Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Barabati Offline Tickets / ରାତି ଅଧରେ କ୍ରିକେଟ୍‌ ଟିକେଟ୍‌ ପାଇଁ ଠେଲାପେଲା, ହଠାତ୍ ମାଡ଼ି ଆସିଲେ ହଜାର ହଜାର ଦର୍ଶକ

Santosh Kumar Sahoo
Browse all articles by Santosh Kumar Sahoo
·7 months ago·2 min read
ରାତି ଅଧରେ କ୍ରିକେଟ୍‌ ଟିକେଟ୍‌ ପାଇଁ ଠେଲାପେଲା, ହଠାତ୍ ମାଡ଼ି ଆସିଲେ ହଜାର ହଜାର ଦର୍ଶକ
offline tickets

Key Points

ବାରବାଟୀ ଷ୍ଟାଡିୟମ ଟିକେଟ୍‌ କାଉଣ୍ଟର ବାହାରେ ଠେଲାପେଲା
ଭାରତ - ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍ ଟିକେଟ ପାଇଁ ଏବେଠୁ ଭିଡ଼
ସନ୍ଧ୍ୟାପରେ ମାଡ଼ି ଆସିଲେ ହଜାର ହଜାର ଦର୍ଶକ
ଡିସେମ୍ବର ୯ରେ ବାରବାଟୀରେ ଖେଳାଯିବ ମହାମୁକାବିଲା । ମୁହାଁମୁହିଁ ହେବେ ଭାରତ-ଦକ୍ଷିଣ ଆଫ୍ରିକା । ଏଥିପାଇଁ ଶୁକ୍ରବାରଠାରୁ କାଉଣ୍ଟରରେ ସାଧାରଣ ଦର୍ଶକଙ୍କ ପାଇଁ ଟିକେଟ୍‌ ବିକ୍ରି ଆରମ୍ଭ ହେବ । କିନ୍ତୁ ଗୁରୁବାର ସନ୍ଧ୍ୟାରେ ଷ୍ଟାଡିୟମ ବାହାରେ ଭିଡ଼ ଲଗାଇଲେଣି କ୍ରିକେଟ୍‌ ପ୍ରେମୀ । ବାରବାଟୀ ଟି-୨୦ ମ୍ୟାଚ୍ ଟିକେଟ ପାଇଁ ଟିକେଟ କାଉଣ୍ଟର ବାହାରେ ଠେଲାପେଲା । ସନ୍ଧ୍ୟା ପରେ ମାଡ଼ି ଆସିଲେ ହଜାର ହଜାର ଦର୍ଶକ । ଆଉ ସମସ୍ତ କ୍ରିକେଟ ପ୍ରେମୀଙ୍କୁ ପୋଲିସ୍‌ ଘଉଡ଼ାଇଛି । ରାତିରୁ ନୁହେଁ ବରଂ ସକାଳ ୬ଟାରୁ ଟିକେଟ୍‌ ପାଇଁ ବ୍ୟାରିକେଡ୍‌ ଭିତରେ ଦର୍ଶକଙ୍କୁ ପ୍ରବେଶ କରିବା ପାଇଁ ଅନୁରୋଧ କରିଛି ପୋଲିସ୍ । କିନ୍ତୁ ଏହାକୁ ମାନିବାକୁ ନାରାଜ ଦର୍ଶକ।

ବାରବାଟୀ ଟି-୨୦ ମ୍ୟାଚ୍‌ ପାଇଁ ଡିସେମ୍ବର ୧ରେ ଅନଲାଇନ୍‌ରେ ଟିକେଟ୍‌ ବିକ୍ରି ସରିଥିବା ବେଳେ ଆସନ୍ତାକାଲିଠୁ ଅଫଲାଇନ୍‌ରେ ସାଧାରଣ ଦର୍ଶକଙ୍କ ପାଇଁ ଟିକେଟ୍‌ ବିକ୍ରି ହେବ । ମୋଟ ୫ଟି କାଉଣ୍ଟରରେ ଟିକେଟ୍‌ ବିକ୍ରି ହେବ । ମହିଳାମାନଙ୍କ ପାଇଁ ସ୍ବତନ୍ତ୍ର ଟିକେଟ୍‌ କାଉଣ୍ଟର ରହିବ । ସକାଳ ୯ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶକ କାଉଣ୍ଟରରୁ ଟିକେଟ୍‌ କିଣିପାରିବେ । ଏଥିପାଇଁ ପୋଲିସ୍‌ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଆଜି କମିଶନରେଟ୍ ପୋଲିସ୍‌ ପକ୍ଷରୁ ବ୍ରିଫିଂ ମଧ୍ୟ କରାଯାଇଛି । ଏଥର ସାଧାରଣ ଦର୍ଶକ ପାଇଁ ପ୍ରାୟ ୧୦ ହାଜର ଟିକେଟ ବିକ୍ରି କରାଯିବ ।

ବାରବାଟୀ ଷ୍ଟାଡିୟମର ପଛ ପଟେ ଥିବା କ୍ରିକେଟ ଏକାଡେମୀ ପଟେ ଟିକେଟ କାଉଣ୍ଟର କରାଯାଇ ଟିକେଟ ବିକ୍ରି କରାଯିବ । ସେଥିପାଇଁ କାଉଣ୍ଟର ପାଖରୁ ଆଠ ଶହ ମିଟର ପର୍ଯ୍ୟନ୍ତ ଷ୍ଟିଲ ବ୍ୟାରିକେଡ୍‌ର ବ୍ୟବସ୍ଥା କରାଯାଇଛି । ଟିକେଟ୍‌ ବିକ୍ରିର ପୂର୍ବ ରାତିରୁ କେହି ବି କାଉଣ୍ଟର ପାଖରେ ଲାଇନ୍‌ରେ ଠିଆ ହୋଇପାରିବେ ନାହିଁ । ଯଦି ଦର୍ଶକ ରାତିରୁ ଆସନ୍ତି ତେବେ କ୍ରିକେଟ ଏକାଡେମୀ ପଡ଼ିଆରେ ରହିବେ । ଟିକେଟ୍‌ ପାଇଁ ସକାଳ ୬ଟାରୁ ଲାଇନ୍‌ ଲଗାଇ ପାରିବେ ।

ସେପଟେ ଟିକେଟ କିଣିବାକୁ ହଜାର ହଜାର କ୍ରିକେଟ୍ ପ୍ରେମୀ ଆସିବେ । ତେଣୁ ସେମାନେ କିପରି ଆସି ଶାନ୍ତି ଶୃଙ୍ଖଳାରେ ଟିକେଟ୍‌ କିଣିପାରିବେ ସେଥିପାଇଁ କଟକ ଡିସିପି ଓ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀ ସମୀକ୍ଷା କରିଛନ୍ତି । କେବଳ ଟିକେଟ୍‌ କିଣିବାକୁ ଆସୁଥିବା ଲୋକଙ୍କୁ ଛାଡ଼ି ବ୍ୟାରିକେଡ୍‌ ଭିତରେ ଆଉ କେହି ରହିପାରିବେ ନାହିଁ । ସେହିପରି ଟିକେଟ୍‌ କଳାବଜାରୀଙ୍କ ଉପରେ ନଜର ରହିବ ବୋଲି କଟକ ଡିସିପି କହିଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Massive Rush at Barabati Stadium as Fans Queue Overnight for India–South Africa T20 Tickets | Argus News