Videos
|
Sports

ମେଡାଲ୍ ମାମଲାରେ ପ୍ୟାରିସରେ ଶେଷ ହୋଇଛି ଶୁଣାଣି , ଖୁବଶୀଘ୍ର ଆସିବ ରାୟ

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
ମେଡାଲ୍ ମାମଲାରେ ପ୍ୟାରିସରେ ଶେଷ ହୋଇଛି ଶୁଣାଣି , ଖୁବଶୀଘ୍ର ଆସିବ ରାୟ

ଅର୍ଗସ ବ୍ୟୁରୋ : ରେସଲର ଭିନେଶ ଫୋଗଟଙ୍କ ଆବେଦନ ଉପରେ ସିଏଏସରେ ଶୁଣାଣି ଶେଷ ହୋଇଛି। ଖୁବଶୀଘ୍ର ଆସିପାରେ ରାୟ । କୋର୍ଟ ଅଫ୍‌ ଅର୍ବିଟ୍ରେସନ୍‌ ଫର୍‌ ସ୍ପୋଟ୍ସରେ ଫୋଗଟଙ୍କ ଆବେଦନ ଉପରେ ଶୁଣାଣି ଶେଷ ହୋଇଛି । CAS ଭିନେସଙ୍କ ସପକ୍ଷରେ ରାୟ ପ୍ରକାଶ କଲେ ଭିନେଶଙ୍କୁ ରୌପ୍ୟ ପଦକ ମିଳିବ । କୋର୍ଟ ଅଫ୍ ଆର୍ବିଟ୍ରେସନ୍ ଫର୍ ସ୍ପୋର୍ଟ୍ସ ବା ସିଏଏସ୍‌ ହେଉଛି ଏକ ସ୍ବାଧୀନ ଅନୁଷ୍ଠାନ। ଯାହାକି ୧୯୮୪ ମସିହାରେ ପ୍ରତିଷ୍ଠିତ ହୋଇଥିଲା। କ୍ରୀଡ଼ା ସମ୍ବନ୍ଧୀୟ ବିବାଦର ସମାଧାନ କିମ୍ବା ମଧ୍ୟସ୍ଥତା ମାଧ୍ୟମରେ ସମାଧାନ କରିଥାଏ କୋର୍ଟ । ଏହାର ମୁଖ୍ୟାଳୟ ସ୍ୱିଜରଲ୍ୟାଣ୍ଡର ଲୋଜାନରେ ରହିଛି ।

ଅଧିକ ପଢନ୍ତୁ : ଅପେକ୍ଷାରେ ଦେଶବାସୀ,ଫୋଗଟଙ୍କୁ ମିଳିବ କି ପଦକ

ପ୍ୟାରିସ ଅଲିମ୍ପିକ୍ସରେ ନିଶ୍ଚିତ ରୌପ୍ୟ ପାଇଁ ସ୍ଥାନ ପକ୍କା କରିଥିବା ଏବଂ ସ୍ୱର୍ଣ୍ଣ ହାସଲ ପାଇଁ ଆଶା ବାନ୍ଧିଥିବା କୁସ୍ତିଯୋଦ୍ଧା ଭିନେଶ ଫୋଗଟ ନିରାଶ ହେବା ପରେ କୁସ୍ତିରୁ ସନ୍ୟାସ ନେଇଛନ୍ତି। ଏହି ଅପ୍ରତ୍ୟାଶିତ ବିଫଳତା ପରେ କୁସ୍ତି ଜଗତରୁ ସବୁଦିନ ପାଇଁ ଭିନେଶ ବିଦାୟ ନେଇଛନ୍ତି। ଓଜନ କାରଣରୁ ଅଲିମ୍ପିକ୍ସ ପ୍ରତିଯୋଗିତାରୁ ବାଦ ପଡ଼ିବା ପରେ ସୋସିଆଲ ମିଡିଆରେ ଭାବବିହ୍ୱଳ ପୋଷ୍ଟ ସେୟାର କରିଥିଲେ ଭିନେଶ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
The hearing in the CAS on the petition of wrestler Vinesh Phogat has ended | Argus News