨୦ ବିଶ୍ବକପ୍‌ରେ ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ବ ଭାରତ ଚାମ୍ପିଅନ୍‌ ହୋଇଥିଲା । ଆଉ ୨୦୨୪ରେ ରୋହିତ ଶର୍ମା ଭାରତକୁ ଟ୍ରଫି ଭେଟି ଦେଇଥିଲେ । ଆଉ ଏବେ ସମସ୍ତଙ୍କ ନଜର ସୂର୍ଯ୍ୟକୁମାର ଯାଦବଙ୍କ ଉପରେ ରହିଛି ।

୨୦୨୪ ଟି-୨୦ ବିଶ୍ବକପ୍‌ ପରଠୁ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ବରେ ଦମଦାର ପ୍ରଦର୍ଶନ କରିଛି ଟିମ୍‌ ଇଣ୍ଡିଆ । ୨୪ ବିଶ୍ବକପ୍ ପରେ ଭାରତ ଏ ପର୍ଯ୍ୟନ୍ତ ମୋଟ ୪୧ଟି ଟି-୨୦ ମ୍ୟାଚ୍‌ ଖେଳିଛି । ସେଥିମଧ୍ୟରୁ ୩୩ଟି ମ୍ୟାଚ୍‌ରେ ବିଜୟଲାଭ କରିଛି । ଏହି ସମୟ ମଧ୍ୟରେ ଭାରତ ୮ଟି ଟି-୨୦ ସିରିଜ୍‌ ମଧ୍ୟ ନିଜ ନାମରେ କରିଛି । ସେଥିମଧ୍ୟରୁ ୪ଟି ସିରିଜ୍‌ରେ ନିଜ ମାଟିରେ ଥିବା ବେଳେ ୪ଟି ସିରିଜ୍‌ ଟିମ୍ ଇଣ୍ଡିଆ ବିଦେଶରେ ଖେଳିଛି । ତେବେ ଏହି ବିଜୟ ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ଦଳ ବିପକ୍ଷରେ ଆସିଛି ।

ଭାରତର ବର୍ତ୍ତମାନର ବ୍ୟାଟିଂ ଚମତ୍କାରିତା ୨୦୨୨ ମସିହାରୁ ଆରମ୍ଭ ହୋଇଛି, ଯେତେବେଳେ ରୋହିତ ଶର୍ମା ଇଂଲଣ୍ଡ ବିପକ୍ଷରେ ବିଶ୍ୱକପ୍ ସେମିଫାଇନାଲରେ ପରାଜୟ ପରେ ଏକ ଆଦର୍ଶଗତ ପୁନଃସ୍ଥାପନ ପାଇଁ ଉଦ୍ୟମ କରିଥିଲେ । ୨୦୨୨ ଏବଂ ୨୦୨୪ ବିଶ୍ୱକପ୍ ମଧ୍ୟରେ ଭାରତ ୨୯ଟି ଟି-୨୦ ମଧ୍ୟରୁ ୧୯ଟି ଜିତିଥିଲା ଏବଂ ୨୦୨୪ରେ ବିଶ୍ବକପ୍‌ ଟାଇଟଲ ସୁରକ୍ଷିତ କରିବା ପାଇଁ ସମସ୍ତ ପ୍ରକାରର ପ୍ରୟାସ କରିଥିଲା । ସେବେଠାରୁ ରୋହିତ-କୋହଲି ଅବସର ନେବା ପରେ ମଧ୍ୟ ଟିମ୍‌ ଇଣ୍ଡିଆ ଟି-୨୦ରେ ଆକ୍ରମଣାତ୍ମକ ପ୍ରଦର୍ଶନ ଜାରି ରଖିଛନ୍ତି । ସେ ପାଓ୍ବାର ପ୍ଲେ ହେଉ କି ମିଡିଲ୍‌ ଓଭରର କିମ୍ବା ଡେଥ୍‌ ଓଭର । ସବୁ ସମୟରେ ବିପକ୍ଷ ବୋଲରଙ୍କୁ ରିମାଣ୍ଡରେ ନେଉଛନ୍ତି ଟିମ୍‌ ଇଣ୍ଡିଆ ବ୍ୟାଟ୍ସମ୍ୟାନ୍‌, ଆଉ ଷ୍ଟାଡିୟମରେ ଚୌକା-ଛକା ବର୍ଷା କରୁଛନ୍ତି ।

ଏହି ନୂଆ ଟିମ୍‌ ଇଣ୍ଡିଆ ସମୟସୀମା ମଧ୍ୟରେ ୧୨ଟି ୨୦୦ ରୁ ଅଧିକ ସ୍କୋର କରିଛି । ଯେତେବେଳେ ଅନ୍ୟ କୌଣସି ଦଳ ସାତଟିରୁ ଅଧିକ ସ୍କୋର କରିପାରି ନାହିଁ । ଭାରତର ଶ୍ରେଷ୍ଠ ତିନୋଟି ଟି-୨୦ ସ୍କୋର - ୨୯୭/୬, ୨୮୩/୧ ଏବଂ ୨୭୧/୫ ରହିଛି । ବିଶେଷ କରି ବର୍ତ୍ତମାନ ସମୟରେ ଅଭିଷେକ ଶର୍ମା ଓ ଇଶାନ କିଶାନ ଯେଉଁଭଳି ଢଙ୍ଗରେ ଖେଳୁଛନ୍ତି, ଏହି ବିଶ୍ବକପ୍‌ରେ ଭାରତ ୩୦୦ ସ୍କୋର ମଧ୍ୟ କରିପାରେ ।

ଯଦି ଆମେ ବିଶ୍ବକପ୍‌ ଦଳ କଥା କହିବା ତାହାଲେ ପୂରା ଟିମ୍‌ ଏବେ ଫର୍ମରେ ଅଛି । ଓପନିଂରେ ଅଭିଷେକ ଶର୍ମା, ଇଶାନ କିଶାନ, ମଧ୍ୟକ୍ରମରେ ତିଲକ-ସୂର୍ଯ୍ୟକୁମାର । ଆଉ ଶେଷରେ ହାର୍ଦ୍ଦିକ, ଦୁବେ ଓ ରିଙ୍କୁ । ସେହିପରି ବୋଲିଂରେ ମଧ୍ୟ ଚମତ୍କାର ପ୍ରଦର୍ଶନ ଜାରି ରଖିଛନ୍ତି ଭାରତୀୟ ବୋଲର । ଆଉ ଟିମ୍‌ ଇଣ୍ଡିଆର ଏହି ପ୍ରଦର୍ଶନ ହିଁ ଦର୍ଶାଉଛି ଏଥର ବିଶ୍ବକପ୍‌ ଭାରତରେ ରହିବ । ଆଉ ୨୦୨୬ ଟି-୨୦ ବିଶ୍ବକପ୍‌ ଟ୍ରଫି ଜିତି ଭାରତ ଇତିହାସ ରଚିବ । କାର୍ହିକି ନା ଏପର୍ଯ୍ୟନ୍ତ କୌଣସି ଦଳ ୩ ଥର ବିଶ୍ବକପ୍‌ ଜିତିପାରିନାହିଁ । ଏଥିସହ କୌଣସି ଦଳ ଲଗାତର ଦୁଇ ଥର ମଧ୍ୟ ଚାମ୍ପିଅନ୍‌ ହେବାର ସୁଯୋଗ ପାଇନି । କିନ୍ତୁ ଏଥର ଟ୍ରଫି ଜିତି ନୂଆ ଇତିହାସ ରଚିବାକୁ ଚେଷ୍ଟା କରିବ ଟିମ୍‌ ଇଣ୍ଡିଆ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Team India Eye Historic Third T20 World Cup Under Suryakumar Yadav | Argus News